Below header

୧ ଟଙ୍କା ଓ ଗୋଟିଏ ନଡ଼ିଆ ନେଇ ବାହା ହେଲେ, କନ୍ୟାପିତାଙ୍କୁ ଫେରାଇଦେଲେ ଯୌତୁକରେ ମିଳିଥିବା ୧.୫୧ ଲକ୍ଷ ଟଙ୍କା

ଝାଡ଼ଖଣ୍ଡର ଧନବାଦରେ ଏକ ବିବାହ ଚର୍ଚ୍ଚାର ବିଷୟ ହୋଇଛି। ବର ୧ ଟଙ୍କା ଏବଂ ଗୋଟିଏ ନଡ଼ିଆ ନେଇ କନ୍ୟାକୁ ବାହା ହୋଇଛି। ଯୌତୁକ ଆକାରରେ ମିଳିଥିବା ୧ ଲକ୍ଷ ୫୧ ହଜାର ଟଙ୍କାର ଚେକ୍‌ ଏବଂ କିଛି ଜିନିଷପତ୍ର ସମ୍ମାନର ସହିତ କନ୍ୟାପିତାଙ୍କୁ ଫେରାଇ ଦିଆଯାଇଛି।

ଝାଡ଼ଖଣ୍ଡର ଧନବାଦରେ ଏକ ବିବାହ ଚର୍ଚ୍ଚାର ବିଷୟ ହୋଇଛି। ବର ୧ ଟଙ୍କା ଏବଂ ଗୋଟିଏ ନଡ଼ିଆ ନେଇ କନ୍ୟାକୁ ବାହା ହୋଇଛି। ବର ଆକାଶଙ୍କ କହିବା ହେଲା, ସେ ପୂର୍ବରୁ ନିଷ୍ପତ୍ତି ନେଇଥିଲେ ଯେ ନିଜର ବିବାହରେ ସେ କୌଣସି ବି ଯୌତୁକ ଆଣିବେ ନାହିଁ।

ସେପଟେ ଯୌତୁକ ଆକାରରେ ମିଳିଥିବା ୧ ଲକ୍ଷ ୫୧ ହଜାର ଟଙ୍କାର ଚେକ୍‌ ଏବଂ କିଛି ଜିନିଷପତ୍ର ସମ୍ମାନର ସହିତ କନ୍ୟାପିତାଙ୍କୁ ଫେରାଇ ଦିଆଯାଇଛି। ପ୍ରଥମେ କନ୍ୟା ମୁସ୍କାନ୍‌ଙ୍କ ବାପା ଭାବିଥିଲେ କି, ବୋଧହୁଏ ତାଙ୍କ ପକ୍ଷରୁ କୌଣସି ଭୁଲ୍‌ ହୋଇଛି, ଯେଉଁ କାରଣରୁ ବରଘର ଚେକ୍‌ ସହ ଜିନିଷପତ୍ର ଫେରାଇ ଦେଇଛନ୍ତି।

କିନ୍ତୁ ଯେତେବେଳେ ଆକାଶ ନିଜ ଶ୍ୱଶୁରଙ୍କଠାରୁ ସଗୁନ୍‌ରେ ୧ ଟଙ୍କା ଏବଂ ଗୋଟିଏ ନଡ଼ିଆ ନେଇ ବିବାହର କଥା କହିଥିଲେ, ତ ସେତେବେଳେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେଠାରେ ଉପସ୍ଥିତ ସମସ୍ତଙ୍କ ଆଖିରୁ ଲୁହ ଆସିଯାଇଥିଲା।

ବର୍ତ୍ତମାନ ଏହି ବିବାହ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ବିବାହରେ ପହଞ୍ଚିଥିବା ସମ୍ପର୍କୀୟ, ଅତିଥି ସମସ୍ତେ ଆକାଶ ଓ ତାଙ୍କ ବାପାଙ୍କ ନିର୍ଣ୍ଣୟକୁ ପ୍ରଶଂସା କରିଛନ୍ତି। ବରର କହିବା ହେଲା, ସେ ଯୌତୁକମୁକ୍ତ ବିବାହ କରି ସମାଜକୁ ବାର୍ତ୍ତା ଦେବାକୁ ଚାହୁଁଥିଲେ। ଏହି ନିଷ୍ପତ୍ତିରେ ତାଙ୍କ ମା’, ବାପା ତାଙ୍କୁ ସମର୍ଥନ କରିଥିଲେ।

ଆକାଶଙ୍କ ବାପା ରାଜୁ ବାଲ୍ମିକୀ କହିଛନ୍ତି, ତାଙ୍କ ପୁଅକୁ ନେଇ ସେ ବହୁତ ଗର୍ବିତ। ୧ ଲକ୍ଷ ୫୧ ହଜାର ଟଙ୍କାର ଚେକ୍‌ ଯୌତୁକ ଆକାରରେ ମିଳିଥିଲା, ଯାହାକୁ ସେ ସମ୍ମାନର ସହିତ ଫେରାଇ ଦେଇଛନ୍ତି। ସେପଟେ ମୁସ୍କାନ୍‌ କହିଛନ୍ତି, ସେ କେବେ ବି ଭାବି ନ ଥିଲେ ଯେ ବିନା ଯୌତୁକରେ ତାଙ୍କର ବିବାହ ହେବ। ଯେତେବେଳେ ସେ ଏ ବିଷୟରେ ଜାଣିବାକୁ ପାଇଲେ, ତ ବହୁତ ଖୁସି ହୋଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.