Below header

ଦୁନିଆର ସବୁଠୁ ମହଙ୍ଗା ଫୋନ୍‌ ରହିଛି ନୀତା ଅମ୍ବାନୀଙ୍କ ପାଖରେ, ଏହାର ଦାମ ଶୁଣିଲେ ମୁଣ୍ଡ ଘୁରିଯିବ

ସ୍ମାର୍ଟ ଫୋନ ଇଣ୍ଡଷ୍ଟ୍ରିଜରେ କମ୍ପାନୀ ପ୍ରତିଦିନ ନୂଆ ସ୍ମାର୍ଟ ଫୋନ ଲଞ୍ଚ କରୁଛନ୍ତି । କଷ୍ଟମରଙ୍କ ରୁଚି ଓ ଚାହିଦା ଅନୁଯାୟୀ, ପ୍ରତିଦିନ ସ୍ମାର୍ଟ ଫୋନ ଲଞ୍ଚ ହେଉଛି । ଲୋକେ ନିଜର ବଜେଟ ଅନୁଯାୟୀ ସ୍ମାର୍ଟଫୋନ୍‌ ଚୟନ କରୁଛନ୍ତି । ହେଲେ ଧନୀ ଲୋକେ ଭଲ ଦାମର ସ୍ମାର୍ଟଫୋନ କିଣିଥାନ୍ତି । ହେଲେ ଦୁନିଆରେ ଏମିତି ଏକ ଫୋନ ରହିଛି, ଯାହାର ଦାମ ବିମାନ ଠାରୁ ବି ଅଧିକ । ଏହା ଦୁନିଆର ସବୁଠୁ ଦାମୀ ସ୍ମାର୍ଟଫୋନ୍‌ । ଏହାର ଦାମ କଥା ଭାବିଲେ ଏହା ଏକ BMW କାର ଠାରୁ ବି ଅଧିକ । ଆମେ ଆପଣଙ୍କୁ ଦୁନିଆର ସବୁଠୁ ଦାମୀ ସ୍ମାର୍ଟଫୋନ ସମ୍ପର୍କରେ କହିବାକୁ ଯାଉଛୁ । ଏହା ସହ କିଛି ଦାମୀ ସ୍ମାର୍ଟଫୋନ ସମ୍ପର୍କରେ ମଧ୍ୟ କହିବୁ ।

ଦୁନିଆର ସବୁଠୁ ସ୍ମାର୍ଟଫୋନ ତାଲିକା

• ଫାଲକନ୍‌ ସୁପରନୋଭା ଆଇଫୋନ୍‌ ୬ ପିଙ୍କ ଡାଇମଣ୍ଡ (Falcon Supernova iPhone 6 Pink Diamond)

• ଷ୍ଟୁଆଟ ହ୍ୟୁଜେସ୍‌ ଆଇଫୋନ୍‌ ୪ଏସ ଏଲିଟି ଗୋଲ୍ଡ (Stuart Hughes iPhone 4s Elite Gold )

• ଷ୍ଟୁଆଟ ହ୍ୟୁଜେସ୍‌ ଆଇଫୋନ୍‌ ୪ ଡାଇମଣ୍ଡ ରୋଜ ଏଡିସନ (Stuart Hughes iPhone 4 Diamond Rose Edition)

• ଗୋଲ୍ଡ ଷ୍ଟ୍ରାଇକର ଆଇଫୋନ୍‌ ୩ଜିଏସ ସୁପ୍ରିମ୍‌ (Goldstriker iPhone 3GS Supreme)

• ଆଇଫୋନ୍‌ ୩ଜି କିଙ୍ଗସ ବଟନ (iPhone 3G Kings Button)

• ଡାଇମଣ୍ଡ କ୍ରିପ୍ଟୋ ସ୍ମାର୍ଟଫୋନ୍‌ (Diamond Crypto Smartphone)

• ଗୋଲ୍ଡ ଭିସ ଲେ ମିଲିୟନ (Goldvish Le Million)

• ଗ୍ରେସୋ ଲକ୍ସର ଲାସ୍‌ ଭେଗାସ ଜାକପଟ୍‌ (Gresso Luxor Las Vegas Jackpot)

• ଗୋଲ୍ଡଭିସ ରିଭୋଲୁସନ (Goldvish Revolution)

ଏହି ତାଲିକାରୁ ସବୁଠୁ ଦାମୀ ସ୍ମାର୍ଟଫୋନ ଭାବେ ଫାଲକନ୍‌ ସୁପରନୋଭା ଆଇଫୋନ୍‌ ୬ ପିଙ୍କ ଡାଇମଣ୍ଡ ରହିଛି । ଏହାର ଦାମ ଶହ ଶହ କୋଟି ବୋଲି ଜଣାପଡିଛି । ଆସନ୍ତୁ ଜାଣିବା ଏହି ଫୋନ କାହାର ଓ ତା’ର ମୂଲ୍ୟ କେତେ ।

ଫାଲକନ୍‌ ସୁପରନୋଭା ଆଇଫୋନ୍‌ ୬ ପିଙ୍କ ଡାଇମଣ୍ଡ

ଏହା ଦୁନିଆର ସବୁଠୁ ଦାମୀ ସ୍ମାର୍ଟଫୋନ୍‌ । ଏହି ଫୋନର ଦାମ୍‌ ୪୮.୫ ମିଲିୟନ ଡଲାର । ଅର୍ଥାତ ପ୍ରାୟ ୩୯୫ କୋଟି ଟଙ୍କା । ଏହି ଫୋନ୍‌ ତିଆରି କରିବା ପାଇଁ ଫାଲକନ୍‌ ସୁପରନୋଭା ଆଇଫୋନ୍‌ ୬ ସହ କଷ୍ଟମାଇଜ କରିଥିଲା । ଏହାର ରିୟର ପ୍ୟାନେଲରେ ଏକ ବଡ ପିଙ୍କ୍‌ ହୀରା ଲାଗିଛି । ଏହାକୁ ୨୪ କ୍ୟାରେଟ ସୁନାରେ ତିଆରି କରାଯାଇଛି । ଏହି ଫୋନ୍‌ ଭାରତର ଧନୀ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ପତ୍ନୀ ନୀତା ଅମ୍ବାନୀଙ୍କ ପାଖରେ ଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
1 Comment
  1. Subham behera says

    Good morning

Leave A Reply

Your email address will not be published.