Below header

ଯଦି ପିଲା ସକାଳ ୭ଟା ଠାରୁ ସ୍କୁଲ ଯାଇପାରୁଛନ୍ତି, କୋର୍ଟ କାହିଁକି ଘଣ୍ଟାଏ ପୂର୍ବରୁ ଆରମ୍ଭ ହେବ ନାହିଁ : ଜଷ୍ଟିସ ୟୁ ୟୁ ଲଳିତ

ଯଦି ପିଲାମାନେ ସକାଳ ୭ ଟା ଠାରୁ ସ୍କୁଲ ଯାଇପାରିବେ ତେବେ ସୁପ୍ରିମ କୋର୍ଟ କାହିଁକି ଏକ ଘଣ୍ଟା ଆଗରୁ ଆରମ୍ଭ ହେବନାହିଁ ? ଭାରତର ଆଗାମୀ ଚିଫ ଜଷ୍ଟିସ ଜଷ୍ଟିସ ୟୁ ୟୁ ଲଲିତ ଏକ ଶୁଣାଣି ଚାଲିଥିବା ସମୟରେ ଏହି ଟିପ୍ପଣୀ ଦେଇଛନ୍ତି । ସେ ନିଜେ ଏକ ମାମଲାର ଶୁଣାଣି ଏକ ଘଣ୍ଟା ପୂର୍ବରୁ ଆରମ୍ଭ କରି ଏହି ଟିପ୍ପଣୀ ଦେଇଛନ୍ତି । କହିରଖିବା ଉଚିତ ହେବକି ଜଷ୍ଟିସ ଲଳିତ ଏକ ମାମଲାର ଶୁଣାଣି ସକାଳ ୯
.୩୦ ରେ ଆରମ୍ଭ କରିଛନ୍ତି । ଯେବେକି କୋର୍ଟ କାର୍ଯ୍ୟ ସାଧାରଣତଃ ସକାଳ ସାଢେ ୧୦ଟା ଠାରୁ ଆରମ୍ଭ ହୋଇଥାଏ । ଆଉ ଏହି ସମୟରେ ସେ କହିଛନ୍ତିକି ଯଦି ଛୋଟ ଛୋଟ ପିଲାମାନେ ସକାଳ ୭
ଟାରୁ ଉଠି ସ୍କୁଲ ଯାଇପାରୁଛନ୍ତି ତେବେ ଓକିଲ ତଥା ଜଜଙ୍କ କାର୍ଯ୍ୟ କାହିଁକି ସକାଳ ୯ ଟା ଠାରୁ ଆରମ୍ଭ ହୋଇପାରିବ ନାହିଁ ?

ଭାରତର ପୂର୍ବ ଆଟର୍ଣ୍ଣି ଜେନେରାଲ ମୁକୁଲ ରୋହତଗୀ ଖୁବ କମ ସମୟ ମଧ୍ୟରେ ଶୁଣାଣି ହେଉଥିବାରୁ ସେନେଇ ଖୁସି ଜାହିର କରିଛନ୍ତି । ଆଉ ଏହି ସମୟରେ ଶ୍ରୀ ରୋହତଗୀ ସୁପ୍ରିମ କୋର୍ଟରେ କହିଛନ୍ତିକି, କୋର୍ଟ କାର୍ଯ୍ୟ କାର୍ଯ୍ୟ ଆରମ୍ଭ ହେବାର ସଠିକ ସମୟ ହେଉଛି ସକାଳ ୯.୩୦ । ଆଉ ସେ ସବୁବେଳେ ସଠିକ ସମୟରେ କାର୍ଯ୍ୟ ଆରମ୍ଭ କରିବା ନେଇ ଗୁରୁତ୍ୱ ଦେଇଆସିଛନ୍ତି । ତାଙ୍କ ଅନୁଯାୟୀ ଶୀଘ୍ର କାମ ଆରମ୍ଭ ହେଲେ ସମୟ ଅନୁସାରେ କାମ ସରିବା ସହିତ କାର୍ଯ୍ୟରେ ସଫଳତା ମଧ୍ୟ ମିଳିଥାଏ । ଏହା ସହିତ ସେ ଏହି ପ୍ରସ୍ତାବ ମଧ୍ୟ ଦେଇଛନ୍ତିକି ଯଦି ସୁପ୍ରିମ କୋର୍ଟ ଶୁଣାଣି ସକାଳ ୯ ଟାରେ ଆରମ୍ଭ ହେବ ତେବେ ଲମ୍ବା ଶୁଣାଣି ପରେ ସାଢେ ୧୧ ଟା ସମୟରେ ଅଧା ଘଣ୍ଟା ପାଇଁ ବ୍ରେକ ମିଳିପାରିବ । ଆଉ ଏହା ଦ୍ୱାରା ସନ୍ଧ୍ୟା ସମୟରେ କାମ କରିବା ପାଇଁ ଅଧିକ ସମୟ ମଧ୍ୟ ମିଳିପାରିବ ।

କହିରଖୁଛୁକି ଜଷ୍ଟିସ ୟୁ ୟୁ ଲଳିତ ଭାରତର ଆଗାମୀ ପ୍ରଧାନ ବିଚାରପତି ହେବାକୁ ଯାଉଛନ୍ତି । ବର୍ତ୍ତମାନର ଚିଫ ଜଷ୍ଟିସ ଏନ ବି ରମନାଙ୍କ ପରେ ସେ ପଦ ଭାର ସମ୍ଭାଳିବେ । ଆସନ୍ତା ଅଗଷ୍ଟ ୨୭ ତାରିଖରେ ଜଷ୍ଟିସ ରମନାଙ୍କ କାର୍ଯ୍ୟକାଳ ସରିବାକୁ ଯାଉଛି । ଯଦି ବର୍ତ୍ତମାନର ନିୟମ ସବୁକୁ ଧରାଯାଏ ତେବେ ସୁପ୍ରିମ କୋର୍ଟ ସପ୍ତାହକୁ ପାଞ୍ଚ ଦିନ କାର୍ଯ୍ୟ କରୁଛି । ଆଉ ଦୈନନ୍ଦିନ କାର୍ଯ୍ୟ ସକାଳ ୧୦.୩୦ଟା ଠାରୁ କେଶ ଶୁଣାଣି ହେବା ସହ ଅପରାହ୍ନ ୪ଟା ଯାଏଁ ଚାଲୁଛି । ଯେବେକି ୧ରୁ ୨ଟା ପର୍ଯ୍ୟନ୍ତ ଲଞ୍ଚ ବ୍ରେକ ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.