Below header

ରହସ୍ୟମୟ ଆଲୋକ କଣ ଅଗ୍ନି-୫ ? ଓଡ଼ିଶାର ବିଭିନ୍ନ ଜାଗାରେ ଦେଖାଗଲା ଉଜ୍ଜ୍ୱଳମୟ ଆଲୋକ

କରଞ୍ଜିଆ/କାକଟପୁର/ଚାନ୍ଦବାଲି (କେନ୍ୟୁଜ୍‌) : ଓଡ଼ିଶା ଆକାଶରେ ରହସ୍ୟମୟ ଆଲୋକ । ଯାହାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଆଉ ଆଲୋଚନା । ଏଇ କିଛି ସମୟ ପୂର୍ବରୁ ଭଦ୍ରକ ଚାନ୍ଦବାଲିଠାରୁ ଆରମ୍ଭ କରି ପୁରୀର କାକଟପୁର, କଟକ ଏବଂ ମୟୁରଭଞ୍ଜର କରଞ୍ଜିଆରେ ଦେଖିବାକୁ ମିଳିଛି ଏହି ରାହସ୍ୟମୟ ଆଲୋକ ।
କାକଟପୁର ମା ମଙ୍ଗଳାଙ୍କ ମନ୍ଦିର ଉପରେ ଏହି ଆଲୋକ ଯାଉଥିବା ବେଳେ ଜଣେ ସେବାୟତ ତାକୁ ନିଜ ମେବାଇଲ୍‌ରେ ରେକର୍ଡ଼ିଂ କରିଥିଲେ । ସେହିଭଳି ମୟୁରଭଞ୍ଜ କରଞ୍ଜିଆ ଆକାଶରେ ମଧ୍ୟ ଏହି ଉଜ୍ଜ୍ୱଳ ଆଲୋକ ଦେଖା ଯାଇଛି । ଯାହାକୁ ଲୋକେ ଦେଖି ଆଶ୍ଚର୍ଯ୍ୟ ଚକିତ ହୋଇଛନ୍ତି ।

ସେହିପରି ଆଜି ସନ୍ଧ୍ୟା ସମୟରେ ଚାନ୍ଦବାଲି ଆକାଶରେ ଦେଖିବାକୁ ମିଳିଥିଲା ଏଭଳି ଦୃଶ୍ୟ । ଯାହାକି ଲୋକମାନଙ୍କ ମନ ଭିତରେ ନାନା ଆଶଙ୍କା ସୃଷ୍ଟି କରିଛି । ଆଲୋକ ପୁଞ୍ଜଟି ଆକାଶରେ ଉଡ଼ି ତଳକୁ ଆସିବା ବେଳେ ହେଲିକପ୍ଟର ଭଳି ଶବ୍ଦ କରୁଥିଲା । ଖୁବ୍‌ ଜୋର୍‌୍‌ରେ ଶବ୍ଦ କରିବା ସହ ଅତି ଉଜ୍ଜ୍ୱଳ ଆଲୋକ ଦେଖିବାକୁ ମିଳିଥିଲା । ତାର ପଛ ଭଗରୁ ଉଜ୍ଜ୍ୱଳ ଲାଇଟ୍‌ ମଧ୍ୟ ଆକାଶକୁ ଆଲୋକିତ କରିଦେଇଥିଲା । କିଛି ସମୟ ପରେ ଆକାଶ ଭିତରେ ମିଶିଗଲା ପରେ ନାଲି, ନୀଳ ଭଳି ବିଭିନ୍ନ ରଙ୍ଗ ଦେଖିବାକୁ ମିଳିଥିଲା ।

ଅବଶ୍ୟ ଆଜି ସନ୍ଧ୍ୟାରେ ଧାମରା ହୁଇଲର ଦ୍ୱୀପରୁ ଆଜି ଅଗ୍ନି-୫ ମିଶାଇଲର ପରୀକ୍ଷଣ କରାଯାଇଛି । ତେବେ ଏ ଆଲୋକ ସହ ତାର କିଛି ସମ୍ପର୍କ ଅଛି କି ନାହିଁ ସ୍ପଷ୍ଟ ହୋଇନାହିଁ ।

ସତରେ ଅଗ୍ନି-୫

ଅବଶ୍ୟ ପରବର୍ତ୍ତୀ ସମୟରେ ସୂଚନା ମିଳିଛି କି ଏହା ହେଉଛି ଅଗ୍ନି-୫ ମିଶାଇଲ । କିନ୍ତୁ ଏହି ମିଶାଇଲ୍‌ କିଭଳି ଓଡ଼ିଶାର ବିଭିନ୍ନ ସ୍ଥାନରେ ଦେଖାଗଲା ତାକୁ ନେଇ ଆଲୋଚନା ଚାଲିଛି ।
କିଛି ଦିନ ପୂର୍ବରୁ ତିନିଟି ଜିଲ୍ଲା ଭଦ୍ରକ, ଯାଜପୁର ଓ କେନ୍ଦୁଝର ଜଲ୍ଲାରେ ଏକ ପ୍ରଚଣ୍ଡ ଶବ୍ଦ ଶୁଭିଥିଲା । ଯାହା ଏବେବି ରହସ୍ୟ ଭିତରେ ରହିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.