Below header

ବିନା ଡିଲିଟ୍‌ କରି ଇନଷ୍ଟାଗ୍ରାମ ପୋଷ୍ଟକୁ କେମିତି ଲୁଚାଇବେ, ଜାଣନ୍ତୁ ସହଜ ଉପାୟ

ଇନଷ୍ଟାଗ୍ରାମ ଆଜିକାଲିର ସବୁଠାରୁ ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମ ହୋଇଯାଇଛି। ପ୍ରତିଦିନ ଏହି ଆପ୍‌ର ଲୋକପ୍ରିୟତା ବଢିବାରେ ଲାଗିଛି। ଇନଷ୍ଟାଗ୍ରାମର ସବୁଠାରୁ ଅଧିକ ବ୍ୟବହାର ଭାରତରେ ହେଉଛି। ଅକ୍ଟୋବର ୨୦୨୧ରେ ଭାରତ ସବୁଠାରୁ ଅଧିକ ଇନଷ୍ଟ୍ରଗ୍ରାମ ବ୍ୟବହାର କରୁଥିବା ଦେଶ ଲିଷ୍ଟ ଉପରେ ରହିଥିଲା। ଫଟୋ ସେୟାରିଂ ଆପ ପାଇଁ ଲାଟେଷ୍ଟ ଫିଚର୍ସ ଥିବା ଯୋଗୁ ଏହା ଅଧିକ ଫ୍ରେଣ୍ଡଲୀ ହୋଇଛି।

ଇନଷ୍ଟାଗ୍ରାମରେ ଫଟୋ ସେୟାର କରିବା ସହିତ ସର୍ଟ ଭିଡିଓ କରିବା, ଲାଇଭ କରିବା ଏବଂ ଭିଡିଓ କଲିଂ କରିବା ସୁବିଧା ଦେଉଛି। ଏହାସହିତ ଇନଷ୍ଟାଗ୍ରାମରେ କିଛି ଇନ-ବିଲ୍ଟ ଫିଚର୍ସ ରହିଛି, ଯାହା ୟୁଜର୍ସଙ୍କୁ ବହୁତ ସାହାଯ୍ୟ କରୁଛି। ଯାହାଦ୍ୱାରା ଆପଣ ପଠାଇଥିବା ମେସେଜକୁ ହଟାଇବା, କିଛି ଲୋକ ଷ୍ଟୋରୀ ହାଇଡ କରିବା କିମ୍ବା ନିଜ ଲୋକଙ୍କ ସହିତ ଷ୍ଟୋରୀ ସେୟାର କରିବା ଇତ୍ୟାଦି ଫିଚର୍ସ ରହିଛି। ତେବେ ଅନେକ ଜାଣିବାକୁ ଚାହାନ୍ତି କି, ଯଦି ଆପଣ ଇନଷ୍ଟାଗ୍ରାମରେ କୌଣସି ଏକ ପୋଷ୍ଟ କରିଛନ୍ତି, ତେବେ ଏହାକୁ ଡିଲିଟ୍‌ ନ କରି କିପରି ହାଇଡ୍‌ କରିବେ।

କେମିତି ହାଇଡ କରିବେ ଇନଷ୍ଟା ପୋଷ୍ଟ :

ଅନେକ ଥର ଏପରି ହୋଇଥାଏ କି, ଆପଣ କରିଥିବା କୌଣସି ପୋଷ୍ଟକୁ କେବଳ କିଛି ଖାସ୍‌ ଫଲୋୟର୍ସ ଦେଖିବାକୁ ଚାହାନ୍ତି, କିନ୍ତୁ ଏମିତି ହୋଇପାରେ ନାହିଁ। ତେବେ କେମିତି ଲୁଚାଇବେ ଇନଷ୍ଟା ପୋଷ୍ଟ :

– ନିଜର ପୋଷ୍ଟ ଲୁଚାଇବା ପାଇଁ ପ୍ରଥମେ ଇନଷ୍ଟାଗ୍ରାମ ଆକାଉଣ୍ଟ ଓପନ କରନ୍ତୁ। ତା’ ପରେ ପ୍ରୋଫାଇଲକୁ ଯାଆନ୍ତୁ।

– ଏବେ ପୋଷ୍ଟକୁ ସିଲେକ୍ଟ କରି ଯାହାକୁ ଆପଣ ନିଜ ଫ୍ୟାନ୍ସଙ୍କୁ ଲୁଚାଇବାକୁ ଚାହାନ୍ତୁ।

– ଏହାପରେ ପୋଷ୍ଟ ଉପରକୁ ଯାଇ ଡାହାଣ ପଟେଥିବା ଥ୍ରୀ ଡଟ୍‌ ଉପରେ କ୍ଲିକ କରନ୍ତୁ।

– ଏବେ ଆକାଇଭକୁ ଅପସନ ଦେଖିବାକୁ ମିଳିବ। ସେଠାରେ ଆକାଉଣ୍ଟ ପୋଷ୍ଟ ଲୁଚାଇବା ଉପରେ କ୍ଲିକ କରନ୍ତୁ।

Instagram
picture credit- social booster

କେମିତି ପୁଣି ଅନଆକାଇଭ କେମିତି କରିବେ :

ନିଜର ପୋଷ୍ଟକୁ ଅନଆକାଇଭ କରିବାପାଇଁ ପ୍ରଥମେ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ଓପନ କରି ପ୍ରୋଫାଇଲକୁ ଯାଆନ୍ତୁ। ଏହାର ଉପର ଡାହାଣ କୋଣରେ ଥିବା ଥ୍ରୀ ଡଟ୍‌କୁ ରଖି ‘ଆକାଇଭ’ ଅପସନ ଉପରେ କ୍ଲିକ ରନ୍ତୁ। ଏଠାରେ ଥିବା ପୋଷ୍ଟକୁ ଆପଣ ପୂର୍ବରୁ ଲୁଚାଇ ଥିବା ପୋଷ୍ଟକୁ ଓପନ କରିଦିଅନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.