ଚାଣକ୍ୟ ନୀତି : ଜୀବନର ସବୁଠୁ ବଡ଼ ଶିକ୍ଷା ଦିଏ ଏହି କଥା, ଜାଣିଗଲେ ପଡିବେ ନାହିଁ ଅସୁବିଧାରେ

ସୁନ୍ଦର ଜୀବନ ଯାପନ ପାଇଁ ଚାଣକ୍ୟଙ୍କ ନୀତି ବହୁତ ଉପଯୋଗୀ ହୋଇଥାଏ । ଏହାକୁ ଅନୁସରଣ କଲେ ବ୍ୟକ୍ତି ଜୀବନରେ କେବେ ବି ଅସୁବିଧାରେପଡିବ ନାହିଁ । ଏହାକୁ ଜାଣିଗଲେ ଅସୁବିଧା ସମୟରେ ହାରିବ ନାହିଁ ବରଂ ଅସୁବିଧାରୁ ସହଜରେ ମୁକୁଳିଯିବ ।

ଚାଣକ୍ୟଙ୍କ ମତରେ ଅସଲ ସଫଳତା ତାହା ଯାହା ଅନ୍ୟକୁ ସଫଳ ହେବା ପାଇଁ ପ୍ରେରଣା ଯୋଗାଇଥାଏ । ଏହି ଲୋକଙ୍କ ଉପରେ ମା’ ଲକ୍ଷ୍ମୀ ପ୍ରସନ୍ନ ରହିଥାନ୍ତି । ଅନ୍ୟର ସଫଳତାରେ ଇର୍ଷା ରଖୁଥିବା ବ୍ୟକ୍ତି କେବେ ଖୁସି ରହି ପାରନ୍ତି ନାହିଁ । କେବେ ବି ନିଜର ଲକ୍ଷ୍ୟରେ ପହଞ୍ଚି ପାରନ୍ତି ନାହିଁ । ଆସନ୍ତୁ ଜାଣିବା ଚାଣକ୍ୟଙ୍କ କିଛି ମୁଲ୍ୟବାନ କଥା ।

• ଚାଣକ୍ୟ ନୀତି ଅନୁଯାୟୀ, ଯେବେ ବ୍ୟକ୍ତି ଅନ୍ୟର ଭୁଲ୍‌ ରୁ ଶିଖିଯାଏ, ସେ କେବେ ହାରେ ନାହିଁ । ଯଦି ନିଜ ଉପରେ ପ୍ରୟୋଗ କରି ଶିଖିବାକୁ ଚେଷ୍ଟା କରେ,ତେବେ ଶିଖିବାକୁ ବୟସ ବି ଅଭାବ ପଡିଯାଏ ସଂଘର୍ଷ ବଢ଼ିଯାଏ । ସଫଳତା ହାସଲ କରିବାକୁ ଚାହାଁନ୍ତି ତ ଅନ୍ୟର ଅନୁଭବରୁ ଶିଖିବାକୁ ବିଳମ୍ବ କରନ୍ତୁ ନାହିଁ ।

• ବନ୍ଧୁତା ସର୍ବଦା ନିଜ ସହ ସମାନ ବ୍ୟକ୍ତିଙ୍କ ସହ ରଖିବା ଉଚିତ୍‌ । କମ୍‌ ବା ଅଧିକ ପ୍ରତିଷ୍ଠା ରଖୁଥିବା ବ୍ୟକ୍ତିଙ୍କ ସହ ବନ୍ଧୁତା ବେଶୀ ଦିନ ଯାଏ ରହିବ ନାହିଁ । ଯେପରି ସାପ, ଛେଳି ଓ ବାଘଙ୍କ ସହ କେବେ ପଡେ ନାହିଁ । ସେହିପରି ବିପରୀତ ସ୍ୱଭାବର ବ୍ୟକ୍ତିଙ୍କ ସହ ସମ୍ପର୍କ କେବେ ବି ପଡିବ ନାହିଁ ।

• ଚାଣକ୍ୟ ଙ୍କ ଅନୁସାରେ ବିଦ୍ୟା ଅର୍ଜନ କରିବା କାମଧେନୁ ଗାଇ ଭଳି, ଯିଏ ସାରା ଜୀବନ ଅମୃତ ଭଳି ଜ୍ଞାନ ଦେଇଥାଏ । ଜ୍ଞାନ ଯେବେ ଯେଉଁଠି ମିଳିବ, ଗ୍ରହଣ କରିନେବା ଉଚିତ୍‌ । ଜ୍ଞାନ ଏପରି ଏକ ଶକ୍ତି ଯାହା ବ୍ୟକ୍ତିକୁ ସଂକଟ ସମୟରେ ବଡ ଶକ୍ତି ଦେଇଥାଏ ।

• ଚାଣକ୍ୟଙ୍କ ଅନୁସାରେ ଏମିତି ଧନ କାହାର କାମରେ ଲାଗିବ ନାହିଁ, ଯେଉଁଥିପାଇଁ ଧର୍ମ ତ୍ୟାଗ କରିବାକୁ ପଡିବ । କାରଣ ଧର୍ମକୁ ସର୍ବଦା ଧନ ଉପରେ ରଖିବା ଉଚିତ୍‌ । ଯେଉଁ ଅର୍ଥ ପାଇଁ ଶତ୍ରୁକୁ ଖୋସାମତ କରିବାକୁ ପଡେ, ତାକୁ ଆଶା କରିବା ସବୁଠୁ ମୂର୍ଖତା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.