କୁଆଡ଼େ ଗଲା କେନ୍ଦ୍ରାପଡ଼ାର ମୋଷ୍ଟ ୱାଣ୍ଟେଡ୍‌ କ୍ରିମିନାଲ୍‌ ବିଭୁ ସାହୁ ? ତିନି ଦିନ ହେବ ମିଳୁନି ପତ୍ତା

ଦୁଇ ଦିନ ତଳେ ଗାଁ ପାଖ ଜଳଦିଆଠାରେ ପୋଖରୀ କୂଳରେ ବସିଥିବା ବେଳେ ତାକୁ ଅପହରଣ କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ । ମାର୍ଶାଘାଇ ଥାନାରେ ଏତଲା ଦେଇଛନ୍ତି ବିଭୁଙ୍କ ସ୍ତ୍ରୀ ସୌଦାମିନୀ ସାହୁ । ଅଭିଯୋଗ କରିଛନ୍ତି ତାଙ୍କ ସ୍ୱାମୀଙ୍କୁ ଅପହରଣ କରାଯାଇଛି ।

କେନ୍ଦ୍ରାପଡ଼ା(କେନ୍ୟୁଜ୍): କୁଆଡ଼େ ଗଲା କେନ୍ଦ୍ରାପଡ଼ାର ମୋଷ୍ଟ ୱାଣ୍ଟେଡ୍‌ କ୍ରିମିନାଲ୍‌ ବିଭୁ ସାହୁ ? ତିନି ଦିନ ହେବ ନିଖୋଜ । ଦୁଇ ଦିନ ତଳେ ଗାଁ ପାଖ ଜଳଦିଆଠାରେ ପୋଖରୀ କୂଳରେ ବସିଥିବା ବେଳେ ତାକୁ ଅପହରଣ କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ । ମାର୍ଶାଘାଇ ଥାନାରେ ଏତଲା ଦେଇଛନ୍ତି ବିଭୁଙ୍କ ସ୍ତ୍ରୀ ସୌଦାମିନୀ ସାହୁ । ଅଭିଯୋଗ କରିଛନ୍ତି ତାଙ୍କ ସ୍ୱାମୀଙ୍କୁ ଅପହରଣ କରାଯାଇଛି । ଥାନାରେ ଅଭିଯୋଗ ପରେ ଖୋଳତାଡ଼ କରୁଛି ମାର୍ଶାଘାଇ ଥାନା ପୋଲିସ । କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଭଗବାନପୁର ଗାଁର ଦୁର୍ଦ୍ଦାନ୍ତ ଅପରାଧୀ ପ୍ରତାପ ସାହୁ ଓରଫ ବିଭୁ ନାଁରେ କେନ୍ଦ୍ରାପଡ଼ା, କଟକ, ଯାଜପୁର, ଜଗତସିଂହପୁର ଜିଲ୍ଲାରେ ୩୧ଟି କେସ ରହିଛି । ଦାଦାବଟି, ଛିନତାଇ ଓ ଡକାୟତି ମାମଲା ରହିଥିବା ଜଣାଯାଇଛି ।

ବାଲିଘାଟ ଘଟଣାରେ ୨୦୧୭ରେ ପୋଲିସ ବିଭୁକୁ ଏନକାଉଣ୍ଟର କରିଥିଲା । ୧୫ ମାସ ହେବ ଜେଲରୁ ବାହାରିଛି । ବିଭୁକୁ ଅପହରଣ କରି ହତ୍ୟା ସନ୍ଦେହ ବଢୁଛି । ପୋଲିସ ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ୧୬ ଜଣକୁ ଉଠାଇ ନେଇ ବିଭିନ୍ନ ସ୍ଥାନରେ ପଚରଉଚୁରା କରୁଛି । କେନ୍ଦ୍ରାପଡ଼ା ଜିଲ୍ଲାର ୭ଜଣ ବରିଷ୍ଠ ପୋଲିସ ଅଧିକାରୀ ଏହି ଘଟଣାରେ ଦୋଷୀଙ୍କୁ ଧରିବାକୁ ଉଦ୍ୟମ ଚଳାଇଛନ୍ତି । ୪ଟି ଟିମ୍‌ ବିଭିନ୍ନ ସ୍ଥାନରେ ଚଢାଉ କରୁଛନ୍ତି । ବିଭୁ ନିଖୋଜ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.