Below header

ସୋସିଆଲ ମିଡିଆରେ ଭାଇରାଲ ହେଉଛି ମହିଳାଙ୍କ ଗୀତ, କଣ୍ଠରେ ରହିଛି ନିଆରା ଅନ୍ଦାଜ

ବାହାରୋ ଫୁଲୋ ବରସାଓ ମେରା ମେହବୁବୁ ଆୟା ହେ….। ବଲିଉଡର ଏହି ଗୀତରେ ବୃଦ୍ଧ ଜଣଙ୍କୁ ଗୀତ ଗାଉଥିବାର ଦେଖି ଟିକିଏ ରହି ଯିବାକୁ ମନ ହୁଏ । ମନେ ପଡ଼ି ଯାଆନ୍ତି ଅଶି ଦଶକର ମହମଦ ରଫି ସାହାବ । ବୃଦ୍ଧ ମହିଳା ଜଣଙ୍କୁ ବିଲରେ କାମ କାମ କରୁଥିବା ଅବସ୍ଥାରେ ଗାଇ ଚାଲିଛନ୍ତି ବାହାରୋ ଫୁଲୋ ବରସାଓ… ।

କେନ୍ୟୁଜ୍‌(ବ୍ୟୁରୋ) : ବାହାରୋ ଫୁଲୋ ବରସାଓ ମେରା ମେହବୁବୁ ଆୟା ହେ…..ମେରା ମେହବୁବୁ ଆୟା ହେ….ହବାଓ୍ଵ ରାଗିଣୀ ଗାଓ ମେରା ମେହବୁବୁ ଆୟା ହେ…. । ବଲିଉଡର ଏହି ଗୀତରେ ବୃଦ୍ଧ ଜଣଙ୍କୁ ଗୀତ ଗାଉଥିବାର ଦେଖି ଟିକିଏ ରହି ଯିବାକୁ ମନ ହୁଏ । ଇଚ୍ଛା ହୁଏ ତାଙ୍କ ଗୀତର ସୁରରେ ଝୁମି ଯିବାକୁ । ତାଙ୍କ କଣ୍ଠରେ ସତେ ଯେପରି ଯ।ଦୁ ରହିଛି । ମନେ ପଡ଼ି ଯାଆନ୍ତି ଅଶି ଦଶକର ମହମଦ ରଫି ସାହାବ । ସୁରଜ ସିନେମାର ପପୁଲାର ରୋମାଟିକ୍‌ ଗୀତ ବାହାରୋ ଫୁଲୋ ବରସାଓ । ଏହାକୁ ଲେଖିଥିଲେ ଗୀତିକାର ହରଶତ ଜୟପୁରୀ । ନିର୍ଦ୍ଦେଶନା ଦେଇଥିଲେ ଶଙ୍କର ଜୟକିଶାନ ଓ ଗାଇଥିଲେ ମହମଦ ରଫି ସାହାବ । ଏହି ଗୀତରେ ରାଜେନ୍ଦ୍ର କୁମାର ଓ ବୈଜୟନ୍ତୀମାଳାଙ୍କୁ ଅଭିନୟ କରିଥିବାର ଦେଖିବାକୁ ମିଳିଥିଲା । ଯାହା ଆଜିବି ପ୍ରତ୍ୟେକଟି ଦର୍ଶକଙ୍କ ମନରେ ରହିଛି । ଏହି ବୃଦ୍ଧ ମହିଳାଙ୍କ ଗୀତ ତାକୁ ଆଉଟିକେ ସତେଜ କରିଦେଉଛି ।

