ଆମେରିକାର ଟେକ୍ସାସରେ ଗୁଳିକାଣ୍ଡ, ପଡୋଶୀଙ୍କୁ ଗୁଳି ମାରିଲେ ଜଣେ ବ୍ୟକ୍ତି, ଜଣେ ପିଲା ସହିତ ୫ ମୃତ

ଘରର ପଛପଟେ ବସି ଗୁଳି ଚଲାଉଥିବା ବ୍ୟକ୍ତିକୁ ଗୁଳି ଚଳାଇବା ମନା କଲେ ପଡୋଶୀ । ଯୁକ୍ତିତର୍କ ଏତେ ବଢିଗଲା ଯେ, ରାଗରେ ପଡୋଶୀଙ୍କୁ ଗୁଳି କଲେ ବ୍ୟକ୍ତି । ଘଟଣାରେ ଜଣେ ୮ ବର୍ଷର ପିଲା ସହିତ ୫ ଜଣଙ୍କର ମୃତ୍ୟୁ ହୋଇଛି ।

ଆମେରିକାର ଟେକ୍ସାସ୍ କୁଇନ୍ସଲ୍ୟାଣ୍ଡ ପଡୋଶୀକୁ ଗଳିକରିଛନ୍ତି ଜଣେ ବ୍ୟକ୍ତି । ଏହି ଘଟଣାରେ ୮ ବର୍ଷର ଶିଶୁ ସହିତ ୫ ଜଣଙ୍କର ମୃତ୍ୟୁ ହୋଇଛି । ଜଣେ ଅଧିକାରୀ କହିଛନ୍ତି ଯେ, ରାତିରେ ଘରର ପଛପଟୁ ଗୁଳି ଚଳାଉଥିବା ବ୍ୟକ୍ତିଙ୍କୁ ତାଙ୍କ ପଡ଼ୋଶୀମାନେ ଗୁଳି ଚଳାଇବା ବନ୍ଦ କରିବାକୁ କହିଥିଲେ। ଏହି ସମୟରେ ସେ ରାଗରେ ପଡୋଶୀଙ୍କ ଉପରେ ଗୁଳିବର୍ଷଣ କରିଥିଲେ ।

ସେନ୍‌ ଜେସିଣ୍ଟୋ କାଉଣ୍ଟି ଶେରିଫ ଗ୍ରେଗ କ୍ୟାପର୍ସ କହିଛନ୍ତି ଯେ, ହ୍ୟୁଷ୍ଟନଠାରୁ ପ୍ରାୟ ୭୨ କିଲୋମିଟର ଉତ୍ତରରେ ଥିବା କୁଇନ୍ସଲ୍ୟାଣ୍ଡ ସହରରେ ଗୁଳି ବିନିମୟ ଘଟଣା ଘଟିଥିଲା । ତେବେ ଏହି ଘଟଣା ପରେ କର୍ତ୍ତୃପକ୍ଷ ୩୯ ବର୍ଷୀୟ ସନ୍ଦିଗ୍ଧଙ୍କୁ ଖୋଜୁଛି । ଗୁଳି ବିନିମୟରେ ସନ୍ଦିଗ୍ଧ ଜଣକ ଆର୍ ରାଇଫଲ ବ୍ୟବହାର କରିଥିଲେ। ଘଟଣାସ୍ଥଳରେ ଏକ ସାମ୍ବାଦିକ ସମ୍ମିଳନୀରେ କ୍ୟାପର୍ସ କହିଛନ୍ତି ଯେ ଗୁଳି ଚଳାଇଥିବା ସମସ୍ତଙ୍କ ବେକ ଉପରୁ ଗୁଳି ବାଜିଛି। ମୃତକଙ୍କ ମଧ୍ୟରେ ତିନିଜଣ ମହିଳା ଏବଂ ଜଣେ ପୁରୁଷ। ସେମାନଙ୍କର ନାମ ପ୍ରକାଶ କରାଯାଇ ନାହିଁ।

କ୍ୟାପର୍ସ କହିଛନ୍ତି ଯେ, ଯୁକ୍ତିତର୍କ ପରେ ପୀଡିତାଙ୍କ ପରିବାର ଗୁଳି ଚଳାଇଥିବା ପଡୋଶୀଙ୍କ କାନ୍ଥ ପାଖକୁ ଯାଇ ଗୁଳି ଚଳାଇବା ବନ୍ଦ କରିବାକୁ କହିଥିଲେ। ତା’ ପରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଆଉ ବ୍ୟକ୍ତି ଜଣକ ପଡୋଶୀଙ୍କ ଉପରକୁ ଗୁଳି ଚଳାଇବା ଆରମ୍ଭ କରିଥିଲେ । ମୃତକଙ୍କ ମଧ୍ୟରେ ୮ ରୁ ୪୦ ବର୍ଷୀୟ ବ୍ୟକ୍ତି ରହିଛନ୍ତି ।