ତେଲେଙ୍ଗାନାର ନୂଆ ସଚିବାଳୟ, ଆଜି ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ
ତେଲେଙ୍ଗାନ ନୂଆ ରାଜ୍ୟ ହେବା ନୂଆ ସଚିବାଳୟର ନିର୍ମାଣ ହୋଇଛି। ଏଥିରେ ଅତ୍ୟାଧୁନିକ ବ୍ୟବସ୍ଥା ରହିଛି। ସମୁଦାୟ ୮ ଟି ମହଲା ରହିଛି। ଏଥିରେ ସମସ୍ତ ବିଭାଗ କାର୍ଯ୍ୟ କରିବ। ପ୍ରାୟ ୮ ଏକର ଜମିରେ ନିର୍ମିତ ହୋଇଥିବା ତେଲେଙ୍ଗାନା ସଚିବାଳୟରେ ୧୨ ହଜାର କର୍ମଚାରୀ କାମ କରିବେ।
କେନ୍ୟୁଜ୍(ବ୍ୟୁରୋ): ଆଜି ତେଲେଙ୍ଗାନାର ନୂଆ ସଚିବାଳୟ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କରିବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ବିଆରଏସ ମୁଖ୍ୟ କେ ଚନ୍ଦ୍ରଶେଖର ରାଓ। ତେଲେଙ୍ଗାନ ନୂଆ ରାଜ୍ୟ ହେବା ନୂଆ ସଚିବାଳୟର ନିର୍ମାଣ ହୋଇଛି। ଏଥିରେ ଅତ୍ୟାଧୁନିକ ବ୍ୟବସ୍ଥା ରହିଛି। ସମୁଦାୟ ୮ଟି ମହଲା ରହିଛି। ଏଥିରେ ସମସ୍ତ ବିଭାଗ କାର୍ଯ୍ୟ କରିବ। ପ୍ରାୟ 8 ଏକର ଜମିରେ ନିର୍ମିତ ହୋଇଥିବା ତେଲେଙ୍ଗାନା ସଚିବାଳୟରେ 12 ହଜାର କର୍ମଚାରୀ କାମ କରିବେ। ଏହି ସଚିବାଳୟକୁ ବାବା ସାହେବ ଆମ୍ବେଦକରଙ୍କ ନାରେ ନାମିତ କରାଯାଇଛି। ପ୍ରାୟ 10 ବର୍ଷେ ତଳେ ନୂତନ ତେଲେଙ୍ଗାନା ରାଜ୍ୟ ପାଇଁ ଆନ୍ଦୋଳନ କରିଥିଲେ।
୨୦୧୪ ନିର୍ବାଚନରେ ରାଜ୍ୟବାସୀଙ୍କ ସମର୍ଥନ ହାସଲ କରି ତେଲେଙ୍ଗାନର ପ୍ରଥମ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେଇଥିଲେ କେ ଚନ୍ଦ୍ରଶେଖର ରାଓ। ୯ ବର୍ଷ ଶାସନ କାଳରେ ରାଜ୍ୟର ବିକାଶ ପାଇଁ ଅନେକ କାର୍ଯ୍ୟ କରିଛନ୍ତି ସେ। ଆଉ ୮ ମାସ ପରେ ତେଲେଙ୍ଗାନରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ। ତେଣୁ ତା ପୂର୍ଵରୁ ରାଜ୍ୟର ନୂଆ ସଚିବାଳୟକୁ ଲୋକାର୍ପଣ କରି ଆଧୁନିକ ତେଲେଙ୍ଗାନର ନିର୍ମାତା ଭାବେ ସେ ରାଜ୍ୟବାସୀଙ୍କ ନିକଟରେ ପ୍ରତିପାଦିତ କରିବାକୁ ଚାହିଁଛନ୍ତି।