Below header

ଅଡୁଆରେ ପୂର୍ବତନ ମନ୍ତ୍ରୀ ଶଶୀଭୂଷଣ ବେହେରା : ବୋହୂ ରୋନାଲି ଆଣିଲେ ଯୌତୁକ ନିର୍ଯାତନା ଅଭିଯୋଗ

ଅଡୁଆରେ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶଶୀଭୂଷଣ ବେହେରା । ବୋହୂ ରୋନାଲି ଆଣିଛନ୍ତି ଯୌତୁକ ନିର୍ଯାତନା ଅଭିଯୋଗ । ଏଥିସହିତ ରୋନାଲିଙ୍କୁ ଶାରିରୀକ ଓ ମାନସିକ ନିର୍ଯାତନା ଦିଆଯାଉଥିବା କଥା ମଧ୍ୟ କହିଛନ୍ତି ।

ବାଙ୍କୀ (କେନ୍ୟୁଜ): ଅଡୁଆରେ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶଶୀଭୂଷଣ ବେହେରା । ବିଧାୟକ ଶଶି ବେହେରାଙ୍କ ପୁଅ ସତ୍ୟପ୍ରକାଶଙ୍କ ନାଁରେ ଯୌତୁକ ନିର୍ଯାତନା ନେଇ ବାଙ୍କୀ ଥାନାରେ ଅଭିଯୋଗ କରିଛନ୍ତି ବୋହୂ ରୋନାଲି।

ରୋନାଲିଙ୍କ ଅଭିଯୋଗ ମୁତାବକ, ବିବାହ ପରେ ୪୦ ଲକ୍ଷ ଟଙ୍କାର ଯୌତୁକ ମାଗିଛନ୍ତି ଶଶୁର ଘର ଲୋକେ। ଏନେଇ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଛି ପୁଅର ସମସ୍ତ କାର୍ଯ୍ୟକଳାପ ସମ୍ପର୍କରେ ଜାଣି ବି ଶ୍ୱଶୂର ଶଶି ବେହେରା ଚୁପ ରହୁଛନ୍ତି। ଏନେଇ ସେ ଶଶୁରଙ୍କୁ ଜଣାଇବା ପରେ ସେ ପୁଅକୁ ନ ବୁଝାଇ ଓଲଟା ତାଙ୍କୁ ଗାଳି ଗୁଲଜ କରିଛନ୍ତି । ଏଣୁ ସ୍ୱାମୀ, ଶାଶୁ ଓ ଶଶୁରଙ୍କ ସମେତ ୫ ଜଣଙ୍କ ନାରେ ଅଭିଯୋଗ କରିଛନ୍ତି ରୋନାଲି।

ଅଭିଯୋଗରେ ଦର୍ଶାଇଛନ୍ତି, ବାହାଘରରେ ଭିଡିଓ ପାଇଁ ଖର୍ଚ୍ଚ ହୋଇଥିବା ୨ଲକ୍ଷ ଟଙ୍କା ଦେବାକୁ କହିଥିଲେ ଶଶୀଭୂଷଣଙ୍କ ପରିବାର। ଏହା ସହ ବାହାଘର ବେଳେ ଘରକରଣା ଜିନିଷ ନଦେଇ ଟଙ୍କା ଓ ସୁନା ଦେବାକୁ ଦାବି କରିଥିଲେ। ୨ଟି ନଣନ୍ଦ ପୁଟୁଳିରେ ସୁନା ଅଳଙ୍କାର ଦେବାକୁ କହିଥିଲେ। ଶ୍ୱଶୁର ଘରର ଦାବି ଅନୁସାରେ ରୋନାଲିଙ୍କ ପରିବାର ସବୁ ଦାବିକୁ ପୂରଣ କରିଥିଲେ। ମାଗିବାରୁ ପିନ୍ଧିଥିବା ସମସ୍ତ ସୁନାଗହଣା ଶାଶୂଙ୍କୁ ଦେଇଥିଲେ। ବ୍ୟାଙ୍କ ଆକାଉଣ୍ଟ ଖୋଲିଥିଲେ ମଧ୍ୟ ପାସବୁକ ଓ ଏଟିଏମ କାର୍ଡକୁ ଶାଶୂ ନିଜ ପାଖରେ ରଖିଥିଲେ। ବିଭିନ୍ନ ସମୟରେ ଶାଶୂଘର ଲୋକେ ତାଙ୍କୁ ଶାରୀରିକ ଓ ମାନସିକ ଦେଉଥିଲେ। ତାଙ୍କୁ ରୋଷେଇ ଘରକୁ ମଧ୍ୟ ଛଡ଼ାଯାଉନଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି।

୪୦ ଲକ୍ଷ ଟଙ୍କା ବାପଘରୁ ଆଣିବାକୁ ତାଙ୍କ ଉପରେ ଚାପ ପକାଉଥିଲେ ସ୍ୱାମୀ ସତ୍ୟପ୍ରକାଶ। ରାତି ୩ଟା ପର୍ଯ୍ୟନ୍ତ ଘରକୁ ଫେରୁନଥିଲେ ସତ୍ୟପ୍ରକାଶ। ଅନ୍ୟ ଏକ ଝିଅ ସହ ସଂପର୍କରେ ଥିବା ନେଇ ମଧ୍ୟ ଅଭିଯୋଗ ଆଣିଛନ୍ତି। ତାଙ୍କୁ ସଫା କରି ଦେଇ ଅନ୍ୟ ଝିଅକୁ ବିବାହ କରିବାକୁ ସ୍ୱାମୀ କହୁଥିବା ଅଭିଯୋଗରେ ଉଲ୍ଲେଖ କରିଛନ୍ତି ରୋନାଲି। ନିର୍ଯାତନା ଅସହ୍ୟ ହେବାରୁ ୨୦୨୧ ଜୁଲାଇ ୩୧ରେ ନିଜ ବାପଘରକୁ ଚାଲିଆସିଥିଲେ ରୋନାଲି। ୧୫ଦିନ ପରେ ଘରକୁ ନେବା ପାଇଁ କହିଥିଲେ ବି କେହି କର୍ଣ୍ଣପାତ କରୁନାହାନ୍ତି।

ସେପଟେ ବୋହୂଙ୍କ ଅଭିଯୋଗ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ଶଶୀଭୂଷଣ ବେହେରା। କହିଛନ୍ତି, ଅଭିଯୋଗ ଭିତ୍ତିହୀନ। ଅଭିଯୋଗର କୌଣସି ଆଧାର ନାହିଁ । ଦୁଇବର୍ଷ ହେଲା ବୋହୂ ଆମ ଘରେ ନାହିଁ । ଆମ ସହ ତାଙ୍କର କୌଣସି ପ୍ରକାର ସମ୍ପର୍କ ନାହିଁ । ମୁଁ ସାଧାରଣ ଜୀବନରେ ଅଛି, ଯୌତୁକ ନିର୍ଯାତନାର ପ୍ରଶ୍ନ ଉଠୁନି ବୋଲି କହିଛନ୍ତି ବିଧାୟକ ଶଶି ବେହେରା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.