ଦୁଇ ବର୍ଷ ଧରି ପରସ୍ପରକୁ ଡେଟ୍‌ କରୁଥିଲେ ଯୁବତୀ, କିନ୍ତୁ ଏବେ ଜାଣିଲେ ସେମାନଙ୍କ ବାପା ଜଣେ

ଦୁଇ ବର୍ଷ ଧରି ପରସ୍ପରକୁ ଡେଟ୍‌ କରିବା ପରେ ଏବେ ଏକ କପଲଙ୍କୁ ସନ୍ଦେହ ହୋଇଛି ଯେ କାଳେ ସେମାନଙ୍କ ବାପା ଜଣେ। ଏହି ଆଶଙ୍କାରେ ଏବେ ଏହି ଯୋଡ଼ି ନିଜ ଡିଏନ୍‌ଏ ଟେଷ୍ଟ କରାଇବାକୁ ଚିନ୍ତା କରୁଛନ୍ତି। ଏମିତି କହି ଭିଡିଓ ସେୟାର କରିଛନ୍ତି ଏକ ସମଲିଙ୍ଗୀ ଯୋଡ଼ି। ଏହି ଯୋଡ଼ି ଭାବୁଛନ୍ତି ବୋଧେ ସେମାନେ ଦୁଇ ଭଉଣୀ।

ଏହି କପଲ ଟିକ୍‌ଟକ୍‌ରେ କାର୍ଲି ଓ ମର୍ସିଡିଜ୍‌ ନାଁରେ ଜଣାଶୁଣା। କପଲଙ୍କର ସାଢ଼େ ୫ ଲକ୍ଷରୁ ଅଧିକ ଫଲୋୟର୍ସ ଅଛନ୍ତି। ନିକଟରେ ସେମାନେ ଏକ ଭିଡିଓ ସେୟାର କରିଛନ୍ତି। ଭିଡିଓରେ ସେମାନେ ଫ୍ୟାନ୍‌ଙ୍କୁ ଡିଏନ୍‌ଏ ଟେଷ୍ଟ କରୁଥିବା କହି ଚମକାଇ ଦେଇଛନ୍ତି। ସେ ଡିଏନ୍‌ଏ ଟେଷ୍ଟ କରିବାକୁ ଚାହୁଁଥିବାର କାରଣ ବି କହିଛନ୍ତି। ସେମାନଙ୍କୁ ଲାଗୁଛି ଯେ ସେମାନେ ଦୁଇ ଭଉଣୀ।

ରିପୋର୍ଟ ମୁତାବକ, କାର୍ଲି ଓ ମର୍ସିଡିଜ୍‌ କହିଛନ୍ତି ଯେ ସେମାନଙ୍କ ମା’ ଜଣେ ବ୍ୟକ୍ତିଙ୍କ ସହ ରିଲେସନ୍‌ସିପ୍‌ରେ ଥିଲେ। ଏହି ହିସାବରେ ସେମାନେ ଦୁଇ ଭଉଣୀ ହେଉଛନ୍ତି। କିନ୍ତୁ ଏହି କଥା ସେମାନଙ୍କୁ ଡେଟ୍‌ କରିବା ପରେ ହିଁ ଜଣାପଡ଼ିଥିଲା। ଏଣୁ ସେମାନେ ଏବେ ଡିଏନ୍‌ଏ ଟେଷ୍ଟ କରି ସତ ଜାଣିବାକୁ ଚାହୁଁଛନ୍ତି। କାର୍ଲି ଓ ମର୍ସିଡିଜଙ୍କ ଟିକ୍‌ଟକ୍‌ ଭିଡିଓକୁ ଇତି ମଧ୍ୟରେ ୫ ମିଲିୟନ୍‌ରୁ ଅଧିକ ଲୋକ ଦେଖିସାରିଲେଣି। ଭିଡିଓରେ ଉଭୟେ ଏହି ଘଟଣାକୁ ମଜାଳିଆ ଅନ୍ଦାଜରେ କହୁଥିବା ଦେଖାଯାଇଛି। ସେମାନେ କହୁଛନ୍ତି- କ’ଣ ସତରେ ଆମ ବାପା ଜଣେ ବ୍ୟକ୍ତି, ଏହା ଜାଣିବାକୁ ଡିଏନ୍‌ଏ ଟେଷ୍ଟ ଜରୁରୀ।

Tiktok

ଏହି ଭିଡିଓରେ କପଲ ନିଜ ଫ୍ୟାନ୍‌ଙ୍କ ପ୍ରଶ୍ନ କରୁଛନ୍ତି ଯେ ଯଦି ସେମାନେ ଭଉଣୀ ବୋଲି ଜଣାପଡ଼ିଲା ତେବେ କ’ଣ ସେମାନଙ୍କୁ ଅଲଗା ହୋଇଯିବା ଦରକାର। ସେମାନେ କହିଛନ୍ତି ଯେ ଆମେ ଏବେ ଏକ ସମ୍ପର୍କରେ ଅଛୁ। କେମିତି ଅଲଗା ହେବୁ ଚିନ୍ତା ବି କରିପାରୁନୁ। ତେବେ ଏହି ଭିଡିଓକୁ କିଛି ଲୋକ ମଜାଳିଆ ଢଙ୍ଗରେ ନେଉଥିବା ବେଳେ ଆଉ କିଛି ସିରିୟସଲି ନେଉଥିବା ଦେଖାଯାଇଛି। ଜଣେ ବ୍ୟକ୍ତି କମେଣ୍ଟରେ କହିଛନ୍ତି-ତୁମ ଦୁହିଁଙ୍କର ଚେହେରା ମିଶୁଛି। ତୁମେ ନିହାତି ଭଉଣୀ ହୋଇଥିବ।

Also Read: ଅଗ୍ନିବୀର ହେବାକୁ ଆଜିଠୁ କରନ୍ତୁ ରେଜିଷ୍ଟ୍ରେସନ୍‌, ଜାଣନ୍ତୁ ଆବେଦନ କରିବାର ପୂରା ପ୍ରକ୍ରିୟା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.