କଟକରୁ ବିପୁଳ ପରିମାଣର ନକଲି ଡିଟରଜେଣ୍ଟ ପାଉଡର ଜବତ, ଜଣେ ଗିରଫ

କଟକ (କେନ୍ୟୁଜ୍): ନାମୀ ବ୍ରାଣ୍ଡ, ନକଲି ମାଲ୍‌। ଡୁପ୍ଲିକେଟ ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କଟକ। ବିପୁଳ ପରିମାଣର ନକଲି ଡିଟରଜେଣ୍ଟ ଜବତ। ଅଭିଜିତ୍‌ ବେହେରା ନାମକ ବ୍ୟକ୍ତିଙ୍କୁ ଗିରଫ କରିଛି ମାଲଗୋଦାମ ପୋଲିସ। ଟାଙ୍ଗି ଓ ମାହାଙ୍ଗା ଅଞ୍ଚଳରେ ପୋଲିସ ଚଢାଉ କରିବା ପରେ ଏହା ଜବତ ହୋଇଛି। ୧୫୪୦ କେଜି ଓଜନର ପ୍ୟାକେଟ୍‌ ଓ ୧୮୦୦ କେଜି ଓଜନର ଖୋଲା ଡିଟରଜେଣ୍ଟ ଜବତ କରାଯାଇଛି।

ସର୍ଫ EXCEL କମ୍ପାନୀ ନାଁରେ ଏସବୁ ନକଲି ଜିନିଷ ବିକ୍ରି କରାଯାଉଥିଲା। ଟାଙ୍ଗି ଅଞ୍ଚଳର ବ୍ରାହ୍ମଣପଡା,ମାହାଙ୍ଗା ଅଞ୍ଚଳର ଉମର ଓ କଟକ ସଦର ଅଞ୍ଚଳର ଖଣ୍ଡେଇତା ଠାରେ ଏହି ନକଲି ଡିଟରଜେଣ୍ଟ ପ୍ରସ୍ତୁତ କରାଯାଉଥିଲା । ଏହି ନକଲି ବ୍ୟବସାୟରେ ସମ୍ପୃକ୍ତ ଅନ୍ୟ ତିନି ଜଣଙ୍କୁ ଖୋଜୁଛି ପୋଲିସ । ଏହି ଘଟଣାରେ ଦୁଇଟି ବାଇକ, ଦୁଇଟି ଅଟୋ ରିକ୍ସା, ଦୁଇଟି ଓଜନ ଯନ୍ତ୍ର, ପ୍ୟାକେଜିଙ୍ଗ ମେସିନ, ସିଲେଇ ମେସିନ, ଏକ ଏୟାର କଂପ୍ରେସର ଓ ଅନ୍ୟାନ୍ୟ କଞ୍ଚା ମାଲ ଜବତ କରିଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.