ଖଲ୍ଲିକୋଟ(କେନ୍ୟୁଜ୍): ଲାଞ୍ଚ ନେଇ ଧରାପଡ଼ିଲେ ଖଲ୍ଲିକୋଟ ଭେଜିପୁଟ ଫାଣ୍ଡି ଏସ୍ଆଇ । ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭେଜିପୁଟ ଫାଣ୍ଡି SI ସନ୍ତୋଷ କୁମାର ସ୍ୱାଇଁଙ୍କୁ ଧରିଛି ଭିଜିଲାନ୍ସ । ଖଲ୍ଲିକୋଟ ଥାନାରେ ଥିବା ଏକ ମାମଲାର ଫୈସଲା ପାଇଁ ଲାଞ୍ଚ ମାଗିଥିଲେ ଏସ୍ଆଇ । ସନ୍ତୋଷ ସ୍ୱାଇଁଙ୍କ ଦୁଇଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରିଛି । ଆୟବହିର୍ଭୂତ ସମ୍ପତ୍ତି ଯାଞ୍ଚ କରୁଛି ଟିମ୍ । ଏନେଇ ବ୍ରହ୍ମପୁର ଭିଜିଲାନ୍ସ ଥାନାରେ ମାମଲା ରୁଜୁ ହୋଇଛି ।