Below header

ସକାଳୁ ସକାଳୁ ପଢ଼ନ୍ତୁ ଆଜିର ରାଶିଫଳ, ଜାଣନ୍ତୁ ଦିନଟି କେମିତି କଟିବ

ରାଶିଫଳ ବ୍ୟକ୍ତିର ଭବିଷ୍ୟତ ବାବଦରେ କିଛିଟା ସୂଚନା ଦେଇଥାଏ। ଅନେକ ସମୟରେ ରାଶି ଚାଳନ ମନୁଷ୍ୟ ଉପରେ ପ୍ରଭାବ ପକେଇଥାଏ। ଜାଣନ୍ତୁ ଆପଣଙ୍କ ରାଶି ବାବଦରେ କ’ଣ ରହିଛି ସୂଚନା।

ମେଷ : ପାରିବାରିକ ବୁଝାମଣା ଉତ୍ତମ ରହିବ। କର୍ମକ୍ଷେତ୍ରରେ ଉତ୍ସାହର ସହ କାର୍ଯ୍ୟ କରିବେ । ଦାମ୍ପତ୍ୟ ଜୀବନରେ ମଧୁର ସମ୍ପର୍କ ରହିବ। ମହିଳାମାନେ ପ୍ରସନ୍ନ ରହିବେ। ଦୀର୍ଘଦିନର ସମସ୍ୟା ଭିନ୍ନ ମୋଡ଼ ନେବ।

ବୃଷ : ଗୁରୁଜନଙ୍କ ଉପଦେଶ ଅନୁସାରେ କାର୍ଯ୍ୟ କରିବେ। କର୍ମକ୍ଷେତ୍ରରେ ଉଚ୍ଚ ସମ୍ମାନ ପାଇବେ। ଭାଇଭଉଣୀଙ୍କ ସହଯୋଗ ପାଇବେ। ପ୍ରଶାସନିକ ଓ ରାଜନୀତି ସହ ଜଡ଼ିତ ବ୍ୟକ୍ତି ଶୁଭଫଳ ପାଇବେ।

ମିଥୁନ : କୌଣସି କାର୍ଯ୍ୟ ଉଦ୍ଦେଶ୍ୟରେ ଦୂରଯାତ୍ରା କରିପାରନ୍ତି। ଚାକିରିରେ ବ୍ୟସ୍ତତା ଭିତରେ କଟିବ। ପଡ଼ୋଶୀଙ୍କ ସହ ସମ୍ପର୍କ ବୃଦ୍ଧି ପାଇବ। ବ୍ୟବସାୟରେ ସ୍ବଳ୍ପ ଲାଭ ମିଳିବ। ଛାତ୍ରଛାତ୍ରୀ ଭ୍ରମଣପ୍ରିୟ ହେବେ।

କର୍କଟ : ଆଜି କିଛି ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି। କଠିନ ପରିଶ୍ରମ କରି ସଫଳ ହେବେ। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ବିଦେଶରେ ନିଯୁକ୍ତି ସୁଯୋଗ ପାଇବେ।କର୍ମକ୍ଷେତ୍ରରେ ଆଗୁଆ ରହିବେ।

ସିଂହ : କୌଣସି ସ୍ଥାନରୁ ଶୁଭ ସମାଚାର ପାଇବେ। ନୂତନ ଆର୍ଥିକ ଯୋଜନାରେ ନିବେଶ କରିବାରୁ ବିରତ ରୁହନ୍ତୁ। ଆପଣଙ୍କ ବ୍ୟବହାରରେ ଅନ୍ୟମାନେ ଖୁସି ହେବେ। ବରିଷ୍ଠ ଅଧିକାରୀଙ୍କ ସହ ମିଳାମିଶା ବଢ଼ିବ।

