କାଲିଠୁ ସିଙ୍ଗାପୁର ଓ ବ୍ୟାଙ୍କକ୍‌କୁ ଡାଇରେକ୍ଟ ଫ୍ଲାଇଟ୍‌, ପ୍ରଥମ ପର୍ଯ୍ୟାୟରେ ସପ୍ତାହରେ ଦୁଇ ଦିନ ଏହି ସେବା ଉପଲବ୍ଧ ହେବ

ସକାଳ ୬ଟା ୨୫ ମିନିଟ୍‌ରେ ସିଙ୍ଗାପୁରକୁ ଏବଂ ଅପରାହ୍ନ ୪ଟା ୫୦ ମିନିଟ୍‌ରେ ବ୍ୟାଙ୍କକ୍‌କୁ ଉଡ଼ିବ ବିମାନ । ଇଣ୍ଡିଗୋ ଏୟାର ଲାଇନ୍ସ ପକ୍ଷରୁ ବିମାନ ସେବା ଯୋଗାଇ ଦିଆଯିବ। ପ୍ରଥମ ପର୍ଯ୍ୟାୟରେ ସପ୍ତାହରେ ଦୁଇ ଦିନ ଏହି ସେବା ଉପଲବ୍ଧ ହେବ ।

କେନ୍ୟୁଜ୍(ବ୍ୟୁରୋ):  କାଲିଠୁ ସିଙ୍ଗାପୁର ଓ ବ୍ୟାଙ୍କକ୍‌କୁ ଡାଇରେକ୍ଟ ଫ୍ଲାଇଟ୍‌। ଭୁବନେଶ୍ୱରରୁ ଦୁଇଟି ରୁଟ୍‌କୁ ଆରମ୍ଭ ହେବ ସିଧା ବିମାନ ସେବା । ସକାଳ ୬ଟା ୨୫ ମିନିଟ୍‌ରେ ସିଙ୍ଗାପୁରକୁ ଏବଂ ଅପରାହ୍ନ ୪ଟା ୫୦ ମିନିଟ୍‌ରେ ବ୍ୟାଙ୍କକ୍‌କୁ ଉଡ଼ିବ ବିମାନ । ଇଣ୍ଡିଗୋ ଏୟାର ଲାଇନ୍ସ ପକ୍ଷରୁ ବିମାନ ସେବା ଯୋଗାଇ ଦିଆଯିବ। ପ୍ରଥମ ପର୍ଯ୍ୟାୟରେ ସପ୍ତାହରେ ଦୁଇ ଦିନ ଏହି ସେବା ଉପଲବ୍ଧ ହେବ । ଅନ୍ତର୍ଜାତୀୟ ବିମାନସେବା ଓଡ଼ିଶା ସରକାରଙ୍କ ଦ୍ୱାରା ସମ୍ପୂର୍ଣ୍ଣ ରୂପେ ପ୍ରାୟୋଜିତ । ଓଡ଼ିଶାବାସୀଙ୍କୁ ସ୍ୱଳ୍ପ ମୂଲ୍ୟରେ ବିମାନସେବା ଯୋଗାଇବା ପାଇଁ ପ୍ରାରମ୍ଭିକ ଭାବରେ ଟିକେଟ୍‌ ମୂଲ୍ୟ ଧାର୍ଯ୍ୟ କରାଯାଇଛି ।

ପ୍ରଥମ ଉଡ଼ାଣରେ ଅନେକ ଅତିଥି ଥିବା ବେଳେ ସାମିଲ ହୋଇଛନ୍ତି ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ମେୟର। ଏଥିସହ ୧୧ ଜଣ ଏସଏଚଜି ମହିଳା ସିଙ୍ଗାପୁର ଯିବେ । ଆସନ୍ତା ୪ ତାରିଖରେ ସେଠାରେ ଓଡ଼ିଶା ଦିବସ ପାଳନ କରାଯିବ। ଯୋଗ ଦେବେ ସିଙ୍ଗାପୁରରେ ଅବସ୍ଥାପିତ ଭାରତୀୟ ହାଇକମିଶନର ପେରିଆସାମୀ କୁମାରନ, ମନ୍ତ୍ରୀ ରୋହିତ ପୂଜାରୀ ଓ ଟୁକିନି ସାହୁ, ପର୍ଯ୍ୟଟନ ବିଭାଗ ସଚିବ ସୁରେନ୍ଦ୍ର କୁମାର ଏବଂ ମୁଖ୍ୟମନ୍ତ୍ରୀଙ୍କ ଫାଇଭ୍‌ ଟି ସଚିବ ଭି.କେ ପାଣ୍ଡିଆନ୍‌। ପୂର୍ବରୁ ଭୁବନେଶ୍ୱରରୁ ସିଙ୍ଗାପୁର ଯିବାକୁ ଯାତ୍ରୀ କୋଲକାତା କିମ୍ବା ଦିଲ୍ଲୀ ଯାଉଥିଲେ । ଏବେ ଭୁବନେଶ୍ୱରରୁ ସିଧା ବିମାନସେବା ଏକ ବଡ଼ ଉପଲବ୍ଧି । ପୂର୍ବରୁ ଭୁବନେଶ୍ୱର ଦୁବାଇ ମଧ୍ୟରେ ସିଧାସଳଖ ବିମାନସେବା ଆରମ୍ଭ ହୋଇଥିଲା । ଏବେ ସିଙ୍ଗାପୁରକୁ ବିମାନ ଉଡ଼ାଣ ଦ୍ୱାରା ସାରା ବିଶ୍ୱ ସହ ଓଡ଼ିଶା ଯୋଡ଼ି ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.