Below header

ପାଗଳ ନା କ’ଣ! ବିଷାକ୍ତ ସାପ କାମୁଡ଼ିବାରୁ ତାକୁ ଧରି ହାତରେ ଦଳି ଦେଇ ଖାଇଦେଲେ ଯୁବକ

ଉତ୍ତର ପ୍ରଦେଶ: ସାଧାରଣତଃ ବିଷାକ୍ତ ସାପ କାମୁଡ଼ିଲେ ବ୍ୟକ୍ତିର ମୃତ୍ୟୁ ହୋଇଯାଏ। ସେହିପରି ଯଦି ଠିକ ସମୟରେ ବ୍ୟକ୍ତିଙ୍କୁ ହସ୍ପିଟାଲ ନିଆଯାଏ, ତେବେ ଡାକ୍ତର ରୋଗୀର ଜୀବନ ବଞ୍ଚାଇ ଦିଅନ୍ତି। ଏହି କାରଣରୁ ଲୋକମାନେ ସାପ ନାଁ ଶୁଣିଲେ ଡରି ଯାଆନ୍ତି। କିନ୍ତୁ ଉତ୍ତର ପ୍ରଦେଶର ଜନପଦ ବିନ୍ଦାର କମାସିନ୍‌ ଥାନା ଅଞ୍ଚଳର ଜଣେ ବ୍ୟକ୍ତି ଏମିତି କାରନାମା କରିଛନ୍ତି, ଯାହା ଶୁଣିଲେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବ। ବ୍ୟକ୍ତିଙ୍କୁ ଏକ କଳା ବିଷାକ୍ତ ସାପ କାମୁଡ଼ିଦେଇଥିଲା। ସାପ କାମୁଡ଼ିବା ଯୋଗୁ ତାଙ୍କୁ ଏତେ ରାଗ ଲାଗିଥିଲା ଯେ ସେ ସାପକୁ ହାତରେ ଧରି ଦଳି ଦେଇଥିଲେ।

ଏ ନେଇ ପରିବାର ଲୋକ ଜାଣିବା ବେଳକୁ ତାଙ୍କ ହାତ ପାଦ ଫୁଲିଯାଇଥିଲା। ତୁରନ୍ତ ଗୁଣିଆକୁ ଡାକିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏବେ ବ୍ୟକ୍ତି ଜଣକ ବିପଦମୁକ୍ତ ଥିବା ଜଣାଯାଇଛି। ସାପ କାମୁଡ଼ାର ଶିକାର ହୋଇଥିବା ବ୍ୟକ୍ତିଙ୍କ ନାଁ ମାତା ବଦଲ ସିଂହ ଯାଦବ। ଶନିବାର ସନ୍ଧ୍ୟାରେ ସେ କ୍ଷେତରୁ ଫେରିବା ବେଳେ ଏକ କଳା ସାପ ତାଙ୍କ ଗୋଡ଼କୁ କାମୁଡ଼ି ଦେଇଥିଲା। ଏହା ଦେଖିବା ପରେ ତାଙ୍କର ଏତେ ରାଗ ଚିଡ଼ିଲା ଯେ ସେ ସାପକୁ ଦୌଡ଼ି ଦୌଡ଼ି ଧରିଥିଲେ। ତା’ ପରେ ତାକୁ ହାତରେ ଦଳି ଦେଇଥିଲେ। ଏତିକି ରେ ତାଙ୍କ ରାଗ ଶାନ୍ତ ହୋଇନଥିଲା। ସେ ସାପକୁ ପରେ ଖାଇ ଦେଇଥିଲେ।

Snake2

ଘରେ ପହଞ୍ଚିବା ପରେ ତାଙ୍କ ହାତରେ ରକ୍ତ ଲାଗିଥିବା ଦେଖି ପରିବାର ଲୋକ କ’ଣ ହୋଇଛି ପଚାରିଥିଲେ। ତା’ ପରେ ସେ ପୂରା କାହାଣୀ କହିଥିଲେ। ସେ ସାପକୁ ଖାଇଦେଇଥିବା ନେଇ ଘର ଲୋକ ଜାଣିବା ପରେ ତୁରନ୍ତ ଗୁଣିଆକୁ ଡାକିଥିଲେ। କିନ୍ତୁ ତାଙ୍କର କିଛି ହୋଇନଥିବା ଦେଖି ଗୁଣିଆ ବି ଆଶ୍ଚର୍ଯ୍ୟ ହୋଇଯାଇଥିଲା।

ପରେ ଘର ଲୋକ ତାଙ୍କୁ ଡାକ୍ତରଙ୍କ ପାଖକୁ ନେଇଥିଲେ। ସେଠାରେ ଡାକ୍ତର କହିଥିଲେ, ସାପ ଖାଇବା ପରେ ବି ତାଙ୍କ ଦେହରେ କିଛି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ। ଏବେ ସେ ବିପଦମୁକ୍ତ ଅଛନ୍ତି।

Also Read: ସାମ୍ନାକୁ ଆସିଲା ଅକ୍ଷୟ କୁମାରଙ୍କ ‘ରକ୍ଷା ବନ୍ଧନ’ର ଟ୍ରେଲର, ଭାଇ ଭାବେ ୪ ଭଉଣୀଙ୍କ ଦାୟିତ୍ୱ ନେଉଥିବାର ଆସିଲେ ନଜର

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.