ଶିକ୍ଷକ ଅନିରୁଦ୍ଧ ସ୍ୱାଇଁ ହତ୍ୟା ମାମଲା : ଦୀର୍ଘ ୨୩ ଦିନ ପରେ ପୋଲିସ ହାତରେ ଧରାପଡିଲା ହତ୍ୟାକାରୀ, କୋର୍ଟ ଯିବା ବେଳେ ଉତ୍ତେଜନା

ଆନନ୍ଦପୁର (କେନ୍ୟୁଜ): ନଭେମ୍ବର ମାସ ୧୩ ତାରିଖରେ ନନ୍ଦିପଦା ଥାନା ନିକଟରେ ରହୁଥିବା ଭଡା ଘରେ ଗଣିତ ଶିକ୍ଷକ ଅନିରୁଦ୍ଧ ସ୍ୱାଇଁଙ୍କୁ ବିଭତ୍ସ ହତ୍ୟା କରାଯାଇଥିଲା। ହତ୍ୟା ଘଟଣା ପରେ ହତ୍ୟାକାରିକୁ ଧରିବାକୁ ପୋଲିସ୍ ନାକେଦମ ହେବା ପରେ ଦୀର୍ଘ ୨୩ ଦିନ ପରେ ଢେଙ୍କା ପଞ୍ଚାୟତର କଣିହାରି ଗାଁରୁ ଅରୂପ ଯେନା ନାମକ ଜଣେ ଯୁବକକୁ ଉପଯୁକ୍ତ ତଥ୍ଯ ପ୍ରମାଣ ସହିତ ଗିରଫ କରିଥିଲା। ଟଙ୍କା ଧାର ଉଧାର ଓ ଅନୈତିକ କାର୍ଯ୍ୟକଳାପକୁ ଆଧାର କରି ଅନିରୁଦ୍ଧ ସ୍ବାଇଁଙ୍କୁ ଅରୂପ ଛୁରା ମାରି ହତ୍ୟା କରିଥିବା ପୋଲିସ ଆଗରେ କହିଥିଲା।

ତେବେ ଆଜି ହତ୍ୟାକାରୀ ଅରୂପକୁ ହାଟଡିହି jmfc କୋର୍ଟକୁ ଆଣିବା ସମୟରେ ସୃଷ୍ଟି ହୋଇଥିଲା ଉତ୍ତେଜନା। କୋର୍ଟ ଗାଡିକୁ କିଛି ସମୟ ପାଇଁ ଅଟକ ରଖିବା ସହିତ କୋର୍ଟ ସମ୍ମୁଖରେ ଧାରଣାରେ ବସି ରହିଲେ ଉଭୟ ହତ୍ୟାକାରୀଙ୍କ ପରିବାର ଓ ମୃତ ଶିକ୍ଷକଙ୍କ ପରିବାର ଲୋକେ। ସେମାନଙ୍କ ଅଭିଯୋଗ ରହୁଛି ଜଣେ ନୁହଁ ଆହୁରି ଅନେକ ଲୋକ ହତ୍ୟାକାଣ୍ଡ ରେ ସାମିଲ ଅଛନ୍ତି। ହତ୍ୟାକରି ଅରୁପକୁ ସତ କହିବାକୁ ପୋଲିସ୍ ସୁଯୋଗ ଦେଉନି। ଅନ୍ୟ ପକ୍ଷରେ ପୋଲିସ ତଦନ୍ତ ସମ୍ପୂର୍ଣ୍ଣ ଭାବେ ଠିକ୍ ଏବଂ ହତ୍ୟାକାରୀ ଜଣେ ବୋଲି କହୁଛି ପୋଲିସ।

Leave A Reply

Your email address will not be published.