ମହାରାଷ୍ଟ୍ରର ଏହି ସ୍ଥାନରେ ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ସ୍ୱଂୟ ପ୍ରକଟ ହୋଇଥିଲେ ଭଗବାନ ଶ୍ରୀକୃଷ୍ଣ, ଜାଣନ୍ତୁ ଏହି ମନ୍ଦିର ସମ୍ପର୍କରେ

ମହାରାଷ୍ଟ୍ରର ପଣ୍ଢରପୁରରେ ଶ୍ରୀକୃଷ୍ଣଙ୍କୁ ସମର୍ପିତ କରିବା ପାଇଁ ଏକ ପୁରୁଣା ମନ୍ଦିର ରହିଛି। ଯେଉଁଠି ଶ୍ରୀକୃଷ୍ଣଙ୍କ ରୂପରେ ବିଠଲ୍‌ ଭଗବାନ ଓ ମାତା ଋକ୍ମିଣୀଙ୍କ ପୂଜା କରାଯାଏ। ଆଷାଢ଼ ମାସରେ ସାରା ଦେଶରେ କୃଷ୍ଣ ଭକ୍ତ ପୁଣ୍ଡରିକର ବାରକରି ସମ୍ପ୍ରଦାୟ ଓ ଶ୍ରୀକୃଷ୍ଣଙ୍କ ଭକ୍ତ ଅନେକ ଦୂରରୁ ଆସି ସାଥିରେ ପତକା ଧରି ଦେବଶୟନୀ ଏକାଦଶୀ ଦିନ ପହଞ୍ଚିଥାନ୍ତି। ଏହାପରେ ଭଗବାନଙ୍କ ନିମିତ୍ତ ମହାପୂଜା ଅନୁଷ୍ଠିତ ହୋଇଥାଏ। ତେବେ ଏଠାରେ ଭଗବାନଙ୍କ ମୂର୍ତ୍ତିକୁ ନେଇ ଅନେକ ଚର୍ଚ୍ଚା ହୋଇଥାଏ।

ଏହି ମନ୍ଦିରରେ ଥିବା ଭଗବାନ ଶ୍ରୀକୃଷ୍ଣ ନିଜ ହାତକୁ ଅଣ୍ଟାରେ ରଖି ଛିଡା ହୋଇଛନ୍ତି। କିନ୍ତୁ ଏମିତି କାହିଁକି ହୋଇଛି ତାହା ସମ୍ପର୍କରେ ଆଜି ଏହି ଭିିଡ଼ିଓରୁ ଜାଣନ୍ତୁ। ଏହାସହ ବିଠଲ୍‌ ଭଗବାନଙ୍କ ରୂପରେ ଭଗବାନ କାହିଁକି ପୂଜା ପାଉଛନ୍ତି , ତାହା ସମ୍ପର୍କରେ ମଧ୍ୟ ଜାଣନ୍ତୁ..

ଭଗବାନ ଶ୍ରୀକୃଷ୍ଣ ଓ ତାଙ୍କ ଲୀଳା ଖେଳା କେବଳ ଭାରତ ନୁହେଁ ବରଂ ସାରା ଦୁନିଆରେ ପରିବ୍ୟାପ୍ତ। ସେମିତିରେ ତ ମଥୁରାକୁ କୃଷ୍ଣଙ୍କ ନଗରୀ କୁହାଯାଏ, କିନ୍ତୁ ତାଙ୍କର ଏକ ପ୍ରସିଦ୍ଧ ମନ୍ଦିର ମହାରାଷ୍ଟ୍ରରେ ଅଛି। ଯାହାକୁ ବିଠଲ ଋକ୍ମିଣୀ ମନ୍ଦିର କୁହାଯାଏ। ଦେବଶୟନୀ ଏକାଦଶୀରେ ଏଠାରୁ ପ୍ରଭୁଙ୍କ ନଗର ଯାତ୍ରା ଆରମ୍ଭ ହୋଇଥାଏ। ଏମିତିରେ ଅନେକ ଶ୍ରଦ୍ଧାଳୁଙ୍କ ଆଗମନ ହୋଇଥାଏ। କୁହାଯାଏ ଯେ ବିଠଲ ଭଗବାନଙ୍କ ଯାତ୍ରା ଗତ ୮୦୦ ବର୍ଷରୁ ଲଗାତାର ଭାବେ ଚାଲିଆସୁଛି।

ପୌରାଣିକ ତଥ୍ୟକୁ ଦେଖିଲେ ଅନେକ କଥା ଜାଣିବାକୁ ମିଳେ। ଯେମିତିକି ୬ଷ୍ଠ ଶତାବ୍ଦୀରେ ପୁଣ୍ଡରିକ ନାମକ ପ୍ରସିଦ୍ଧ ସନ୍ଥ ଥିଲେ। ଯିଏ କି ନିଜ ମାତା ପିତାଙ୍କ ପରମ ଭକ୍ତ ଥିଲେ। ଭଗବାନ ଶ୍ରୀକୃଷ୍ଣ ତାଙ୍କ ଇଷ୍ଟଦେବ ଥିଲେ। ତାଙ୍କ ଭକ୍ତିରେ ପ୍ରସନ୍ନ ହୋଇ ଭଗବାନ ଦେବୀ ଋକ୍ମିଣୀଙ୍କ ସହ ପ୍ରକଟ ହେଲେ। ସେହି ସମୟରେ ପୁଣ୍ଡରିକ ଭଗବାନଙ୍କୁ କହିଥିଲେ ଯେ ତାଙ୍କ ପିତା ଶୋଇଛନ୍ତି ସେ କିଛି ସମୟ ଅପେକ୍ଷା କରନ୍ତୁ। ସେ ହି ସମୟରେ ଭଗବାନ ମଧ୍ୟ କଥା ମାନି ଅଣ୍ଟାରେ ହାତ ରଖି ଛିଡାହେଲେ।

ପରେ ଭଗବାନଙ୍କ ଏହି ସ୍ୱରୂପକୁ ହିଁ ବିଠଲ କୁହାଗଲା। ପରେ ଏହି ସ୍ଥାନ ପୁଣ୍ଡରିକ ବା ପୁଣ୍ଢରପୁର ନାମରେ ନାମିତ କରାଗଲା। ଯାହାକି ମହାରାଷ୍ଟ୍ରର ସୁବଠୁ ବଡ଼ ପ୍ରସିଦ୍ଧ ତୀର୍ଥ ସ୍ଥଳ ମଧ୍ୟରୁ ଏକ। ସନ୍ଥ ପୁଣ୍ଡରିକଙ୍କୁ ବାରକରି ସମ୍ପ୍ରଦାୟର ସଂସ୍ଥାପକ ମନାଯାଏ। ଏହି ସମ୍ପ୍ରଦାୟର ଲୋକ ବିଠଲ ଭଗବାନଙ୍କୁ ପୂଜା କରନ୍ତି।

ମନ୍ଦିର କୂଳରେ ଭୀମା ନଦୀ ଅଛି। ମାନ୍ୟତା ରହିଛି ଯେ ଏହି ନଦୀରେ ସ୍ନାନ କରିବା ପରେ ଭକ୍ତଙ୍କ ସବୁ ପାପ ନାଶ ହୋଇଯାଏ। ମନ୍ଦିର ପରିସରରେ ଋକ୍ମିଣୀ, ବଳରାମ, ସତ୍ୟଭାମା, ଜାମ୍ବବତୀ ତଥା ଶ୍ରୀରାଧା ଙ୍କ ମନ୍ଦିର ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.