AAI ଖାଲିପଡିଛି ୪୦୦ ଜୁନିଅର ଏକ୍ସିକ୍ୟୁଟିଭ ପଦବୀ, ଜାଣନ୍ତୁ କ’ଣ ଦରକାର ଯୋଗ୍ୟତା

ସରକାରୀ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଭାରତୀୟ ବିମାନପତ୍ତନ ପ୍ରାଧିକରଣ ତରଫରୁ ଏୟାର ଟ୍ରାଫିକ କଣ୍ଟ୍ରୋଲ ପଦ ପାଇଁ ନିଯୁକ୍ତିପତ୍ର ଜାରି କରିଛି। ଏହି ପଦବୀ ଅଧିନରେ ୪୦୦ ସିଟ୍‌ ଖାଲିପଡିଛି। ଏଥିପାଇଁ ୧୫ ଜୁନରୁ ଆରମ୍ଭ ହୋଇଛି। ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ େଓ୍ଵବସାଇଟ୍‌ aai.aero କୁ ଯାଇ ଅନଲାଇନ ଆବେଦନ କରିପାରିବେ। ଆବେଦନ କରିବାର ଶେଷ ତାରିଖ ଜୁଲାଇ ୧୪, ୨୦୨୨ ରହିଛି।

ପ୍ରାର୍ଥୀଙ୍କ ଚୟନ ନିର୍ଦ୍ଧାରିତ ପ୍ରକ୍ରିୟା ଆଧାରରେ କରାଯିବ। ଏହା ଅଧିନରେ ପ୍ରାଥୀଁଙ୍କ ଟ୍ରେନିଂ ଦିଆଯିବ। ୩ ବର୍ଷ ପର୍ଯ୍ୟନ୍ତ ଟ୍ରେନିଂ ମିଳିବା ପରେ ୭ ଲକ୍ଷର ଚୁକ୍ତିନାମାରେ ସ୍ୱାକ୍ଷର କରିବାକୁ ହେବ।

ପଦବୀ ବିବରଣୀ : ୪୦୦

ସାଧାରଣବର୍ଗ : ୧୬୩
ଓବିସି : ୧୦୮
ଅନୁସୂଚିତ ଜାତି: ୫୯
ଅନୁସୂଚିତ ଜନଜାତି: ୩୦
EWS: ୪୦

ଆବେଦନ ଶୁଳ୍କ: ଏହି ପଦବୀ ପାଇଁ ଆବେଦନ କରିବାକୁ ଇଚ୍ଛୁକ ଥିବା ସାଧାରଣ ବର୍ଗ ପ୍ରାର୍ଥୀଙ୍କୁ ୧୦୦୦ ଟଙ୍କା ଦେବାକୁ ହେବ। ଅନୁସୂଚିତ ଜାତି/ ଜନଜାତି ଏବଂ ମହିଳାମାନଙ୍କୁ ୮୧ ଟଙ୍କା ଦେବାକୁ ହେବ।

ଶିକ୍ଷାଗତ ଯୋଗ୍ୟତା : ଏହି ପଦବୀରେ ଆବେଦନ କରିବାକୁ ଥିବା ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳ କିମ୍ବା ସଂସ୍ଥାରୁ ଗଣିତ ଏବଂ ପଦାର୍ଥ ବିଜ୍ଞାପରେ ଡିଗ୍ରୀ କରିଥିବା ଜରୁରୀ। ଏହାଛଡା ପ୍ରାର୍ଥୀ ୧୨ଶରେ ଇଂଲିଶରେ ବିଷୟରେ ଜରୁରୀ ପଢିଥିବା ଜରୁରୀ।

ବୟସ ସୀମା : ଏହି ପଦ ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ବୟସ ୨୭ ବର୍ଷରୁ ଅଧିକ ହେବା ଜରୁରୀ ନୁହେଁ। ସରଂକ୍ଷିତ ବର୍ଗଙ୍କ ପାଇଁ ବୟସ ସୀମାରେ ଛୁଟ୍‌ ଦିଆଯିବ।

ଦରମା: ଚୟନ ହୋଇଥିବା ପ୍ରାର୍ଥୀଙ୍କୁ ୪୦,୦୦୦ ଟଙ୍କାରୁ ୧,୪୦,୦୦୦ ଟଙ୍କା ମାସିକ ମିଳିବ।

ଚୟନ ପ୍ରକ୍ରିୟା : ସର୍ଟଲଷ୍ଟ ହୋଇଥିବା ପ୍ରାର୍ଥୀଙ୍କୁ ଅନଲାଇନ ପରୀକ୍ଷା ଦେବାକୁ ପଡିବ। ଏଥିରେ ପାସ୍‌ କଲେ ଡକ୍ୟୁମେଣ୍ଟ ଭେରିଫିକେସନ ଏବଂ ଭଏସ ଟେଷ୍ଟ ଦେବାକୁ ପଡିବ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ:

https://www.aai.aero/sites/default/files/examdashboard_advertisement/Advt%20No.%2002-2022.pdf

Leave A Reply

Your email address will not be published.