ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା ନେଲା ୭୮ ଲୋକଙ୍କ ଜୀବନ, ୧୦୪ ଆହତ

ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଜୁଲାଇ ମାସ ଆରମ୍ଭରୁ ହୋଇଥିବା ବର୍ଷାରେ ଏପର୍ଯ୍ୟନ୍ତ ୭୮ ଲୋକ ମୃତ୍ୟୁବରଣ କରିସାରିଲେଣି। ଏହାବ୍ୟତୀତ ୧୦୪ ଲୋକ ଆହତ ହୋଇଥିବା ବେଳେ ୧୫୦ କୋଟିରୁ ଉର୍ଦ୍ଧ୍ୱ ସଂପତ୍ତି ପାଣିରେ ବୋହିଯାଇଛି। ଏହା ମଧ୍ୟରେ ପିଡବ୍ଲ୍ୟୁଡିର ଅଧିକ କ୍ଷତି ହୋଇଛି। ୬୨ ପଶୁପକ୍ଷୀଙ୍କ ଜୀବନ ମଧ୍ୟ ଚାଲିଯାଇଛି। ୧୦୦ରୁ ଉର୍ଦ୍ଧ୍ୱ ଦୋକାନ ଘର ମଧ୍ୟ ବର୍ଷା ପାଣିରେ ଧୋଇଯାଇଛି। ୬୨ ଗୋଶାଳା ଧୋଇଯାଇଛି।

୭୮ ମୃତ୍ୟୁ ମଧ୍ୟରେ ସବୁଠାରୁ ଅଧିକ ମୃତ୍ୟୁ ଗାଡି ଦୁର୍ଘଟଣା ଯୋଗୁଁ ହୋଇଛି। ବର୍ଷା ସମୟରେ ଗାଡି ଦୁର୍ଘଯଣାରେ ୫୦ରୁ ଉର୍ଦ୍ଧ୍ୱ ଲୋକ ମରିଛନ୍ତି। ସାପ କାମୁଡିବା ଦ୍ୱାରା ୮ ଜଣ, କରେଣ୍ଟ ମାରିବା ଦ୍ୱାରା ୩ ଜଣ ବାକି ଅନ୍ୟ ସମସ୍ତଙ୍କ ମୃତ୍ୟୁ ଭୂସ୍ଖଳନ ଯୋଗୁଁ ହୋଇଛି। ଅନେକ ସ୍ଥାନରେ ବର୍ଷା ପାଣି ରୌଦ୍ର ରୂପ ଦେଖାଇଛି।

ପ୍ରତି ବର୍ଷ ହିମାଚଳ ପ୍ରଦେଶ ସରକାର ବର୍ଷାଦିନରେ ଅଧିକ ମାତ୍ରାରେ କ୍ଷତି ସହିଥାନ୍ତି। ସରକାର ଏହାକୁ ଜେଲ ଜିଲାଧିକାରୀଙ୍କୁ ନିର୍ଦ୍ଦେଶ ଦେିଥାନ୍ତି। ପ୍ରାକୃତିକ ବିପର୍ଯ୍ୟୟରୁ କେମିତି ବଞ୍ଚିବେ, ସେଥି ପାଇଁ ପୂର୍ବରୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଥାନ୍ତି। କିପରି ଜୀବନ ବିପଦ କମ୍‌ ରହିବ, ଉଦ୍ଧାର କାର୍ଯ୍ୟ ସଠିକ ଭାବେ ହେବ ସେଥିପାଇଁ ନିର୍ଦ୍ଦେଶ ଦେଇଥାନ୍ତି।

ପାଣିପାଗ ବିଭାଗ ଅନୁଯାୟୀ, ଆଗାମୀ ଦିନରେ ମଧ୍ୟପ୍ରବଳ ବର୍ଷା ହବ। ନଦୀର ଜଳସ୍ତର ବଢିବ, ତେଣୁ ସମସ୍ତେ ସତର୍କ ସହିତ ସଚେତନ ରହିବା ପାଇଁ ରାଜ୍ୟ ସରକାର ନିବେଦନ କରିଛନ୍ତି।

Leave A Reply

Your email address will not be published.