ଭଲକି ଦେଖନ୍ତୁ ବୃଦ୍ଧ ମହିଳା ଜଣଙ୍କୁ ବିଲରେ କାମ କାମ କରୁଥିବା ଅବସ୍ଥାରେ ଗାଇ ଚାଲିଛନ୍ତି ବାହାରୋ ଫୁଲୋ ବରସାଓ… । ବାର୍ଦ୍ଧକ୍ୟ ଯୋଗୁଁ ଗୋଡ଼, ହାତ ଓ ମୁହଁର ଚମଡ଼ା ଓହଲି ପଡ଼ିଲାଣି ।ତଥାପି କଣ୍ଠରେ ତାଙ୍କର ଅସୀମ ବଳ ରହିଛି । ବଲିଉଡର ସେହି ନିଆରା ଅନ୍ଦାଜରେ ଗାଇ ଚାଲିଛନ୍ତି । ବାସ୍ତବରେ ମହିଳା ଜଣଙ୍କ କଣ୍ଠରେ ଯାଦୁ ରହିଛି । ବଲିଉଡର ଏହି ଫେମସ ରୋମାଣ୍ଟିକ ଗୀତକୁ ତାଙ୍କର ଏକ ଭିନ୍ନ ଅନ୍ଦାଜ ଦେଇଛନ୍ତି ଯାହା ସମସ୍ତଙ୍କ ମନକ୍‌ୁ ଛୁଇଁ ପାରିଛି । ଏଠି କିନ୍ତୁ ବେକଗ୍ରାଉଣ୍ଡ ମ୍ୟୁଜିକ ପାଇଁ କୌଣସି ବାଦ୍ୟଯନ୍ତ୍ର ବ୍ୟବହାର ହୋଇନାହିଁ । ବିନା ମ୍ୟୁଜିକରେ ସମସ୍ତଙ୍କ ମନକୁ କିଣି ନେଇଛନ୍ତି । ମହିଳାଙ୍କ ଏହି ନିଆରା ଅନ୍ଦାଜର ଗୀତ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି ।

ମଥାରେ ବଡ଼ ଏକ ବିନ୍ଦି ନାଇଛନ୍ତି ବୃଦ୍ଧ ଜଣକ । ହାତରେ ଚୁଡ଼ି ସାଙ୍ଗକୁ ନାକରେ ନାକ ଗୁଣା । କାନରେ ଢାଙ୍କିଛନ୍ତି ଏକ ମଫଲର । ମୁଣ୍ଡର ଚୁଟି ପାଚିଯାଇଛି । ତଥାପି ଏହି ବାର୍ଦ୍ଧକ୍ୟ ବୟସରେ ରହିଛି ସେହି ପିଲାବେଲର ଗୀତ ଗାଇବାର ଅନ୍ଦାଜ । ବଡ଼ ବଡ଼ କଳାକାର ବି ତାଙ୍କ ଅନ୍ଦାଜ ଆଗରେ ଫିକା ପଡ଼ିଯିବେ । ସୋସିଆଲ ମିଡିଆ ୟୁଜର ଏହି ବୟସ୍କ ମହିଳାଙ୍କ ଆବାଜର ଢେର ପ୍ରଶଂସା କରିଛନ୍ତି । ଜଣେ ୟୁଜର କମେଣ୍ଟରେ ଲେଖିଛନ୍ତି ବହୁତ ବଢିଆ ଦାଦି ଜି । ଆଉ ଜଣେ ୟୁଜର ଲେଖିଛନ୍ତି ଏହି ବୟସରେ ଏପରି ଆବାଜ । ଆଉଜଣେ ଲେଖିଛନ୍ତି ବୟସ କିଛି ମାନେ ରଖେନାହିଁ । ୨୨ ଏପ୍ରିଲରେ ସେୟାର ହୋଇଥିବା ଏହି ଭିଡିଓକୁ ୩.୪ ମିଲିୟନରୁ ଅଧିକ ଲୋକ ଦେଖି ସାରିଲେଣି । ପ୍ରାୟ ୨ ଲକ୍ଷ ଲୋକ ଏହି ଭିଡିଓକୁ ଲାଇକ କରିଛନ୍ତି । ଆଇପିଏସ ବିବେକ ରାଜ ସିଂହ ଫ୍ୟାନ ନାମକ ଫେସବୁକ ପେଜ୍‌ରେ ଏହାକୁ ସେୟାର କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.