Below header

ଡେଙ୍ଗୁ ବ୍ୟାପିବା ପରେ କଳାବଜାରୀ ଆରମ୍ଭ: ପ୍ଲେଟଲେଟ୍‌ ବଦଳରେ ରୋଗୀଙ୍କୁ ଦେଲେ ଜୁସ୍‌

ନୂଆଦିଲ୍ଲୀ : ପ୍ରୟାଗରାଜ ସଙ୍ଗମ ସହରରେ ଡେଙ୍ଗୁ ରୋଗୀଙ୍କ ଜୀବନ ସହ ଖେଳିବାର ଏପରି ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି। ଯାହା ମାନବିକତାକୁ ଲଜ୍ଜାଜନକ କରିବାକୁ ଯାଉଛି। ଏଠାରେ ପ୍ଲେଟଲେଟ୍‌ ବଦଳରେ ଡେଙ୍ଗୁ ରୋଗୀଙ୍କୁ ଦେଲେ ଫଳ ଜୁସ୍‌। ଏଥିପାଇଁ ରୋଗୀଙ୍କ ଜୀବନ ଚାଲି ଯାଇଥିବା ଅଭିଯୋଗ ହୋଇଛି। ଉତ୍ତରପ୍ରଦେଶର ପ୍ରୟାଗରାଜରୁ ଏଭଳି ଅଭିଯୋଗ ଆସିଛି। ପ୍ରୟାଗରାଜରେ ଜଣେ ଡେଙ୍ଗୁ ରୋଗୀଙ୍କୁ ପ୍ଲେଟଲେଟ୍‌ ବଦଳରେ ଫଳ ଜୁସ୍‌ ଦିଆଯିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।

ସୂଚନା ଅନୁସାରେ, ଡେଙ୍ଗୁରେ ଆକ୍ରାନ୍ତ ହେବାରୁ ପ୍ରଦୀପ କୁମାର ପାଣ୍ଡେ ନାମକ ଜଣେ ବ୍ୟକ୍ତିଙ୍କୁ ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ତାଙ୍କୁ ପ୍ଲେଟଲେଟ୍‌ ବଦଳରେ ଫଳ ଜୁସ୍‌ ଦିଆଯିବାରୁ ତାଙ୍କ ଜବୀନ ଚାଲି ଯାଇଥିବା ଅଭିଯୋଗ ହୋଇଛି। ତେବେ ପ୍ରାଥମିକ ଅନୁସନ୍ଧାନରେ ଡାକ୍ତରଖାନାର ଏଭଳି ଅବହେଳା ଖବର ମିଳିବା ପରେ ଡାକ୍ତରଖାନାର ଲାଇସେନ୍ସ ବାତିଲ କରି ଡାକ୍ତରଖାନାକୁ ସିଲ୍ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପଦକ୍ଷେପ ନେଇଛି। ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ତଥା ଡେପୁଟି ସିଏମ୍ ବ୍ରଜେଶ ପଠକ ମଧ୍ୟ ଏହି ପ୍ରସଙ୍ଗରେ ଟ୍ୱିଟ୍ କରିଛନ୍ତି। ଆଇଜି ରେଞ୍ଜ ପ୍ରୟାଗରାଜ ଡାକ୍ତର ରାକେଶ କୁମାର ସିଂ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି।

