Below header

ଭାଣିଜୀ ବିବାହରେ ଧୁମ୍‌ ନାଚୁଥିଲେ ଇଞ୍ଜିନିୟର ମାମୁଁ, ହଠାତ୍‌ ବସିପଡ଼ି ଟଳିପଡ଼ିଲେ; ଦେଖନ୍ତୁ Video

କିଛି ଲୋକ ଜିମ୍‌ରେ ଓ୍ଵାର୍କଆଉଟ୍‌ କରୁଥିବା ବେଳେ ତ ଆଉ କିଛି ଲୋକ ନାଚିବା ସମୟରେ ହଠାତ୍‌ ତଳେ ପଡ଼ିଯାଉଛନ୍ତି ଏବଂ ସେଇଠି ହିଁ ସେମାନଙ୍କ ପ୍ରାଣବାୟୁ ଉଡ଼ିଯାଉଛି।

ଆଜିକାଲି ହାର୍ଟ ଆଟାକ୍‌ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଚାଲୁଥିବା ଲୋକର ହୃଦଘାତରେ ମୃତ୍ୟୁ ଘଟୁଛି। ସୋସିଆଲ ମିଡିଆରେ ଏମିତି ଅନେକ ଭିଡିଓ ଭାଇରାଲ ହୋଇସାରିଛି, ଯେଉଁଥିରେ କିଛି ଲୋକ ଜିମ୍‌ରେ ଓ୍ଵାର୍କଆଉଟ୍‌ କରୁଥିବା ବେଳେ ତ ଆଉ କିଛି ଲୋକ ନାଚିବା ସମୟରେ ହଠାତ୍‌ ତଳେ ପଡ଼ିଯାଉଛନ୍ତି ଏବଂ ସେଇଠି ହିଁ ସେମାନଙ୍କ ପ୍ରାଣବାୟୁ ଉଡ଼ିଯାଉଛି।

ଏବେ ପୁଣିଥରେ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ଦେଖିବାକୁ ମିଳୁଛି ଯେ ଜଣେ ବ୍ୟକ୍ତି ବିବାହ ସମାରୋହରେ ଷ୍ଟେଜ୍‌ ଉପରେ ଚଢ଼ି ଖୁବ୍‌ ନାଚୁଛନ୍ତି। ହେଲେ ଏହାର କିଛି ସମୟ ପରେ ହଠାତ୍‌ ସେ ତଳେ ବସିପଡ଼ୁଛନ୍ତି ଏବଂ ସେହି ସ୍ଥାନରେ ହିଁ ଟଳି ପଡ଼ୁଛନ୍ତି। ଏଥିରେ ତାଙ୍କର ମୃତ୍ୟୁ ଘଟୁଛି।

ରିପୋର୍ଟ ମୁତାବକ, ମାମଲା ଛତିଶଗଡ଼ର। ଏଠାରେ ଜଣେ ବ୍ୟକ୍ତି ନିଜ ଭାଣିଜୀର ବିବାହରେ ସାମିଲ ହେବାକୁ ଯାଇଥିଲେ। ଖୁସିରେ ସେ ଷ୍ଟେଜ୍‌ ଉପରେ ନାଚୁଥିଲେ। ସାଥୀରେ ଥିଲେ ତାଙ୍କ ଭାଣିଜୀ, ଭାଣିଜୀର ସ୍ୱାମୀ ଏବଂ ଅନ୍ୟ ଜଣେ ବ୍ୟକ୍ତି। କିନ୍ତୁ ଏହି ସମୟରେ ହଠାତ୍‌ ସେ ଷ୍ଟେଜ୍‌ ଉପରେ ବସି ପଡ଼ିଥିଲେ ଏବଂ ବସିବାର କିଛି ସମୟ ପରେ ଟଳି ପଡ଼ିଥିଲେ। ଘଟଣା ୫ ମେ’ର ବୋଲି କୁହାଯାଉଛି।

ସୂଚନା ମୁତାବକ, ମୃତକଙ୍କ ନାମ ଦିଲ୍ଲୀପ ରାଉତକାର। ସେ ଭିଲାଇ ଷ୍ଟିଲ୍‌ ପ୍ଲାଣ୍ଟରେ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ବିଭାଗରେ ଆସିଷ୍ଟାଣ୍ଟ ଇଞ୍ଜିନିୟର ଥିଲେ। ଦିଲ୍ଲୀପ ଟଳିପଡ଼ିବା ପରେ ତୁରନ୍ତ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା, ଯେଉଁଠି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଡାକ୍ତରଙ୍କ ମୁତାବକ, ହାର୍ଟ ଆଟାକ୍‌ରେ ଦିଲ୍ଲୀପଙ୍କ ମୃତ୍ୟୁ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.