Below header

ବାଇକ, ସ୍କୁଟର କିମ୍ବା କାରରେ ସାପ ପଶିଗଲେ କରନ୍ତୁ ଏହି ୩ କାମ, ନଚେତ ଜୀବନ ପ୍ରତି ଆସିପାରେ ବିପଦ

ଥରେ ଭାବନ୍ତୁ ତ ଆପଣ ଯେଉଁ ବାଇକ, ସ୍କୁଟର କିମ୍ବା କାର ଚଲାଉନ୍ତି, ସେଥିରେ ଯଦି କୌଣସି ସାପ ପଶିଯାଏ ତାହେଲେ କେତେ ଭୟଙ୍କର ସ୍ଥିତି ଉପୁଜିବ। ଯଦିଓ ସାପ ଅନେକ ପ୍ରକାରର ଥାଏ। କିଛି ସାପ ବିଷାକ୍ତ ହୋଇଥାନ୍ତି ତ ଆଉ କିଛି ସାପ ଅଛନ୍ତି,ଯେଉଁମାନଙ୍କର ବିଷ ନଥାଏ। ସାଧାରଣ ନାଗରିକ ଭାବରେ ଆପଣଙ୍କୁ ହୁଏତ ଜଣାନଥିବ ଯେ କେଉଁ ସାପର ବିଷ ନାହିଁ ଏବଂ କେଉଁ ସାପର ବିଷ ଅଛି। ଏଥିପାଇଁ ଯେତେବେଳେ ବି କୌଣସି ବ୍ୟକ୍ତି ନିଜ ଆଖପାଖରେ ସାପକୁ ଦେଖନ୍ତି, ସେମାନେ ଭୟ କରିଯାନ୍ତି। ଏମିତିରେ ଯଦି ଆପଣଙ୍କ କାର, ବାଇକ କିମ୍ବା ସ୍କୁଟରରେ କେବେବି ସାପ ପଶିଯାଏ ତାହେଲେ ସର୍ବପ୍ରଥମ କାମ ହେଉଛି ଆପଣ ଭୟ ନକରିବା ଏବଂ ବୁଦ୍ଧିମାନର କାମ କରିବା। ଆଜି ଆମେ ଆପଣଙ୍କୁ ଏହାସହ ଜଡିତ ୩ ଟିପ୍ସ ବତାଇବାକୁ ଯାଉଛୁ ଯାହା ଆପଣଙ୍କୁ ଏମିତି ପରିସ୍ଥିତିରେ ବହୁତ ମାତ୍ରାରେ ସାହାଯ୍ୟ କରିବ।

ପ୍ୟାନିକ ହୁଅନ୍ତୁନାହିଁ

ଗାଡିରେ ସାପକୁ ପଶିଥିବାର ଦେଖି ବିଲକୁଲ ବି ପ୍ୟାନିକ ହୁଅନ୍ତୁନାହିଁ। କାରଣ ଯେତେବେଳେ ବି ବ୍ୟକ୍ତି ଭୟ କରିଯାନ୍ତି ସେତେବେଳେ ତାଙ୍କ ଠାରେ ବୁଝିବା ସୁଝିବାର ଶକ୍ତି କମ୍‌ ହୋଇଯାଇଥାଏ। ଏଥିପାଇଁ ଯଦି ଆପଣଙ୍କୁ ଆପଣଙ୍କ ବାହନ ଭିତରେ ସାପ ପଶିଥିବାର ନଜର ଆସିବ ତାହେଲେ ଆପଣଙ୍କୁ ସେତେବେଳେ ବୁଦ୍ଧିମାନର କାମ କରିବା ଉଚିତ।

ବାହନ ଠାରୁ ଦୂରକୁ ଚାଲିଯାନ୍ତୁ

ଗାଡିରେ ସାପକୁ ଦେଖିଲେ ପ୍ୟାନିକ ନ ହେବା ସହିତ ଆପଣଙ୍କୁ ବାହାଦୁରୀ ସହ କାମ କରିବା ଉଚିତ। ଆପଣ ନିଜେ ନିଜେ ଆଦୌ ବି ଚେଷ୍ଟା କରନ୍ତୁନାହିଁ ସାପକୁ ଘଉଡାଇବା ପାଇଁ। ଏହା ଖତରନାକ ପ୍ରମାଣିତ ହୋଇପାରେ। ଯେମିତି ହିଁ ଆପଣ ସାପକୁ ଗାଡିରେ ଦେଖୁଛନ୍ତି ତୁରନ୍ତ ଦୂରକୁ ଚାଲିଯାନ୍ତୁ ଏବଂ ଅନ୍ୟ କାହାକୁ ବି ଆଖପାଖକୁ ଛାଡନ୍ତୁନାହିଁ।

ବନ ବିଭାଗକୁ ସୂଚିତ କରନ୍ତୁ

ଯେତେବେଳେ ଆପଣଙ୍କୁ ଏହା ଜଣାପଡିବ ଯେ ଆପଣଙ୍କ ଗାଡି ଭିତରେ ସାପ ପଶିଯାଇଛି ତାହେଲେ ଆପଣ ତୁରନ୍ତ ବନ ବିଭାଗକୁ ଏହାର ସୂଚନା ଦିଅନ୍ତୁ। ଆପଣଙ୍କ ସୂଚନା ପାଇବା ମାତ୍ରକେ ବନ ବିଭାଗର ଟିମ୍‌ ଆପଣଙ୍କ ଗାଡି ପାଖକୁ ଆସିବେ। ଏବଂ ଆଗକୁ ଥିବା ସମସ୍ତ କାମ ବନ ବିଭାଗ ଟିମ୍‌ ଉପରେ ଛାଡି ଦିଅନ୍ତୁ। ସେମାନେ ନିଜ ହିସାବରେ ସ୍ଥିତିକୁ ହ୍ୟାଣ୍ଡେଲ କରିବେ ଏବଂ ଆପଣଙ୍କ ବାହନକୁ ସାପ ଠାରୁ ମୁକ୍ତ କରିବେ।

ପୁଣି କରନ୍ତୁ ଗାଡିର ବ୍ୟବହାର

ଯେତେବେଳେ ସାପ ଆପଣଙ୍କ ଗାଡିରୁ ଅଲଗା ହୋଇଯିବ ସେତେବେଳେ ଆପଣ ଆରାମରେ ନିଜ ଗାଡିର ବ୍ୟବହାର କରିପାରିବେ। ବନ ବିଭାଗର ଟିମ୍‌ ସାପକୁ ନିଜ ସାଥିରେ ନେଇଯିବେ ଏବଂ ଜଙ୍ଗଲରେ ସାପକୁ ଛାଡିଦେବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.