Below header

ପିଲା ଜନ୍ମ କଲେ ଏହି ଦେଶରେ ସରକାର ବାଣ୍ଟୁଛନ୍ତି ୨ ଲକ୍ଷ ଟଙ୍କା! ଜାଣନ୍ତୁ କାହିଁକି ନିଆଯାଇଛି ନିଷ୍ପତ୍ତି

ଗୋଟିଏ ପଟେ ପୂରା ଦୁନିଆରେ ଯେଉଁଠି ଜନସଂଖ୍ୟା ବୃଦ୍ଧିକୁ ନେଇ ତର୍କ ବିତର୍କ ଚାଲିଛି, ସେଠି ଆଜି ମଧ୍ୟ କେତେକ ଦେଶରେ ଜନସଂଖ୍ୟା ହ୍ରାସକୁ ନେଇ ଚିନ୍ତା ଲାଗି ରହିଛି। ଏହି ପ୍ରସଙ୍ଗରେ ଜାପାନ ବର୍ତ୍ତମାନ ପିଲା ଜନ୍ମ କରିବା ଉପରେ ଦେଉଥିବା ଅର୍ଥରାଶିକୁ ଏଠି ବଢ଼ାଇ ଦେଇଛି। ଏବେ ଜାପାନରେ ପିଲା ଜନ୍ମ କଲେ ଏହା ପ୍ରତିବଦଳରେ ୨ ଲକ୍ଷ ଟଙ୍କା ମିଳିବ। ଜାପାନ ସରକାରଙ୍କ ଏହି ଆଦେଶର ଚର୍ଚ୍ଚା ସାରା ବିଶ୍ୱରେ ହେଉଛି।

ବାସ୍ତବରେ ମିଡିଆ ରିପୋର୍ଟ ମୁତାବକ, ଜାପାନ ସରକାର ପିଲା ଜନ୍ମ ହେବା ପରେ ଲୋକଙ୍କ ଆକାଉଣ୍ଟକୁ ପାଖାପାଖି ୪୨୦,୦୦୦ ୟେନ୍‌ ଅର୍ଥାତ୍‌ ୨ ଲକ୍ଷ ଟଙ୍କା ପଠାଉଛନ୍ତି। ସୂଚନା ଅନୁସାରେ, ପ୍ରଥମେ ଏହି ରାଶି କମ୍‌ ଥିଲା, କିନ୍ତୁ ଏବେ ଏହାକୁ ବଢ଼ାଇ ଦିଆଯାଇଛି। ସରକାର ଏହି ରାଶିକୁ ଚାଇଲ୍ଡ ବାର୍ଥ ଆଣ୍ଡ ଚାଇଲ୍ଡ କେୟାର ନାମରେ ମା’, ବାପାଙ୍କ ଆକାଉଣ୍ଟକୁ ପଠାଉଛନ୍ତି।

ଜାପାନ ଟୁଡେର ରିପୋର୍ଟ ମୁତାବକ, ଏତିକି ହିଁ ନୁହେଁ, ସରକାର ଏହି ରାଶିକୁ ବଢ଼ାଇ ୫୦୦,୦୦୦ ୟେନ୍‌ ଅର୍ଥାତ୍‌ ପାଖାପାଖି ୪ ଲକ୍ଷ ଟଙ୍କା କରିବା ଉପରେ ମଧ୍ୟ ବିଚାର କରୁଛନ୍ତି। ସ୍ୱାସ୍ଥ୍ୟ ବିଭାଗ ଏହି ପ୍ରସ୍ତାବ ଉପରେ ଚର୍ଚ୍ଚା କରିବା ପାଇଁ ସେଠାକାର ପ୍ରଧାନମନ୍ତ୍ରୀ ଫୁମିଓ କିଶିଦାଙ୍କୁ ଭେଟିଥିଲେ। ଏହି ପ୍ରସ୍ତାବକୁ ଆଗାମୀ ବର୍ଷଠାରୁ ଲାଗୁ କରାଯିବାର ଆଶା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.