ଜଗତସିଂହପୁର ଜିଲ୍ଲାରେ ଏଥର ମହିଳାମାନେ କରିବେ ମୂର୍ତ୍ତିକା ପରୀକ୍ଷା

ଜଗତସିଂହପୁର ଜ଼ିଲ୍ଲାର ରଘୁନାଥପୁର ବ୍ଲକ ରେଢ଼ୁଆ ନିକଟସ୍ଥ ତଅଂରା ପଂଚାୟତର ତଅଂରା ବଜାର ଠାରେ ଓଡିଶା ସରକାରଙ୍କ କୃଷି ବିଭାଗ ଦ୍ୱାରା ବାଣିକ୍ଷେତ୍ର ମହିଳା ଉତ୍ପାଦକ ସଂଘଠନ ନାମରେ ଗ୍ରାମୀଣ ମୂର୍ତ୍ତିକା ପରୀକ୍ଷା କେନ୍ଦ୍ରର ଶୁଭ ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

ଜଗତସିଂହପୁର(କେନ୍ୟୁଜ୍):  ଜଗତସିଂହପୁର ଜ଼ିଲ୍ଲାର ରଘୁନାଥପୁର ବ୍ଲକ ରେଢ଼ୁଆ ନିକଟସ୍ଥ ତଅଂରା ପଂଚାୟତର ତଅଂରା ବଜାର ଠାରେ ଓଡିଶା ସରକାରଙ୍କ କୃଷି ବିଭାଗ ଦ୍ୱାରା ବାଣିକ୍ଷେତ୍ର ମହିଳା ଉତ୍ପାଦକ ସଂଘଠନ ନାମରେ ଗ୍ରାମୀଣ ମୂର୍ତ୍ତିକା ପରୀକ୍ଷା କେନ୍ଦ୍ରର ଶୁଭ ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭାରତ ସରକାରଙ୍କ ଖୁଦର ଚାଷୀ କୃଷି ବେପାର ସଂଘଠନର ନିର୍ଦେଶକ ନଟବର ପାଲ ଯୋଗଦେଇ ଏହି କେନ୍ଦ୍ରକୁ ଉଦଘାଟନ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଜଗତସିଂହପୁର ମୁଖ୍ୟ କୃଷି ଅଧିକାରୀ ନିରଂଜନ ମହାପାତ୍ର ,ରଘୁନାଥପୁର ବ୍ଲକ କୃଷି ଅଧିକାରୀ ଜ୍ଞାନେନ୍ଦ୍ର ଦଳାଇ,ଜ଼ିଲ୍ଲା ମୂର୍ତ୍ତିକା ପରୀକ୍ଷା ଅଧିକାରିଣୀ ଗାୟତ୍ରୀ ସାହୁ, ଲାଲ ସଂଗଠନର ସମ୍ପାଦକ କ୍ଷେତ୍ର ମୋହନ ବେହେରା ,ପ୍ରକଳ୍ପ ଅଧିକାରୀ ରଞ୍ଜନ କୁମାର ରାଉତ ଓ ସଂଜୀବ ରାୟ ,ପ୍ରମୁଖ ଯୋଗଦେଇ ମୂର୍ତ୍ତିକା ପରୀକ୍ଷା, କେନ୍ଦ୍ରର ଉଦଘାଟନ ସହିତ ଏହି କେନ୍ଦ୍ର ଦ୍ୱାରା କିପରି ଚାଷୀ ମାନେ ଉପକୃତ ହେବେ ସେ ବିଷୟରେ ଆଲୋଚନା କରିଥିଲେ।

ପ୍ରଥମ ଥର ପାଇଁ ମହିଳା ଗୋଷ୍ଠିକୁ ଏହି ସୁଯୋଗ ଦିଆଯାଇଥିବାରୁ ଅତିଥି ମାନେ ବେଶ ଖୁସି ବ୍ୟକ୍ତ କରିଥିଲେ। ଏହି କେନ୍ଦ୍ର ଦ୍ୱାରା ଚାଷୀ ଜ଼ିଲ୍ଲା ସ୍ତରକୁ ପରୀକ୍ଷI, କରିବାକୁ ନଆସି ସେଇ ଠାରେ ପରୀକ୍ଷା କରିବେ ଓ ବିଲରେ କେତେ ପରିମାଣର ସାର ଓ ଔଷଦ ପକାଇବେ ତାହା ଜାଣିପାରିବେ। ଯାହାଫଳରେ ଚାଷୀ ମାନେ ବେଶ ଉପକାର ପାଇପାରିବେ। ଏହି କାର୍ଯ୍ୟକ୍ରମକୁ ବାଣିକ୍ଷେତ୍ର ମହିଳା ଉତ୍ପାଦକ ସଂଘଠନର ନିର୍ଦେଶିକାଙ୍କ ସମେତ ବହୁ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରମୁଖ ଉପସ୍ଥିତ ରହିଥିଲେ।

Leave A Reply

Your email address will not be published.