ଛତିଆ ନିକଟରେ ବସ ସହ ଟ୍ରେଲରର ଧକ୍କା: ୫ଜଣ ଆହତ, ଅଳ୍ପକେ ବର୍ତ୍ତିଲେ ୫୦ଜଣ ଯାତ୍ରୀ

ଆଜି ଅପରାହ୍ନ ସମୟରେ କଟକରୁ ଯାଜପୁର ଅଭିମୁଖେ ଆସୁଥିବା ଏକ ଘରୋଇ ବସ ଛତିଆ ନିକଟରେ ଏକ ଟ୍ରେଲରକୁ ଅତିକ୍ରମ କରୁଥିବା ସମୟରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ଯାଜପୁର (କେନ୍ୟୁଜ): ବସ ସହ ଟ୍ରେଲରର ଧକ୍କା। ୫ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତିଲେ ୫୦ଜଣ ଯାତ୍ରୀ। ଏଭଳି ଦୁର୍ଘଟଣା ଘଟିଛି ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥର ଛତିଆ। ଆଜି ଅପରାହ୍ନ ସମୟରେ କଟକରୁ ଯାଜପୁର ଅଭିମୁଖେ ଆସୁଥିବା ଏକ ଘରୋଇ ବସ ଛତିଆ ନିକଟରେ ଏକ ଟ୍ରେଲରକୁ ଅତିକ୍ରମ କରୁଥିବା ସମୟରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ଫଳରେ ଉଭୟ ଗାଡି ରାସ୍ତା ମଝିରେ ଥିବା ଡିଭାଇଡ଼ର ଉପରକୁ ମାଡି ଯାଇଥିଲା। ଫଳରେ ବସରେ ଥିବା ୫ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ସେମାନଙ୍କୁ ବଡଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି। ତେବେ ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତିଛନ୍ତି ୫୦ରୁ ଉର୍ଦ୍ଧ୍ବ ଯାତ୍ରୀ। ଖବର ପାଇ ବୈରୀ ପୋଲିସ ଘଟଣାସ୍ଥଳରେ ପହଂଚି ଦୁର୍ଘଟଣା ଗ୍ରସ୍ତ ଗାଡିକୁ ଜବତ କରିବା ସହ ଅଧିକ ତଦନ୍ତ ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.