‘ମୋ ସାଙ୍ଗ ଭଳି କେହି ନାହାନ୍ତି କି ହେବେନି…’, ରାଷ୍ଟ୍ରପତି ଭବନରେ ରଜନୀକାନ୍ତଙ୍କୁ ଭେଟି ଏମିତି କହିଲେ ଅନୁପମ ଖେର

ଫିଲ୍ମ ଜଗତରେ ଏବେ ବି ଅନେକ କଳାକାର ଅଛନ୍ତି, ଯେଉଁମାନଙ୍କ ବନ୍ଧୁତା ବୟସର ଅପରାହ୍ନରେ ମଧ୍ୟ ସେତିକି ସତେଜ ରହିଛି ଯେତିକି ଯୁବାବସ୍ଥାରେ ଥିଲା। ଆଜି ବନ୍ଧୁତ୍ୱ ଦିବସ ଅବସରରେ ଆସନ୍ତୁ ଜାଣିବା ସେଭଳି ଦୁଇ ଜଣ ବରିଷ୍ଠ କଳାକାରଙ୍କ ବନ୍ଧୁତା ବିଷୟରେ ଯାହା ଅନ୍ୟମାନଙ୍କ ପାଲଟିଛି ଉଦାହରଣ। ଏହି ଦୁଇ ମହାନ୍‌ ବ୍ୟକ୍ତି ବିଶେଷ ହେଉଛନ୍ତି ସାଉଥ୍‌ ଇଣ୍ଡଷ୍ଟ୍ରୀର ଥଲାଇବା ରଜନୀକାନ୍ତ ଓ ବଲିଉଡ୍‌ର ଦମ୍‌ଦାର ଅଭିନେତା ଅନୁପମ୍‌ ଖେର। ଏହି ଦୁଇ ଜଣଙ୍କ ବନ୍ଧୁତା ବିଷୟରେ ବୋଧେ ଖୁବ୍‌ କମ୍‌ ଲୋକ ଜାଣିଥିବେ। କିନ୍ତୁ ଅନୁପମ୍‌ ଖେର ନିକଟରେ ରଜନୀକାନ୍ତଙ୍କ ସହ ଫଟୋ ସେୟାର କରି ଫ୍ୟାନ୍‌ଙ୍କ ମନ ଜିତିଯାଇଛନ୍ତି।

ରଜନୀକାନ୍ତଙ୍କୁ ଭେଟିଲେ ଅନୁପମ୍‌ ଖେର:

ବଲିଉଡ୍‌ର ମୋଷ୍ଟ ଡିମାଣ୍ଡିଂ ଅଭିନେତା ଅନୁପମ ଖେର ରାଷ୍ଟ୍ରପତି ଭବନରେ ରଜନୀକାନ୍ତଙ୍କ ସହ ଦୁଇଟି ଫଟୋ ସେୟାର କରିଛନ୍ତି। ଫଟୋରେ ଅନୁପମ୍‌ ଖେର ଓ ରଜନୀକାନ୍ତ କ୍ୟାମେରାକୁ ଚାହିଁ ହସି ହସି ପୋଜ୍‌ ଦେଉଥିବା ଦେଖାଯାଇଛି। ଉଭୟେ ପରସ୍ପର ସହ ବେଶ୍‌ ଖୁସି ନଜର ଆସିଛନ୍ତି। ରଜନୀକାନ୍ତ ଓ ଅନୁପମ ଖେରଙ୍କ ଏହି ଫଟୋ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଖୁବ୍‌ ସେୟାର କରାଯାଉଛି।

 

View this post on Instagram

 

A post shared by Anupam Kher (@anupampkher)

ରଜନୀକାନ୍ତଙ୍କ ପାଇଁ ଖାସ୍‌ ମେସେଜ୍‌ ଲେଖିଲେ ଅନୁପମ ଖେର:

ଅନୁପମ ଖେର ଏହି ଫଟୋ ସେୟାର କରି କ୍ୟାପ୍‌ସନ୍‌ରେ ରଜନୀକାନ୍ତଙ୍କୁ ନିଜ ବେଷ୍ଟ ଫ୍ରେଣ୍ଡ୍‌ ବୋଲି କହିଛନ୍ତି। ସେ ଲେଖିଛନ୍ତି- ମୋ ବନ୍ଧୁ ରଜନୀକାନ୍ତଙ୍କ ଭଳି କେହି ନଥିଲେ କି ନାହାନ୍ତି କି ହେବେନି। ବହୁତ ଭଲ ଲାଗିଲା ଆଜି ଦେଖା ହୋଇ, ଜୟ ହୋ! #AazadiKaAmritMahotsav

ଅନୁପମ ଖେର ଓ ରଜନୀକାନ୍ତଙ୍କ ଏହି ଫଟୋ ରାଷ୍ଟ୍ରପତି ଭବନର। ଉଭୟେ ରାଷ୍ଟ୍ରପତି ଭବନରେ ସ୍ୱାଧୀନତାର ଅମୃତ ମହୋତ୍ସବ କାର୍ଯ୍ୟକ୍ରମରେ ଭେଟିଥିଲେ। ଏହି କାର୍ଯ୍ୟକ୍ରମରେ ଅନୁପମ ଖେର ରଜନୀକାନ୍ତଙ୍କ ସହ ଫଟୋ ସେୟାର ନିଜ ସାଙ୍ଗ ବୋଲି କହିଛନ୍ତି। ସମସ୍ତେ ଏହି ଦୁଇ ବନ୍ଧୁଙ୍କୁ ଦେଖି ବନ୍ଧୁତ୍ୱ ଦିବସର ଅଭିନନ୍ଦନ ଜଣାଉଛନ୍ତି।

Also Read: ୫ଟି ରାଜ୍ୟରେ ଗୋରୁଙ୍କୁ ବ୍ୟାପିଲାଣି ଭୟଙ୍କର ଲମ୍ପି ଭାଇରସ୍‌, ସଂକ୍ରମିତ ଗାଈଙ୍କ କ୍ଷୀର ନ ପିଇବାକୁ କେନ୍ଦ୍ର ସରକାରଙ୍କ ପରାମର୍ଶ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.