Below header

ସର୍ବଭାରତୀୟ ପ୍ରତିଯୋଗିତାରେ କଟକ ନେସନାଲ ଲ’ ୟୁନିଭରସିଟିର ମୋତାକ୍କିଫ୍‌ ଏବଂ ସ୍ୱୟଂସମ୍ଭବଙ୍କୁ ରନର୍ସ ଅଫ୍‌ ଟ୍ରଫି

ରାଜସ୍ଥାନ ଜୟପୁର ସ୍ଥିତ ଜେଇସିଆରସି ୟୁନିଭରସିଟି ଆନୁକୂଲ୍ୟରେ ଆୟୋଜିତ ‘ମେଡିଏସନ ଆଣ୍ଡ ନେଗୋସିଏସନ’ ଶୀର୍ଷକ ଏକ ସର୍ବଭାରତୀୟ ପ୍ରତିଯୋଗିତାରେ କଟକ ନେସନାଲ ଲ’ ୟୁନିଭରସିଟି ରନର୍ସ ଅଫ୍‌ ଟ୍ରଫି ହାସଲ କରିଛି ।

କେନ୍ୟୁଜ(ବୁରୋ) : ରାଜସ୍ଥାନ ଜୟପୁର ସ୍ଥିତ ଜେଇସିଆରସି ୟୁନିଭରସିଟି ଆନୁକୂଲ୍ୟରେ ମଇ ୨୭ ଓ ୨୮ ଦୁଇଦିନ ଧରି ଆୟୋଜିତ ‘ମେଡିଏସନ ଆଣ୍ଡ ନେଗୋସିଏସନ’ ଶୀର୍ଷକ ଏକ ସର୍ବଭାରତୀୟ ପ୍ରତିଯୋଗିତାରେ କଟକ ନେସନାଲ ଲ’ ୟୁନିଭରସିଟି ରନର୍ସ ଅଫ୍‌ ଟ୍ରଫି ହାସଲ କରିଛି ।

ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ (ଏନଏଲୟୁ) ର ଦ୍ୱିତୀୟ ସେମିଷ୍ଟାର ଛାତ୍ର ମୋତାକ୍କିଫ୍‌ ଆଲମ ଖାନ୍‌ ଏବଂ ସ୍ୱୟଂସମ୍ଭବ ମହାନ୍ତି ଏହି ଟ୍ରଫି ହାସଲ କରି କଟକ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି । ଏହି ପ୍ରତିଯୋଗିତାରେ ସାରା ଭାରତରୁ ପ୍ରାୟ ୨୦ ଟି ବିଶ୍ୱବିଦ୍ୟାଳୟରୁ ୪୦ ପ୍ରତିଯୋଗୀ ଭାଗ ନେଇଥିଲେ ।

nlu

ଏଥିରେ ମୁମ୍ବାଇ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ଚମ୍ପିଆନ ଟ୍ରଫି ହାସଲ କରିଥିବା ବେଳେ  କଟକ ଏନଏଲୟୁ ଓଡ଼ିଶା ରନର୍ସ ଅଫ୍‌ ଟ୍ରଫି ହାସଲ କରିଥିବା ଜଣାଯାଇଛି । କଟକ ଏନଏଲୟୁ ପାଇଁ ରନର୍ସ ଅଫ୍‌ ଟ୍ରଫି ହାସଲ କରି ଓଡ଼ିଶା ତଥା କଟକ ଏନଏଲୟୁ ପାଇଁ ଗୌରବ ଆଣିପାରିଥିବାରୁ ଉଭୟ ଛାତ୍ରଙ୍କୁ ବିଶ୍ୱବିଦ୍ୟାଳୟ ଓ ସାଙ୍ଗସାଥୀ ମହଲରୁ ଶୁଭେଚ୍ଛା ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.