Below header

ଏଠାରେ ମଦ ପିଇ ଗାଡି ଚଲାଇଲେ ଦେବାକୁ ପଡିପାରେ ୨.୪୦ ଲକ୍ଷର ଜରିମାନା, ନଚେତ ସବୁଦିନ ପାଇଁ ଡ୍ରାଇଭିଂ ମନା

ଭାରତ ହେଉ ଅବା ଅନ୍ୟ କୌଣସି ଦେଶ, ସଡ଼କ ଦୁର୍ଘଟଣାକୁ ରୋକିବା ପାଇଁ ସରକାର ସମସ୍ତ ଚେଷ୍ଟା କରୁଛନ୍ତି। ମଦ ପିଇ ଗାଡି ଚଳାଇବା ଠାରୁ ଆରମ୍ଭ କରି ଯାତାୟତକୁ ନେଇ ଟ୍ରାଫିକ ନିୟମ ଭାଙ୍ଗିଲେ ଜରିମାନା ଲାଗିଥାଏ। ଏହି ଆଇନ ପରେ ମଧ୍ୟ ଭାରତରେ ବେଶ୍‌ କିଛି ପାର୍ଥକ୍ୟ ନଜର ଆସିନାହିଁ। କିନ୍ତୁ ଏମିତି ଏକ ଦେଶ ରହିଛି, ଯେଉଁଠି ମଦ ପିଇ ଗାଡି ଚଲାଇବା ଦ୍ୱାରା ଏତେ ମାତ୍ରାରେ ଜରିମାନା ଆଦାୟ ହୋଇଛି ଯେ, ଲୋକେ ଏବେ ନିୟମ ଭାଙ୍ଗିବାକୁ ଡରୁଛନ୍ତି।

ଏମିତି ଏକ ଦେଶ ହେଉଛି ବ୍ରିଟେନ। ଯେଉଁଠାରେ ସଡକ ଦୁର୍ଘଟଣା ରୋକିବା ପାଇଁ ଟ୍ରାଫିକ ନିୟମକୁ କଡାକଡି କରାଯାଇଛି। ମିଡିଆ ରିପୋର୍ଟ ମୁତାବକ, ଯଦି ଏଠାରେ ମଦ ପିଇ ଗାଡି ଚଲାଇବା ବେଳେ ଧରାପଡନ୍ତି, ତେବେ ଜେଲ୍‌ ହୋଇପାରେ। ଏହାଛଡା ଅଧିକ ଅର୍ଥର ଜରିମାନା ଦେବାକୁ ପଡିପାରେ। ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ବ୍ୟାନ୍‌ ହୋଇପାରେ। ୟୁକେରେ ଟ୍ରାଫିକ ନିୟମ ଅବମାନନା କରିବା କିମ୍ବା ଭାଙ୍ଗିବା ବହୁତ ବଡ ଅପରାଧ ବୋଲି ଧରାଯାଏ।

ସବୁଠାରୁ ଖାସ୍‌ କଥା ହେଲା, ବ୍ରିଟେନରେ ମଦ ପିଇ ଗାଡି ଚଲାଇବା ଅଭିଯୋଗରେ ଡ୍ରାଇଭିଂରେ ବର୍ଷେ କିମ୍ବା ଲାଇସେନ୍ସ ବ୍ୟାନ୍‌ କରାଯାଉଛି। ମଦ ପିଇ ଗାଡି ଚଲାଇବା ରିହାବିଲିଟେସନ କୋର୍ସ କରି ଆପଣ ବ୍ୟାନ୍‌ କମ୍‌ କରିବାକୁ ଚେଷ୍ଟା କରିପାରିବେ।
ଏହାପରେ ଶେଷ ନିଷ୍ପତ୍ତି କୋର୍ଟ କରିଥାନ୍ତି। ଥରେ ମଦ ପିଇ ଗାଡି ଚଲାଇବା ବେଳେ ଧରାପଡିଲେ ବର୍ଷେ ପର୍ଯ୍ୟନ୍ତ ଲାଇସେନ୍ସ ବ୍ୟାନ୍‌ ହୋଇଥାଏ। ଯଦି ଦୁଇ ଥର ଧରାପଡନ୍ତି ତେବେ ଦୋଷୀ ଏବଂ ତୃତୀୟ ଥର ଧରାପଡିଲେ ଡ୍ରାଇଭିଂ କରିବାକୁ ମନା କରାଯାଏ।

drinking

ବ୍ରିଟେନ ସରକାରଙ୍କ େଓ୍ଵବ ସାଇଟ୍‌ ମୁତାବକ, ଦେଶରେ ମଦ ପିଇ ଗାଡି ଚଲାଇବା ପାଇଁ ଏକ ଆଇନ ସୀମା ରହିଛି। ଯଦି ଆପଣ ଏହା ଠାରୁ ଅଧିକ ମଦ ପିଇ ଡ୍ରାଇଭ କରନ୍ତି, ତେବେ ୩ ମାସର ଜେଲ ହୋଇପାରେ। ଅଥବା ୨.୪୧ ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡିଥାଏ।

ସେହିପରି ଅଧିକ ନିଶାରେ ଗାଡି ଚଲାଇବା କିମ୍ବା ଟ୍ରାଫିକ ପୋଲିସଙ୍କ ସହିତ ର୍ଦୁବ୍ୟବହାର କରିବା ଦ୍ୱାରା ଆପଣ ୩ ମାସ ବଦଳରେ ୬ ମାସ ଜେଲ ଯିବାକୁ ପଡିପାରେ। ଏହି ମାମଲାରେ ଅସୀମିତ ଜରିମାନା ମଧ୍ୟ ଲଗାଯାଇପାରେ।
ମଦ ପିଇ ଗାଡି ଚଲାଇବା ସମୟରେ ଗାଡି ଧକ୍କା କରି କାହାର ଜୀବନ ହାନୀ ଘଟେ। ଏହି ମାମଲାରେ ୧୪ ବର୍ଷ ପର୍ଯ୍ୟନ୍ତ ଜେଲ ହୋଇପାରେ। ଏହାସହିତ ଡ୍ରାଇଭିଂ ଲାଇସେନ୍ସ ବ୍ୟାନ୍‌ ସହିତ କାର୍ଯ୍ୟାନୁଷ୍ଠାନ ନିଆଯାଏ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.