ରାଜ୍ୟରେ ନାହିଁ ଶୀତର ପ୍ରଭାବ, ସ୍ୱାଭାବିକ ଠାରୁ ଅଧିକ ରହୁଛି ରାତ୍ରି ତାପମାତ୍ରା

ଭୁବନେଶ୍ୱର (କେନ୍ୟୁଜ): ଡିସେମ୍ବରରେ ଶୀତ ଗାଏବ । ବର୍ତ୍ତମାନ ସୁଦ୍ଧା ଯେଭଳି ଥଣ୍ଡା ହେବା କଥା ସେଭଳି ହେଉନି । ଡିସେମ୍ବର ମଧ୍ୟ ସୁଦ୍ଧା ଥଣ୍ଡା ତୀବ୍ର ହୋଇଥାଏ । ହେଲେ ଜାଡ଼ କମ୍‌, ଏବେ ଗରମ ଅନୁଭୂତ ହେଉଛି । ରାଜ୍ୟରେ ଶୀତର ପ୍ରଭାବ ନାହିଁ । କେନ୍ଦ୍ରୀୟ ଭାରତରେ ଗୁରୁଚାପ ସକ୍ରିୟ ରହିଲେ ରାଜ୍ୟକୁ ଉତ୍ତର ବାୟୁ ଆସିଥାଏ । ଗୁରୁଚାପ ସକ୍ରିୟ ନହେବାରୁ ରାଜ୍ୟ ମଧ୍ୟକୁ ପ୍ରବେଶ କରୁନି ଉତ୍ତର ବାୟୁ । ବାୟୁ ମଣ୍ଡଳରେ ସାମୁଦ୍ରିକ ବାୟୁର ପ୍ରଭାବ ଅଧିକ ରହୁଥିବାରୁ ଜଳୀୟ ବାଷ୍ପର ମାତ୍ରା ଅଧିକ ରହୁଛି । ତେଣୁ ରାତି ତାପମାତ୍ରା ବୃଦ୍ଧି ପାଉଛି ।

ଅଧିକାଂଶ ସ୍ଥାନରେ ସ୍ୱାଭାବିକ ଠାରୁ ଅଧିକ ରହୁଛି ତାପମାତ୍ରା । ଆସନ୍ତା ତିନି ଦିନ ଯାଏ ରାଜ୍ୟରେ ରାତି ତାପମାତ୍ରା ୩ରୁ ୪ ଡିଗ୍ରୀ ପାରଦ ଖସିପାରେ । ଏହାଠୁ ଅଧିକ କମ୍‌ ହେବା ସମ୍ଭାବନା କମ୍‌ । ସେହିଭଳି ଡିସେମ୍ବରରେ ମଧ୍ୟ ଦିନ ତାପମାତ୍ରା ଅଧିକ ରହୁଛି । ପ୍ରାୟ ୨୭ଟି ସହରରେ ୩୦ ଡିଗ୍ରୀ ଉପରେ ରହୁଛି ଦିନ ତାପମାତ୍ରା । ରାଜ୍ୟରେ ପଶୁନି ଉତ୍ତରା ପବନ । ଗୁରୁଚାପ ବଳୟ ନିଷ୍କ୍ରିୟତା ଯୋଗୁଁ ସାମୁଦ୍ରିକ ବାୟୁର ପ୍ରଭାବ ପଡୁଛି । ଦିନ ତାପମାତ୍ରା ବୃଦ୍ଧି ସହ ରାତିରେ କମୁନି ତାପମାତ୍ରା । ଏଯାଏଁ ରାଜ୍ୟରେ ଅନୁଭୂତ ହେଉନି ଶୀତ ଲହରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.