୨୦୨୪ରେ ପୁଣି ଦେଖିବାକୁ ମିଳିପାରେ ବାଇଡେନ୍-ଟ୍ରମ୍ପ ଟକ୍କର
୨୦୨୪ରେ ପୁଣି ଦେଖିବାକୁ ମିଳିପାରେ ବାଇଡେନ୍-ଟ୍ରମ୍ପ ଟକ୍କର। ପୁନର୍ବାର ରାଷ୍ଟ୍ରପତି ପଦ ଲାଗି ପ୍ରାର୍ଥୀ ହେବା ଲାଗି ରେସ୍କୁ ଆସିଲେ ବାଇଡେନ। ୨୦୨୪ ନିର୍ବାଚନ ଲଢିବା ନେଇ ଘୋଷଣା କଲେ ଆମେରିକା ରାଷ୍ଟ୍ରପତି। ବର୍ତ୍ତମାନ ଜୋ ବାଇଡେନଙ୍କ ବୟସ ୮୦।

ଆମେରିକା ଇତିହାସରେ ସବୁଠାରୁ ବୟୋଜ୍ୟେଷ୍ଠ ରାଷ୍ଟ୍ରପତି ଥିବା ଜୋ ବାଇଡେନ୍ ପୁଣି ଥରେ, ୪ ବର୍ଷ ହ୍ଵାଇଟ୍ ହାଉସରେ ରହିବାକୁୁ ମନ ବଳାଇଛନ୍ତି। ପୁନର୍ବାର ରାଷ୍ଟ୍ରପତି ନିର୍ବାଚନ ଲଢିବା ନେଇ ଆଜି ଜାରି ହୋଇଛି ଭିଡିଓ।
ସ୍ଲୋଗାନ ରହିଛି ଲେଟ୍ସ ଫିନିସ ଦ ଜବ୍। ପୂର୍ବରୁ ଡୋନଲାଡ୍ ଟ୍ରମ୍ପ ରିପବ୍ଲିକାନ୍ ପାର୍ଟି ତରଫରୁ ରାଷ୍ଟ୍ରପତି ପ୍ରାର୍ଥୀ ହେବା ଲାଗି ନିଜ ଦାବି ଉପସ୍ଥାପନ କରି ସାରିଛନ୍ତି।.. ତେଣୁ ଅନୁମାନ କରାଯାଉଛି ୨୦୨୪ରେ ପୁଣି ବାଇଡେନ-ଟ୍ରମ୍ପ ଟକ୍କର ଦେଖିବାକୁ ମିଳିପାରେ। କେବଳ ଏତିକି ନୁହଁ, ବର୍ତ୍ତମାନ ଉପରାଷ୍ଟ୍ରପତି ଥିବା କମଳା ହାରିସ ମଧ୍ୟ ଉପରାଷ୍ଟ୍ରପତି ପଦ ଲାଗି ପୁଣି ପ୍ରାର୍ଥୀ ହେବାକୁ ଘୋଷଣା କରିଛନ୍ତି।.