ଭୁବନେଶ୍ୱରରେ ଐତିହାସିକ ଚେସ୍‌ ଅଲିମ୍ପିଆଡ୍‌ ମସାଲ୍‌, ଲୋକସେବା ଭବନରେ ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର(କେନ୍ୟୁଜ୍): ଭୁବନେଶ୍ୱରରେ ଐତିହାସିକ ଚେସ୍‌ ଅଲିମ୍ପିଆଡ୍‌ ମସାଲ୍‌। ଜୁଲାଇ ୨୮ ତାରିଖରୁ ମହାବଳିପୁରମରେ ଆରମ୍ଭ ହେବାକୁ ଥିବା ୪୪ତମ ଚେସ୍‌ ଅଲିମ୍ପିଆଡ୍‌ ପାଇଁ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିଛି ମଶାଲ୍‌। ରାଜ୍ୟ କ୍ରୀଡା ବିଭାଗ ଓ ଓଡ଼ିଶା ଚେସ୍‌ ଆସୋସିଏସନର କର୍ମକର୍ତ୍ତା ଉପସ୍ଥିତ ରହି ବିମାନବନ୍ଦରରେ ମଶାଲକୁ ସ୍ୱାଗତ କରିଥିଲେ। ଏହାପରେ ରାଜ୍ୟ ଲୋକସେବା ଭବନର କନଭେସନ ହଲ୍‌ରେ ମଶାଲକୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ରହି ସ୍ୱାଗତ କରିଥିଲେ।

ମୁଖ୍ୟମନ୍ତ୍ରୀ ଉଦ୍‌ବୋଧନ ଦେଇ କହିଛନ୍ତି, ଚେସ୍‌ରେ ଭଲ ପ୍ରଦର୍ଶନ କରିଛି ଓଡ଼ିଶା। ବହୁ ଖେଳାଳି ସଫଳତା ପାଇଛନ୍ତି। ଓଡ଼ିଶାକୁ ମଶାଲ ଆସିଥିବାରୁ ଖୁସି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ। ଚେସ୍‌ ଅଲିମ୍ପିଆଡରେ ୨୦୦ ଦେଶର ପ୍ରତିଯୋଗୀ ଭାଗ ନେବେ। ଭାରତୀୟ ଐତିହାସିକ ଚେସ୍‌ ଅଲିମ୍ପିଆଡ୍‌ ମଶାଲ୍‌ ୨୦ଟି ସହର ଭ୍ରମଣ କରିଛି। ଏହି ଅଲିମ୍ପିଆଡ୍‌ ମଶାଲ ଦିଲ୍ଲୀ ସ୍ଥିତି ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ବାହାରିଥିଲା। ଏହି ଅଲିମ୍ପିଆଡ୍‌ ମଶାଲ ଯାତ୍ରୀ ଜୁନ୍‌ ୧୯ରୁ ଆରମ୍ଭ ହୋଇଥିଲା। ଏହା ୭୫ଟି ସହରରେ ଭ୍ରମଣ ପୁରା କରିବା ପାଇଁ ଧାର୍ଯ୍ୟ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.