ଅଜଣା ଗାଡିଧକ୍କାରେ ମହିଳାଙ୍କ ମୃତ୍ୟୁ, ମିଳିନି ପରିଚୟ

କାମାକ୍ଷାନଗର ଥାନା ଶିବୁଳାପଶି ଠାରେ ୫୩ନଂ ଜାତିୟ ରାଜପଥ ଓଭରବ୍ରିଜ ଉପରେ ଅଜଣା ଗାଡିଧକ୍କାରେ ମହିଳାଙ୍କ ମୃତ୍ୟୁ। ମୃତ ମହିଳାଙ୍କ ପରିଚୟ ମିଳିପାରିନାହିଁ।

କାମାକ୍ଷାନଗର (କେନ୍ୟୁଜ): କାମାକ୍ଷାନଗର ଥାନା ଶିବୁଳାପଶି ଠାରେ ୫୩ନଂ ଜାତିୟ ରାଜପଥ ଓଭରବ୍ରିଜ ଉପରେ ଅଜଣା ଗାଡିଧକ୍କାରେ ମହିଳାଙ୍କ ମୃତ୍ୟୁ। ମୃତ ମହିଳାଙ୍କ ପରିଚୟ ମିଳିପାରିନାହିଁ। ଭୋର ସମୟର ମହିଳା ଜଣଙ୍କ ଚାଲିଚାଲି ଯାଉଥିବା ବେଳେ ଗାଡି ଧକ୍କା ଦେଇଥିବା ସୂଚନା ମିଳିଛି। ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ ଘଟଣା ସ୍ଥଳରେ କାମାକ୍ଷାନଗର ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଛେଦ ପାଇଁ କାମାକ୍ଷାନଗର ମେଡିକାଲକୁ ପଠାଇ ଅଧିକ ତଦନ୍ତ ଯାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.