କୋରାପୁଟରେ ମୃଦୁ ଭୂମିକମ୍ପ: ରିକ୍ଟର ସ୍କେଲରେ ତୀବ୍ରତା ୩.୮

ଆଜି ଭୋର ୫ଟା ୫ ମିନିଟ୍‌ରେ ହୋଇଥିଲା ଭୂମିକମ୍ପ। କୋରାପୁଟ, କାକିରିଗୁମ୍ମା, ଲକ୍ଷ୍ମୀପୁର, ନାରାୟଣପାଟଣା ଓ ରାୟଗଡ଼ାରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି।

କୋରାପୁଟ (କେନ୍ୟୁଜ): କୋରାପୁଟରେ ମୃଦୁ ଭୂମିକମ୍ପ। ରିକ୍ଟର ସ୍କେଲରେ ତୀବ୍ରତା ରହିଥିଲା ୩.୮। ଆଜି ଭୋର ୫ଟା ୫ ମିନିଟ୍‌ରେ ହୋଇଥିଲା ଭୂମିକମ୍ପ। କୋରାପୁଟ, କାକିରିଗୁମ୍ମା, ଲକ୍ଷ୍ମୀପୁର, ନାରାୟଣପାଟଣା ଓ ରାୟଗଡ଼ାରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ହଠାତ ଭୋରରେ ଲୋକେ ଉଠିଥିବାବେଳେ ଘର ଓ ଝରକା ଗୁଡିକ ଆପେ ଆପେ ଦୋହଲିବାରେ ଲାଗିଥିଲା। ଘରେ ଥିବା ଆସବାବପତ୍ର ବି ଦୋହଲି ଥିଲା। ଲୋକେ ଭୟରେ ଘରୁ ବାହାରକୁ ବାହାରି ଆସିଥିଲେ। ପରେ ଏହା ଭୂକମ୍ପ ବୋଲି ଜଣାପଡିଥିଲା।

୨ ସେକେଣ୍ଡ ଧରି ଅନୁଭୂତ ହୋଇଥିଲା ଝଟ୍‌କା। ତେବେ କୌଣସି କ୍ଷୟକ୍ଷତି ନେଇ ସୂଚନା ମିଳିନି । ଭୂକମ୍ପର କେନ୍ଦ୍ରସ୍ଥଳ ଲକ୍ଷ୍ମୀପୁରଠାରୁ ୧୬ କିମି ଦୂରରେ ହୋଇଥିବା ଜଣାପଡ଼ିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.