ପୋଲିସ୍ ଗୁରୁତ୍ୱ ନଦେବାରୁ ପେଟ୍ରୋଲ୍ ଢାଳି ଆତ୍ମାହୁତି ଉଦ୍ୟମ ଘଟଣା, ଡାକ୍ତରଖାନାରେ ଆଖି ବୁଜିଲେ ଜଳିଥିବା ବ୍ୟକ୍ତି
କଟକ (କେନ୍ୟୁଜ) : କଟକ ଜିଲ୍ଲା କିଶନନଗର ଥାନା ଆଗରେ ଦେହରେ ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ କରିଥିବା ଗୁଣନିଧୀ ବିଶୋଇଙ୍କ ମୃତ୍ୟୁ ଘଟିଛି । ଗତକାଲି ସେ ଥାନା ଆଗରେ ପୋଲିସ୍ର ସାହାଯ୍ୟ ନକରିବାକୁ ବିରୋଧ କରି ପେଟ୍ରୋଲ୍ ଢାଳି ଦେହରେ ନିଆଁ ଲଗାଇ ଦେଇଥିଲେ ।
ଗତକାଲି ଯେଉଁଭଳି ଭାବେ ଜଣେ ବ୍ୟକ୍ତି ଥାନା ସମ୍ମୁଖରେ ରେ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମାହୁତି ଇଦ୍ୟମ କରିଥିଲେ । ଏହା ପରେ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲରେ ଚିକିତ୍ସିତ ହେଉଥିଲେ । ତେବେ ଗୁଣନିଧୀଙ୍କ ଶରୀରର ୯୦ ରୁ ଉର୍ଦ୍ଧ୍ବ ଅଂଶ ପୋଡି ଯାଇଥିଲା । ଜମିବାଡି ବିବାଦ ସମ୍ପର୍କୀୟ ବିଷୟକୁ ନେଇ ସେ ବାରମ୍ବାର ଥାନାର ଦ୍ବାରସ୍ଥ ହେଉଥିଲେ ସୁଦ୍ଧା ତାଙ୍କ କଥାକୁ ପୋଲିସ ଗୁରୁତ୍ୱ ଦେଉ ନଥିବାରୁ ସେ ଆତ୍ମାହୁତି ଉଦ୍ୟମ କରିଥିବା ପରିବାରବର୍ଗ ପ୍ରତିକ୍ରିୟା ରଖିଥିଲେ ।
ସୂଚନା ଯୋଗ୍ୟ ଯେ ଗତ କାଲି ଇସାଣିବରମପୁର ଗାଁର ଗୁଣନିଧି ବିଶୋଇ ଥାନାକୁ ଆସିଥିଲେ। ଗତ ସପ୍ତାହ ତଳେ ସେ ଜମିଜମା ମାମଲା ନେଇ ଥାନାରେ ଏତେଲା ଦେଇଥିଲେ। ଏନେଇ ଏକ ମାମଲା ମଧ୍ୟ ରୁଜୁ ହୋଇଥିଲା ମାତ୍ର କୌଣସି ନ୍ୟାୟ ନପାଇ ଆତ୍ମହତ୍ୟା କରି ପ୍ରାୟ ୯୦ ଭାଗ ପୋଡି ହୋଇ ଥିଲେ । ଯଦି ଆସନ୍ତା କାଲି ସୁଦ୍ଧା ଯଦି କୌଣସି କାର୍ଯ୍ୟାନୁଷ୍ଠାନ ନିଆ ନ ଯାଏ । ତେବେ ସମଗ୍ର ଆଠ ଗୋଟି ପଞ୍ଚାୟତ ର ଲୋକେ ଧାରଣା ରେ ବସିବା ସହ ରାସ୍ତା ରୋକ ପାଇ ଚେତାବନୀ ଦେଇଥିଲେ ।