କ୍ଲାସରୁମରେ ଗଡୁଛନ୍ତି ମାତାଲ ଶିକ୍ଷକ, ପାଠ ଛାଡି ଖେଳରେ ମାତିଛନ୍ତି ଛାତ୍ର

ସୁନ୍ଦରଗଡ (କେନ୍ୟୁଜ୍): ସୁନ୍ଦରଗଡ ପ୍ରାଥମିକ ସ୍କୁଲରେ ଅଭାବନୀୟ ଦୃଶ୍ୟ । ମାତାଲ ହୋଇ କ୍ଲାସରୁମରେ ଗଡୁଛନ୍ତି ଶିକ୍ଷକ । ପାଠ ଛାଡି ଖେଳୁଛନ୍ତି ଛାତ୍ର । ସୁନ୍ଦରଗଡ ଜିଲ୍ଲା ଲେଫ୍ରିପଡା ବ୍ଲକ କୁଲାବିରା ଗାଁ କିସାନ ପଡା ପ୍ରାଥମିକ ସ୍କୁଲରେ ଦେଖିବାକୁ ମିଳିଛି ଏମିତି ଘଟଣା।

ସୂଚନା ମୁତାବକ, ଏହି ସ୍କୁଲର ଶିକ୍ଷକ ପ୍ରଦୀପ କୁମାର ପଟେଲ ମାତାଲ ହୋଇ କ୍ଲାସରୁମରେ ଗଡୁଥିବାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ପ୍ରଦୀପ ପ୍ରାୟ ସମୟରେ ସ୍କୁଲକୁ ମଦ ପିଇ ଆସିବା ସହ କ୍ଲାସ ରୁମରେ ଶୋଇ ପଡନ୍ତି । ଏହାସହ ପିଲାଙ୍କୁ ମାରପିଟ ଓ ଅନ୍ଯ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଅସଭ୍ୟ ଭାଷାରେ ଗାଲିଗୁଲଜ କରୁଥିବା ମଧ୍ୟ ଅଭିଯୋଗ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.