ମିଟିଂକୁ ବିଳମ୍ବରେ ଆସିଲେ ବୋଲି ନେହଲଙ୍କୁ ଏମିତି ଦଣ୍ଡ ଦେଲା ମୁମ୍ବାଇ ଇଣ୍ଡିଆନ୍ସ, ଭିଡିଓ ଦେଖିଲେ ହସକୁ ରୋକିପାରିବେନି

ନିଜ ଟିମ୍‌ ଖେଳାଳିଙ୍କୁ ଅନୁଶାସନ ଶିଖାଇବା ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ନେଲା ଏଭଳି ପଦକ୍ଷେପ । ମିଟିଂକୁ ବିଳମ୍ବରେ ପହଞ୍ଚିବାରୁ ନେହଲ ଓ୍ଵଧେରାଙ୍କୁ ଏୟାରପୋର୍ଟରେ ପ୍ୟାଡ୍‌ ପିନ୍ଧି ଚାଲିବାକୁ କହିଲା ମୁମ୍ବାଇ ଟିମ୍‌ ।

ଆଇପିଏଲ୍‌ ୨୦୨୩ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳୁଥିବା ନେହଲ ଓ୍ଵଧେରାଙ୍କୁ ଦଣ୍ଡିତ କରିଛି ଟିମ୍‌ । ଏୟାରପୋର୍ଟରେ ପ୍ୟାଡ୍‌ ବାନ୍ଧି ଯିବାକୁ ତାଙ୍କୁ ଦଣ୍ଡ ମିଳିଛି । ମୁମ୍ବାଇ ନିଜ ଖେଳାଳିଙ୍କୁ ଅନୁଶାସନ ଶିଖାଇବା ପାଇଁ ଏଭଳି ଉପାୟ ଆପଣାଇଛି ।

ମୁମ୍ବାଇ ଇଣ୍ଡିଆନ୍ସ ନିଜ ଖେଳାଳିକୁ ମିଟିଂକୁ ବିଳମ୍ବରେ ଆସିବା ଯୋଗୁଁ ଏଭଳି ଦଣ୍ଡ ଦେଇଛି । ନେହଲ ଟିମର ଏକ ମିଟିଂକୁ ବିଳମ୍ବରେ ପହଞ୍ଚିଥିଲେ । ଯେଉଁଥି ପାଇଁ ତାଙ୍କୁ ମୁମ୍ବାଇ ଏୟାରପୋର୍ଟରେ ପ୍ୟାଡ ବାନ୍ଧି ଚାଲିବାକୁ ଦଣ୍ଡ ମିଳିଛି । ମୁମ୍ବାଇ ଇଣ୍ଡିଆନ୍ସ ଏହାକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏହି ଭିଡିଓରେ ନେହଲ ଏୟାରପୋର୍ଟରେ ପ୍ୟାଡ୍‌ ବାନ୍ଧି ଚାଲୁଥିବାର ନଜର ଆସିଛନ୍ତି । ଆଉ ଏୟାରପୋର୍ଟରେ ଥିବା ସମସ୍ତ ଲୋକ ନେହଲଙ୍କୁ ଚାହୁଁଛନ୍ତି ।

ଏହି ଭିଡିଓ ସେୟାର କରି କ୍ୟାପସନରେ ଲେଖାଯାଇଛି, ମୁମ୍ବାଇ ଇଣ୍ଡିଆନ୍ସର ଯୁବ ଖେଳାଳି ନେହଲ ଓ୍ଵଧେରାଙ୍କୁ ମୁମ୍ବାଇ ଏୟାରପୋର୍ଟରେ ପ୍ୟାଡ ପିନ୍ଧି ଚାଲୁଥିବା ବେଳେ ସମସ୍ତଙ୍କ ଧ୍ୟାନ ନିଜ ଆଡକୁ ଆକର୍ଷଣ କରିଛନ୍ତି । ପାରମ୍ପରିକ ଜମ୍ପସୁଟ୍‌ ବଦଳର ପ୍ୟାଡ ସହିତ ଚାଲୁଛନ୍ତି ।


ତେବେ ମୁମ୍ବାଇ ଦ୍ୱାରା ସେୟାର କରାଯାଇଥିବା ଏହି ଭିଡିଓକୁ ଦେଖି ସମସ୍ତେ ପସନ୍ଦ କରୁଛନ୍ତି । ଭିଡିଓକୁ ଏପର୍ଯ୍ୟନ୍ତ ୨.୫ ଲକ୍ଷ ଲାଇକ୍‌ ମିଳିସାରିଛି। ଅନେକ ୟୁଜର୍ସ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଉଛନ୍ତି ।

ଆଇପିଏଲ୍‌ ୨୦୨୩ରେ ମୁମ୍ବାଇ ଇଣ୍ଡିଆନ୍ସ ଭଲ ପ୍ରଦର୍ଶନ କରିଛି । ମୁମ୍ବାଇ ୧୩ଟି ମ୍ୟାଚ ଖେଳି ପଏଣ୍ଟ ତାଲିକାରେ ୧୪ ପଏଣ୍ଟ ସହିତ ୩ ନଂ ସ୍ଥାନରେ ରହିଛି । ନେହଲ ଟିମ୍‌ ପାଇଁ ଏପର୍ଯ୍ୟନ୍ତ ୧୦ଟି ମ୍ୟାଚ୍‌ ଖେଳିଛନ୍ତି । ଯେଉଁଥିରେ ୭ଟି ମ୍ୟାଚରେ ୧୫୧.୧୫ ଷ୍ଟ୍ରାଇକ ରେଟରେ ୧୯୮ ରନ୍‌ କରିଛନ୍ତି । ଏହି ମ୍ୟାଚରେ ୨ଟି ଅର୍ଦ୍ଧଶତକ ମଧ୍ୟ କରିଛନ୍ତି ।

ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲର ୫୪ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୬ ଓ୍ଵିକେଟରେ ହରାଇଥିଲା  । ଏହି ମ୍ୟାଚର ୧୧ ଓଭରରେ ହସରଙ୍ଗା ବୋଲିଂ କରୁଥିଲେ । ଏହି ନେହଲଙ୍କୁ ଷ୍ଟ୍ରାଇକ ଦେଇଥିଲେ ସୂର୍ଯ୍ୟକୁମାର ଯାଦବ । ହସରଙ୍ଗାଙ୍କ ବଲରେ ମିଡଓ୍ଵିକେଟ ବାଉଣ୍ଡ୍ରି ତରଫରୁ ସ୍ୱିପ ସଟ୍‌ ଖେଳିଥିଲେ ନେହଲ । ଆଉ ବଲ୍‌ଟି ଯାଇ ସିଧାସଳଖ କାରର କାଚରେ ବାଜିଥିଲା । ବଲ୍‌ ଯାଇ ସିଧାସଳଖ ଭାବେ କାରରେ ବାଜିଲେ, ୫ ଲକ୍ଷ ଟଙ୍କାର ଦାନ କରିବ କାର କମ୍ପାନୀ । ଯାହାର ଫାଇଦା କର୍ଣ୍ଣାଟକ କଫି ବଗିଚାରେ ଜୈବ ବିବିଧତା ବୃଦ୍ଧି କରିବା ପାଇଁ କରାଯିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.