Below header

ଏସଟିଏଫ ରାଡାରରେ ଅତିକ ଅହମ୍ମଦର ଘନିଷ୍ଠ ସହଯୋଗୀ ଗୁଡ୍ଡୁ ମୁସଲିମ, ଓଡ଼ିଶାରୁ ଫେରି ଛତିଶଗଡ଼ରେ

ଉତ୍ତର ପ୍ରଦେଶ ପୋଲିସ ଏସଟିଏଫ ରାଡାରରେ ଅତିକ ଅହମ୍ମଦର ଘନିଷ୍ଠ ସହଯୋଗୀ ଗୁଡ୍ଡୁ ମୁସଲିମ। ଉମେଶ ପାଲ ହତ୍ୟା ପରଠାରୁ ଫେରାର ରହିଛି ଗୁଡ୍ଡୁ। ଗୋଟିଏ ପରେ ଗୋଟିଏ ରାଜ୍ୟରେ ଆତ୍ମଗୋପନ କରି ବଦଳାଉଛି ଠିକଣା। ଶେଷ ଠିକଣା ଥିଲା ଛତିଶଗଡ଼।

ଉତ୍ତର ପ୍ରଦେଶ ପୋଲିସ ଏସଟିଏଫ ରାଡାରରେ ଅତିକ ଅହମ୍ମଦର ଘନିଷ୍ଠ ସହଯୋଗୀ ଗୁଡ୍ଡୁ ମୁସଲିମ। ଉମେଶ ପାଲ ହତ୍ୟା ପରଠାରୁ ଫେରାର ରହିଛି ଗୁଡ୍ଡୁ। ଗୋଟିଏ ପରେ ଗୋଟିଏ ରାଜ୍ୟରେ ଆତ୍ମଗୋପନ କରି ବଦଳାଉଛି ଠିକଣା। ଶେଷ ଠିକଣା ଥିଲା ଛତିଶଗଡ଼।

ତା ପୂର୍ବରୁ ଓଡ଼ିଶାର ବରଗଡ଼ରେ ରହିଥିବା ଉତ୍ତର ପ୍ରଦେଶ ପୋଲିସ ସୂତ୍ରରୁ ଜଣାପଡିଛି। ସୋହେଲାର ରାଜା ଖାଁକୁ ୟୁପି ଏସଟିଏଫ ଜେରା କରିବା ପରେ ସେ ସ୍ୱୀକାର କରିଥିବା ଜଣାପଡ଼ିଛି।

ଗୁଡ୍ଡୁ ମୁସଲିମ ଏପ୍ରିଲ ୨ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ବରଗଡ଼ରେ ରହିଥିଲା। ପରେ ତାର ପୋଷାକପତ୍ର ଭର୍ତ୍ତି ବ୍ୟାଗ ସହ ଛତିଶଗଡ଼ ପଳାଇଯାଇଛି। ପୋଲିସ ନଜରରୁ ବର୍ତ୍ତିବା ପାଇଁ ସେ ଦାଢି ବଢାଇଥିବା କହିଛି ରାଜା ଖାନ। ଫେବୃଆରୀ ୨୪ରେ ପ୍ରୟାଗରାଜରେ ଉମେଶ ପାଲକୁ ହତ୍ୟା ପରେ ସେ ମିରଟ ପଳାଇଯାଇଥିଲା।

ସେଠାରୁ ଆଜମେର, ଝାନ୍‌ସି, ନାସିକ, ପୁନେ ଓ ପରେ ବରଗ଼ଡ ଆସିଥିଲା। ଉମେଶ ପାଲ ହତ୍ୟାକାଣ୍ଡରେ ୧୦ ଅଭିଯୁକ୍ତଙ୍କ ମଧ୍ୟରେ ଗୁଡ୍ଡୁ ମୁସଲିମ ଅନ୍ୟତମ। ତା ନାଁରେ ପାଞ୍ଚଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଛି ୟୁପି ପୋଲିସ। ସେପଟେ ଫେରାର ଅତିକର କାରବାରକୁ ନିଜ ଅକ୍ତିଆରକୁ ନେବାକୁ ପ୍ରୟାସ ଆରମ୍ଭ କରିଛି ଫେରାର ସାଇସ୍ତା ପରୱିନ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.