କହିବାକୁ ଗଲେ ଡେଙ୍ଗୁ ପୀଡିତ ପ୍ରଦୀପ ପାଣ୍ଡେ ନାମକ ଜଣେ ରୋଗୀଙ୍କୁ ଅକ୍ଟୋବର ୧୭ରେ ଝଲୱା ସ୍ଥିତ ଗ୍ଲୋବାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପ୍ରଦୀପଙ୍କ ପ୍ଲେଟଲେଟ୍‌ ହ୍ରାସ ପାଇ ୧୨-୧୩ ହଜାରରେ ପହଞ୍ଚିଥିଲା। ତେଣୁ ୮ ୟୁନିଟ୍‌ ପ୍ଲେଟଲେଟ୍‌ ଯୋଗାଡ଼ କରିବା ପାଇଁ ଡାକ୍ତର କହିଥିଲେ। ୩ ୟୁନିଟ୍‌ ପ୍ଲେଟଲେଟ୍‌ ଯୋଗାଡ଼ ହୋଇଥିବା ବେଳେ ଆଉ ୫ ୟୁନିଟ୍‌ ପ୍ଲେଟଲେଟ୍‌ ଯୋଗାଡ଼ ହୋଇପାରିନଥିଲା। ତେବେ ଯେଉଁ ବିଲ୍ଡିଂରେ ହସ୍ପିଟାଲ୍‌ ହୋଇଛି, ତା’ର ମାଲିକଙ୍କ ପୁଅ ସତୀଶ ୫ ୟୁନିଟ୍‌ ପ୍ଲେଟଲେଟ୍‌ ବଦଳରେ ୨୫ ହଜାର ଟଙ୍କା ନେବା କଥା କହିଥିଲେ। ପ୍ରଦୀପଙ୍କ ପରିବାର ଲୋକ ସତୀଶଙ୍କୁ ୨୫ ହଜାର ଟଙ୍କା ଦେଇ ୫ ୟୁନିଟ୍‌ ପ୍ଲେଟଲେଟ୍‌ କିଣିଥିଲେ।

ଏହାପରେ ସମ୍ପର୍କୀୟମାନେ ଅଭିଯୋଗ କରିଛନ୍ତି ଯେ ପ୍ଲେଟଲେଟ୍ ଟ୍ରାନ୍ସଫର ହେବା ପରେ ରୋଗୀର ଅବସ୍ଥା ଆହୁରି ଖରାପ ହୋଇଯାଇଥିଲା, ପରେ ତାଙ୍କୁ ଅନ୍ୟ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ହେଲେ ସେତେବେଳକୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଆହୁରି ବିଗିଡ଼ି ଯାଇଥିଲା। ଶରୀରରେ ଥିବା ଅନେକ ଶିରା ଫାଟି ଯାଇଥିଲା। କିଣାଯାଇଥିବା ୫ ୟୁନିଟ୍‌ ପ୍ଲେଟଲେଟ୍‌ ମଧ୍ୟରୁ ବଳକା ଏକ ପ୍ଲେଟଲେଟ୍‌କୁ ପ୍ରଦୀପଙ୍କ ପରିବାର ଲୋକ ଡାକ୍ତରଙ୍କୁ ଦେଇଥିଲେ। ହେଲେ ପରେ ଜଣାପଡ଼ିଥିଲା ଯେ, ଏହା ପ୍ଲେଟଲେଟ୍‌ ନୁହେଁ ବରଂ ଏଥିରେ ଫଳ ଜୁସ୍‌ ଓ କେମିକାଲ ମିଶା ଯାଇଛି। ଫଳରେ ଅକ୍ଟୋବର ୧୯ ରେ ରୋଗୀର ମୃତ୍ୟୁ ହୋଇଥିଲା।

ମାମଲା ନୋଟିସ ଆସିବା ପରେ ଡେପୁଟି ସିଏମଙ୍କ ନିର୍ଦ୍ଦେଶରେ ତୁରନ୍ତ ଡାକ୍ତରଖାନାକୁ ସିଲ୍ କରାଯାଇଥିଲା। ଏହା ବ୍ୟତୀତ ପ୍ଲାଲେଟର ନମୁନା ପରୀକ୍ଷା ପାଇଁ ଔଷଧ ବିଭାଗର ଲ୍ୟାବକୁ ପଠାଯାଇଛି। ସୂଚନାଥାଉ କି, ପ୍ରୟାଗରାଜରେ ଡେଙ୍ଗୁ ବ୍ୟାପିବା ପରେ କଳାବଜାରୀ ଆରମ୍ଭ ହୋଇଯାଇଛି। ପ୍ଲେଟଲେଟ୍‌ ବଦଳରେ ଫଳ ଜୁସ୍‌ ଓ କେମିକାଲ୍‌ ମିଶା ଯାଇ ରୋଗୀଙ୍କୁ ଦିଆଯାଉଥିବା ଘଟଣା ସାମ୍ନାକୁ ଆସିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.