କୋଲକାତା (କେନ୍ୟୁଜ୍): କୋଲକାତା ଉତ୍କଳ ଭବନ କର୍ମଚାରୀଙ୍କ ମଧ୍ୟରେ ଗଣ୍ଡଗୋଳ ଘଟଣାର ତଦନ୍ତ ଚାଲିଛି । ଓଡ଼ିଶା ସରକାରଙ୍କ ଉପ ସଚିବ ବିବେକାନନ୍ଦ ପୃଷ୍ଟି ଘଟଣାର ତଦନ୍ତ କରୁଛନ୍ତି । ମହିଳା କର୍ମଚାରୀ ପୁଷ୍ପାଞ୍ଜଳି ମୁର୍ମୁଙ୍କୁ ଗାଡ଼ି ଚାଳକ ବିବେକାନନ୍ଦ ଦତ୍ତ ଆକ୍ରମଣ କରିଥିବା ଅଭିଯୋଗ ଆସିଛି । ଭବନରେ ଦୁର୍ନୀତି ହେଉଥିବା ମହିଳା କର୍ମଚାରୀଙ୍କ ଅଭିଯୋଗ ଆଣିଥିବା ବେଳେ ତଥ୍ୟ ଦେଇପାରିନଥିଲେ ।
ଏନେଇ ତାଲତଲା ଥାନାରେ ଅଭିଯୋଗ ପରେ ବିବେକା ନନ୍ଦ ଦତ୍ତ ଏବଂ ମକର ସାହୁ ୨ କର୍ମଚାରୀଙ୍କୁ ପଚରାଉଚୁରା ପରେ ଛାଡି ଦେଇଥିଲା ପୋଲିସ । ପରେ ଉପ ସଚିବ ବିବେକାନନ୍ଦ ପୃଷ୍ଟି ଘଟଣାର ତଦନ୍ତ କରୁଛନ୍ତି । ଏହାସହ ଉତ୍କଳ ଭବନରେ ସିସି କ୍ୟାମେରା, ହ୍ୟାଣ୍ଡ ଓ୍ଵାସ, ନିରାପତ୍ତା ରକ୍ଷୀ, ନଥିବା ବିଷୟ ମଧ୍ୟ ସେ ଅବଗତ ହୋଇଛନ୍ତି । ଏନେଇ ଉପ ସଚିବଙ୍କ ସହ ଆଲୋଚନା କରିଛନ୍ତି କଳିଙ୍ଗ ଟିଭି ବ୍ୟୁରୋ ହେଡ ପ୍ରମୋଦ ମହାନ୍ତି ।