କନ୍ୟା : ସମୟ ପୂର୍ବରୁ କାର୍ଯ୍ୟ ସମାପ୍ତ କରିବେ। ବିବାଦୀୟ ସ୍ଥିତିରୁ ଦୂରେଇ ରୁହନ୍ତୁ। ବିଭିନ୍ନ କ୍ଷେତ୍ରରେ ପରିବାରର ସହଯୋଗ ପାଇବେ। ସାଙ୍ଗସାଥୀଙ୍କ ସହ ମିଳାମିଶା କରି ଖୁସି ଅନୁଭବ କରିବେ।

ତୁଳା : ଦିନଟି ବ୍ୟସ୍ତତା ଭିତରେ କଟିବ। ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରିବେ। ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହେବ। ଆର୍ଥିକ ଅନଟନ ଦେଖାଦେବ। ଜୀବନସାଥୀଙ୍କ ସହ ନିବିଡ଼ତା ବଢ଼ିବ।

ବିଛା : ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ। ସହକର୍ମୀଙ୍କ ସହ ସମ୍ପର୍କ ଦୃଢ଼ ହେବ। ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେବେ। ଆଧ୍ୟାତ୍ମିକ ଚିନ୍ତାରେ ଦିନଟି କଟିବ। ଦାମ୍ପତ୍ୟ ଜୀବନରେ ସୁଖଶାନ୍ତି ବୃଦ୍ଧି ପାଇବ।

ଧନୁ : ନିଜ ଲକ୍ଷ୍ୟକୁ ସାଧନ କରିବେ। ପାରିବାରିକ ସମସ୍ୟାରେ ଫସି ରହିବେ। ଜରୁରୀ କାର୍ଯ୍ୟରେ ବନ୍ଧୁଙ୍କ ସହଯୋଗ ପାଇ ଖୁସି ହେବେ। ଆୟ ବଢ଼ିବାର ସୁଯୋଗ ରହିଛି। ଧାର୍ମିକସ୍ଥଳୀ ପରିଭ୍ରମଣରେ ଯାଇପାରନ୍ତି।

ମକର : ସମ୍ପତ୍ତି କିମ୍ବା ଯାନର କ୍ରୟ ବିକ୍ରୟ ସମ୍ଭବ । ମନରେ ସକାରାତ୍ମକ ଭାବନା ରଖିବେ। ପାରିବାରିକ ସମ୍ପର୍କରେ ନିବିଡ଼ତା ବୃଦ୍ଧି ପାଇବ। କର୍ମକ୍ଷେତ୍ରରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ । ଅବିବାହିତମାନେ ବିବାହ କରିବାକୁ ନିଷ୍ପତ୍ତି ନେଇପାରନ୍ତି।

କୁମ୍ଭ : ପରିବାରରେ ସୁଖସମୃଦ୍ଧି ପାପ୍ତ କରିବେ। ଜରୁରୀ କାର୍ଯ୍ୟରେ ସାଙ୍ଗସାଥୀଙ୍କ ସାହାଯ୍ୟ ଲୋଡ଼ିବେ। ଏକ ନୂତନ ଆରମ୍ଭ ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିପାରେ। ଛାତ୍ରଛାତ୍ରୀ ପ୍ରିତିଯୋଗିତାମୂଳକ ପରୀକ୍ଷାରେ ସଫଳତା ପାଇବେ।

ମୀନ : ଗୋପନୀୟ କଥା ପ୍ରକାଶ କରିବାରୁ ଦୂରେଇ ରୁହନ୍ତୁ। ସମ୍ପତ୍ତି ସମ୍ବନ୍ଧୀୟ ବିବାଦ ଆପଣଙ୍କୁ ଚାପରେ ରଖିପାରେ । ଦୀର୍ଘ ଦିନର ସମସ୍ୟାର ସମାଧାନ ହୋଇପାରେ। ଆର୍ଥିକକ୍ଷେତ୍ରରେ ସୁଦୃଢ଼ ରହିବ। ବ୍ୟବସାୟୀମାନେ ଦୂରଯାତ୍ରା କରିପାରନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.