ମୋହନା (କେନ୍ୟୁଜ): ଗଜପତି ଜ଼ିଲ୍ଲା ଅଡବା ଥାନା ମଧ୍ୟରେ ଆଦିବାସୀ ମାନଙ୍କ ଭଙ୍ଗାରୁଜା ଏବଂ ପୋଲିସ କର୍ମଚାରୀ ଙ୍କୁ ଥାନାରେ ପଶି ଆକ୍ରମଣ ଘଟଣା ରେ ୭ ଜଣ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୩୦୦ ରୁ ଉର୍ଦ୍ଧ ବ୍ୟକ୍ତି ଙ୍କ ନାମରେ ମାମଲା ରୁଜୁ କରିଛି ଅଡବା ପୋଲିସ। ପୋଲିସ ନିଜ ପକ୍ଷରୁ ଏହି ମାମଲା ରୁଜୁ କରିଥିବା ଜଣାପଡିଛି। ଥାନା କେସ୍ ନଂ ୧୧୧ / ୨୨ରେ ମାମଲା ରୁଜୁ କରି ଘଟଣା ର ତଦନ୍ତ ଆରମ୍ଭ କରାଯାଇଥିବା ଆର. ଉଦୟଗିରି ଏସ୍. ଡି. ପି. ଓ ଦିଲ୍ଲୀପ କୁମାର ନାୟକ ସୂଚନା ଦେଇଛନ୍ତି ।
ଅନ୍ୟପଟେ ଅଞ୍ଚଳ ରେ ଶାନ୍ତି ଫେରାଇ ଆଣିବା ପାଇଁ ପ୍ରଶାସନିକ ଅଧିକାରୀ, ପୋଲିସ, ଜନପ୍ରତିନିଧି ଏବଂ ସମ୍ପୃକ୍ତ ଅଞ୍ଚଳ ର କିଛି ଆଦିବାସୀ ନେତା ଙ୍କୁ ନେଇ ଏକ ଶାନ୍ତି କମିଟି ଗଠନ କରାଯାଇଛି। ବୁଧୁବାର ପୂର୍ବବତ୍ତ ଅଡବା ଥାନା ରେ କାର୍ଯ୍ୟ ଆରମ୍ଭ ହୋଇଛି, ସଠିକ୍ ଭାବେ ଥାନା ପରିଚାଳିତ ହେଉଛି। ଗଜପତି ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥୀ ଥାନା କୁ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି ।ସିସି ଟିଭି ଫୁଟେଜ୍ କୁ ଆଧାର କରି ଅଭିଯୁକ୍ତ ମାନଙ୍କୁ ଚି଼ହ୍ନଟ କରାଯାଉଛି। ସରଳ ନିରୀହ ଆଦିବାସୀ ମାନଙ୍କୁ ଥାନା ଭିତରେ ପଶି ଏଭଳି ତୁମୁଳ କାଣ୍ଡ ରଚାଇବା ପାଇଁ କିଏ ଉଷୁକେଇଲା ତାର ମଧ୍ୟ ତନାଘନା ଚାଲିଛି ଅତିଶୀଘ୍ର ଆଇନ ଭଙ୍ଗକାରି ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ସୂଚନା ଦେଇଛି ।
ସୂଚନା ଯୋଗ୍ୟ ଯେ ମଙ୍ଗଳବାର ଝରଣପୁର ଗ୍ରାମର ଜଣେ ଗିରଫ ଗଞ୍ଜେଇ ଅଭିଯୁକ୍ତ ବିଶ୍ୱନାଥ ଭୂୟାଁ ଙ୍କୁ ଛାଡିବା ଦାବିରେ ଆଦିବାସୀ ଜନସାଧାରଣ ମାନେ ଅଡବା ଥାନା ସମ୍ମୁଖରେ ଧାରଣା ଦେଇଥିଲେ ପରେ କିଛି କୁଚକ୍ରୀ ଙ୍କ ପ୍ରୋରଚନା ରେ ଥାନା ମଧ୍ୟରେ ପଶି ବ୍ୟାପକ ଭଙ୍ଗାରୁଜା କରିବା ସହ ପୋଲିସ କର୍ମଚାରୀ ଏବଂ ପୋଲିସ କ୍ୱାଟର ରେ ଥିବା ପୋଲିସ କର୍ମଚାରୀ ଙ୍କ ପରିବାର ସଦସ୍ୟ ଙ୍କୁ ମଧ୍ୟ ଆକ୍ରମଣ କରିଥିଲେ ।