ପିଲା ହୁଅନ୍ତୁ ଅବା ବଡ ସମସ୍ତଙ୍କୁ ପସନ୍ଦ ଆସିବ ଚକୋଲେଟ୍‌ ସାଣ୍ଡଓ୍ଵିଚ୍‌, ମିନିଟରେ ହେବ ପ୍ରସ୍ତୁତ୍‌

ଆବଶ୍ୟକ ସାମଗ୍ରୀ

ଚକୋଲେଟ୍‌ – ୨୦୦ ଗ୍ରାମ୍‌
ବ୍ରେଡ ସ୍ଲାଇସ୍‌ – ୪ଟି
କାଜୁ (କଟା ହୋଇଥିବା) – ୨ ଚାମଚ
ବାଦାମ୍‌ (କଟା ହୋଇଥିବା) – ୨ ଚାମଚ୍‌
କିସମିସ – ୨ ଚାମଚ୍‌
ପିସ୍ତା (କଟା ହୋଇଥିବା) – ୨ ଚାମଚ
ମୋଜରେଲା ଚିଜ୍‌ – ୨ ସ୍ଲାଇସ୍‌
ବଟର – ୨ ଚାମଚ୍‌

ପ୍ରସ୍ତୁତି ପ୍ରଣାଳୀ

  • ଚକୋଲେଟ୍‌ ସାଣ୍ଡଓ୍ଵିଚ୍‌ ବନାଇବା ପାଇଁ ସର୍ବପ୍ରଥମେ ଚକୋଲେଟ ନିଅନ୍ତୁ ଏବଂ ତାକୁ ଛୋଟ ଛୋଟ କରିଦିଅନ୍ତୁ।
  • ଆପଣ ଚାହିଁବେ ତ ଚକୋଲେଟ୍‌ ସସ୍‌ ବି ବ୍ୟବହାର କରିପାରିବେ।
  • ଏବେ ବ୍ରେଡ୍‌ ସ୍ଲାଇସ୍‌ ନିଅନ୍ତୁ ଏବଂ ତାହାଉପରେ ଚକୋଲେଟ୍‌ ପିସକୁ ରଖିଦିଅନ୍ତୁ। ଏହାପରେ ଏହା ଉପରେ ଛୋଟ ଛୋଟ କାଜୁ, ବାଦାମ, ପିସ୍ତାକୁ ପକାଇ ଚାରିଆଡକୁ ରଖିଦିଅନ୍ତୁ।
  • ଏହାପରେ ଏହାଉପରେ କିସମିସ୍‌ ପକାଇ ଦିଅନ୍ତୁ।
  • ଏହାପରେ ଏହାଉପରେ ଚିଜର ଏକ ସ୍ଲାଇସ ରଖିଦିଅନ୍ତୁ ଏବଂ ତାପରେ ଆଉ ଥରେ ଚକୋଲେଟର ଖଣ୍ଡ, କାଜୁ, ପିସ୍ତା, ବାଦାମ ଏବଂ କିସମିସ ପକାଇ ଦିଅନ୍ତୁ।
  • ଏହାପରେ ଆଉ ଏକ ବ୍ରେଡ ସ୍ଲାଇସ୍‌ ନିଅନ୍ତୁ ଏବଂ ତାକୁ ସ୍ଟଫିଙ୍ଗ୍‌ ଉପରେ ରଖିଦିଅନ୍ତୁ ଏବଂ ସାଣ୍ଠଓ୍ଵିଚକୁ ହାଲକା ଦବାଇ ଦିଅନ୍ତୁ।
  • ଏହାପରେ ବ୍ରେଡ ସାଣ୍ଡଓ୍ଵିଚକୁ ଦୁଇ ପଟରୁ ବଟର ଲଗାଇ ଦିଅନ୍ତୁ। ଏବଂ ସାଣ୍ଡଓ୍ଵିଚକୁ ଗୋଲଡେନ୍‌ ବ୍ରାଉନ୍‌ ହେବା ପର୍ଯ୍ୟନ୍ତ ରୋଷ୍ଟ କରନ୍ତୁ।
  • ଏବେ ପ୍ରସ୍ତୁତ ହୋଇଯାଇଛି ଆପଣଙ୍କର ସ୍ୱାଦିଷ୍ଟ ଚକୋଲେଟ୍‌ ସାଣ୍ଡଓ୍ଵିଚ୍‌।
  • ଏହି ସାଣ୍ଡଓ୍ଵିଚକୁ ଆପଣ ମଝିରୁ କାଟି ସର୍ଭ କରନ୍ତୁ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.