Below header

ଦିଲ୍ଲୀରେ ପୁଣି ଲଜ୍ଜା, ଚଳନ୍ତା କାରରେ ୩ ସାଙ୍ଗ ମିଶି ଲୁଟିଲେ ନାବାଳିକାର ଇଜ୍ଜତ; କଲେ ଭିଡିଓ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ପୁଣିଥରେ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ପୁଣି ଥରେ ଦିଲ୍ଲୀ ରାସ୍ତାରେ ଗଣଦୁଷ୍କର୍ମର ଶିକାର ହୋଇଛି ନାବାଳିକା। ଚଳନ୍ତା କାରରେ ସାଙ୍ଗମାନେ ନାବାଳିକାଙ୍କୁ ଗଣ ଦୁଷ୍କର୍ମ କରିଛନ୍ତି। ଏହି ପୂରା ମାମଲାରେ ପୀଡ଼ିତା ଅଭିଯୋଗ କରିଛନ୍ତି ଯେ ୩ ଯୁବକ ତାଙ୍କୁ ବସନ୍ତ ବିହାରରୁ ଉଠାଇ ନେଇଥିଲେ। ପରେ ଦିଲ୍ଲୀ ବୁଲାଇଥିଲେ। ତା’ ପରେ ସେମାନେ ନାବାଳିକାଙ୍କୁ ଗାଜିଆବାଦ ନେଇ ଯାଇଥିଲେ। ସେଠାରେ କାରରେ ଥିବା ଦୁଇ ଜଣ ଯୁବକ ତାଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିଲେ। କେବଳ ଏତିକି ନୁହେଁ, ଏହି ସମୟରେ ସେମାନେ ଭିଡିଓ ମଧ୍ୟ ସୁଟିଂ କରିଥିଲେ। ଜଣେ ଯୁବକ ତାଙ୍କୁ ନିର୍ଯାତନା ବି ଦେଇଥିଲା ବୋଲି ନାବାଳିକା ଅଭିଯୋଗ କରିଛନ୍ତି।

ପୀଡ଼ିତା କହିଛନ୍ତି, ଜୁଲାଇ ୬ରେ ସେ ଜଣେ ଝିଅ ସାଙ୍ଗଙ୍କ ସହ ମୋତିବାଗ ଯାଇଥିଲେ। ସେଠାରୁ ଫେରିବା ବେଳକୁ ରାତି ହୋଇଯାଇଥିଲା। ବସନ୍ତ ବିହାର ମାର୍କେଟ୍‌ ନିକଟରେ ଘର ପାଖର ୨ ଜଣ ଯୁବକ ତାଙ୍କୁ ବୁଲା ନେବା ବାହାନାରେ ନିଜ ସହ ନେଇ ଯାଇଥିଲେ। ତା’ ପରେ ତୃତୀୟ ଯୁବକ ନିଜ କାର ନେଇ ସେଠାରେ ପହଞ୍ଚିଥିଲେ। ଏହି କାରରେ ହିଁ ସେମାନେ ନାବଳିକାଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିଲେ। ଅଭିଯୋଗ ହେଉଛି ଯେ ତିନି ଜଣ ଯୁବକ ପୀଡ଼ିତାଙ୍କୁ କୋଲ୍ଡ ଡ୍ରିଙ୍କ୍‌ରେ ମଦ ମିଶାଇ ପିଆଇଥିଲେ ଓ ତା’ ପରେ ନିଶାସକ୍ତ ଅବସ୍ଥାରେ ତାଙ୍କୁ ଦୁଷ୍କର୍ମ କରିଥିଲେ।

ଏ ନେଇ ନାବାଳିକା ଅଭିଯୋଗ କରିବା ପରେ ପୋଲିସ ଘଟଣାର ଗମ୍ଭୀରତାକୁ ଦେଖି ମାମଲା ରୁଜୁ କରିଛି। ଦିଲ୍ଲୀ ପୋଲିସ ଏହି କେସ୍‌ରେ ୨୩, ୨୫ ଓ ୩୫ ବର୍ଷର ୩ ଜଣ ଯୁବକଙ୍କ ବିରୋଧରେ ମାମଲା ରଜୁ କରି ଗିରଫ କରିଛି। ଅଭିଯୁକ୍ତମାନେ ପୀଡ଼ିତାଙ୍କ ଘର ପାଖର ବୋଲି ଜଣାଯାଇଛି।

Also Read: ଡେଲିଭରି ବେଳେ ଗର୍ଭବତୀଙ୍କୁ ଦୁଷ୍କର୍ମ କଲେ ଡାକ୍ତର, ସିକ୍ରେଟ୍‌ କ୍ୟାମେରାରେ କଏଦ ହେଲା ପୂରା ଦୃଶ୍ୟ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.