ଭୟଭୀତ ଅବସ୍ଥାରେ ଚୀନ: ଅଗ୍ନି-୫ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ, ଲକ୍ଷ୍ୟ ଭେଦ କ୍ଷମତା ୫୫୫୦ରୁ ୮୦୦୦ କିଲୋମିଟର

(କେନ୍ୟୁଜ): ନିଆଁ। ପାଇଁ ନିଆଁ। ଡ୍ରାଗନ ନିଆଁକୁ ଆୟତ୍ତ କରିବ ଭାରତ ଅଗ୍ନି-୫। ଭାରତର ଅଗ୍ନି-୫କୁ ନେଇ ଛାନିଆ ଚୀନ। ଏଲ୍‌ଏସିରେ ଉତ୍ତେଜନ ସମୟରେ ଭାରତ ପରୀକ୍ଷଣ କରିଛି ଅଗ୍ନି-୫ ମିଶାଇଲ। ଏହାର ଲକ୍ଷ୍ୟଭେବ କ୍ଷମତା ୫୫୫୦ରୁ ୮୦୦୦ କିଲୋମିଟର । ଚୀନର ସୁଦୁର ଉତ୍ତରାଞ୍ଚଳ ଯାଏ ମାଡ କରି ପାରିବ ଅଗ୍ନି-୫। ଯାହା ଚୀନର ମୁଣ୍ଡବଥା ବଢାଇ ଦେଇଛି।

ଭଦ୍ରକ ଅବଦୁଲ କଲାମ ଦ୍ୱୀପରୁ ଇଣ୍ଟର କଣ୍ଟିନେଣ୍ଟାଲ ବାଲିଷ୍ଟିକ ମିସାଇଲ ଅଗ୍ନି-୫ର ପରୀକ୍ଷଣ ହୋଇଛି । ପରମାଣୁ ଯୁଦ୍ଧାସ୍ତ୍ର ବହନ କରିପାରୁଥିବା ମଧ୍ୟମ ଓ ଦୂରଗାମୀ ବାଲିଷ୍ଟିକ୍‌ ମିସାଇଲ୍‌ ଅଗ୍ନି-୫ । ଓଜନ ୫୦ହଜାର କିଲୋଗ୍ରାମ । ଲମ୍ବ ୧୭.୫ ମିଟର ଏବଂ ଓସାର ୨ ମିଟର । ୧୫ଶହ କିଲୋଗ୍ରାମ ଆଣବିକ ଯୁଦ୍ଧାସ୍ତ୍ର ବହନ କରିବା କ୍ଷମତା ରଖିଛି ଅଗ୍ନ-୫ ମିସାଇଲ୍‌ । ଅଗ୍ନି ସିରିଜର ପଞ୍ଚମ ମିଶାଇଲ ଅଗ୍ନି-୫। ୨୦୦୮ରୁ ଏହି ମିଶାଇଲ ବିକଶିତ କରୁଛି ଡିଆରଡିଓ।

ଏହାର ପ୍ରଥମ ପରୀକ୍ଷଣ ୨୦୧୨ରେ କରାଯାଇଥିଲା । ପରେ ୨୦୧୩, ୨୦୧୫, ୨୦୧୬, ୨୦୧୮ ଓ ୨୦୨୧ରେ ହୋଇଥିଲା ଅଗ୍ନି ସିରିଜର ପରୀକ୍ଷଣ । ଭାରତ ଅଗ୍ନି-୫ ମିସାଇଲ୍‌ ପରୀକ୍ଷଣ ଚୀନ୍‌ ଓ ପାକିସ୍ତାନ ପାଇଁ ଟେନସନ୍‌ ବଢିଛି । ଭାରତର ପରୀକ୍ଷଣ ଉପରେ ନଜର ରଖିବାକୁ ଚୀନ ଆଗୁଆ ଭାରତ ମହାସାଗରରେ ଡିସେମ୍ବର ୬ ତାରିଖରୁ ଗୁପ୍ତଚର ଜାହଜ ମୁତୟନ କରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.