Below header

ESIC: ୪୯୧ ଆସିଷ୍ଟାଣ୍ଟ ପ୍ରଫେସର ପଦ ପାଇଁ ବାହାରିଲା ନିଯୁକ୍ତି; ଜାଣନ୍ତୁ କେଉଁମାନେ କରି ପାରିବେ ଆବେଦନ

କର୍ମଚାରୀ ରାଜ୍ୟ ବୀମା ନିଗମ (Employees State Insurance Corporation) ବିଭିନ୍ନ ବିଷୟର ଆସିଷ୍ଟାଣ୍ଟ ପ୍ରଫେସର ପଦରେ ନିଯୁକ୍ତି ସୁଯୋଗ ଆଣିଛି। ଏହି ପଦଗୁଡ଼ିକ ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀମାନେ ଜୁଲାଇ ୧୮ ସୁଦ୍ଧା ଆବେଦନ କରି ପାରିବେ। ଅଧିକ ସୂଚନା ଜାଣିବା ପାଇଁ ସେମାନେ ନିଗମର ଅଫିସିଆଲ େଓ୍ଵବ୍‌ସାଇଟ esic.nic.in ରେ ଜାରି ନୋଟିଫିକେସନ ଯାଞ୍ଚ କରି ପାରିବେ। ତେବେ ପ୍ରାର୍ଥୀମାନଙ୍କୁ ଏହି ପଦ ପାଇଁ ରେଜିଷ୍ଟର୍ଡ ଡାକ ଜରିଆରେ ହିଁ ଆବେଦନ କରିବାକୁ ହେବ।

ମୋଟ ପଦ ସଂଖ୍ୟା: ୪୯୧

ଶିକ୍ଷାଗତ ଯୋଗ୍ୟତା

ଆସିଷ୍ଟାଣ୍ଟ ପ୍ରଫେସର ପଦରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ପାଖରେ କୌଣସି ବି ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସମ୍ବନ୍ଧିତ ବିଷୟରେ ଏମ୍‌ଡି କିମ୍ବା ଏମ୍‌ଏସ୍‌ ଡିଗ୍ରୀ ଥିବା ଦରକାର।

ବୟସ ସୀମା

ପ୍ରାର୍ଥୀଙ୍କ ବୟସ ୪୦ ବର୍ଷରୁ ଅଧିକ ହେବା ଉଚିତ୍‌ ନୁହେଁ।

ଆବେଦନ ଶୁଳ୍କ

ଏସ୍‌ସି ଏବଂ ଏସ୍‌ଟି ବର୍ଗର ପ୍ରାର୍ଥୀମାନଙ୍କୁ ଆବେଦନ ଶୁଳ୍କରେ ରିହାତି ଦିଆଯାଇଛି ଏବଂ ଅନ୍ୟ ବର୍ଗର ପ୍ରାର୍ଥୀଙ୍କ ପାଇଁ ଆବେଦନ ଶୁଳ୍କ ୫୦୦ ଟଙ୍କା ଧାର୍ଯ୍ୟ କରାଯାଇଛି।

ଏମିତି ହେବ ଚୟନ

ପ୍ରାର୍ଥୀମାନଙ୍କ ଚୟନ ଇଣ୍ଟରଭ୍ୟୁ ଜରିଆରେ ହେବ। ଏଥିପାଇଁ ଯୋଗ୍ୟ ପ୍ରାର୍ଥୀମାନଙ୍କୁ ଆଡ୍‌ମିଟ କାର୍ଡ ଜାରି କରାଯିବ।

ଏମିତି କରନ୍ତୁ ଆବେଦନ

-ପ୍ରଥମେ ପ୍ରାର୍ଥୀମାନେ ଅଫିସିଆଲ େଓ୍ଵବ୍‌ସାଇଟ esic.nic.in କୁ ଯାଆନ୍ତୁ।

-ହୋମ୍‌ ପେଜ୍‌ରେ ଦିଆଯାଇଥିବା Recruitments ସେକ୍ସନକୁ ଯାଆନ୍ତୁ।

-ଏଠାରେ Recruitment of teaching faculty Assistant Professors in ESIC PGIMSRS and ESIC Medical colleges on Direct recruitment basis ଲିଙ୍କ୍‌ ଉପରେ କ୍ଲିକ୍‌ କରନ୍ତୁ।

-ନୋଟିଫିକେସନ ଆପଣଙ୍କ ସ୍କ୍ରିନ୍‌ ଉପରେ ଆସିଯିବ।

-ଏବେ ଆବେଦନ ଫର୍ମ ଡାଉନଲୋଡ୍‌ କରନ୍ତୁ।

-ଏହାକୁ ପୂରଣ କରିବା ପରେ ଦିଆଯାଇଥିବା ଠିକଣାରେ ସ୍ପିଡ୍‌ ପୋଷ୍ଟ କରି ଦିଅନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.