Below header

ଆଜି ପହିଲି ରଜ, ଜାଣନ୍ତୁ କ’ଣ ଅଛି ଆପଣଙ୍କ ରାଶିରେ…

ଆଜି ଆପଣଙ୍କ ବ୍ୟକ୍ତିତ୍ୱ ଫୁଟି ଉଠିବ। ଘରେ ଅତିଥିଙ୍କ ଆଗମନ ହୋଇପାରେ। ରୋଜଗାରର ନୂଆ ଅବସର ପ୍ରାପ୍ତ ହେବ। ନୂଆ ସମ୍ପର୍କ ସ୍ଥାପନ ହେବ। ପ୍ରମୋସନ ହୋଇପାରେ।

ମେଷ: ଆଜି ଆପଣଙ୍କ ବ୍ୟକ୍ତିତ୍ୱ ଫୁଟି ଉଠିବ। ଘରେ ହଠାତ୍‌ ଅତିଥିଙ୍କ ଆଗମନ ହୋଇପାରେ। ରୋଜଗାରର ନୂଆ ଅବସର ପ୍ରାପ୍ତ ହେବ।

ବୃଷ: ନୂଆ ସମ୍ପର୍କ ସ୍ଥାପନ ହେବ। ପ୍ରମୋସନ ହୋଇପାରେ। କୋର୍ଟ, କଚେରୀ ମାମଲାରେ ଆରାମ ମିଳିବ, ଯାହା ଆପଣଙ୍କୁ ଖୁସି ଦେବ।

ମିଥୁନ: ଆଜି ପାରିବାରିକ ଜୀବନ ଭଲ ରହିବ। ଲୋକେ ଆପଣଙ୍କୁ ସହଯୋଗ କରିବେ। ଛୋଟ ପିଲାମାନେ ପାଠପଢ଼ା ପ୍ରତି ରୁଚି ବଢ଼ାଇବେ।

କର୍କଟ: ସନ୍ଧ୍ୟାରେ ଜୀବନସାଥୀଙ୍କୁ କିଛି ଭଲ ଖାଦ୍ୟ ତିଆରି କରି ଖୁଆଇବେ। ଦାମ୍ପତ୍ୟ ଜୀବନରେ ଖୁସି ଆସିବ। ଆର୍ଥିକ ସ୍ଥିତି ଦୃଢ଼ ହେବ।

ସିଂହ: ଆଜିର ଦିନ ଭଲରେ କଟିବ। ଆଜି ଯେଉଁ କାମ ଆରମ୍ଭ କରିବେ, ତାହା ସମୟ ଅନୁସାରେ ପୂରା ହେବ। ସ୍ୱାସ୍ଥ୍ୟରେ ସୁଧାର ଆସିବ।

କନ୍ୟା: ସାମାଜିକ କାର୍ଯ୍ୟକ୍ରମରେ ଭାଗ ନେଇପାରନ୍ତି। ଜୀବନସାଥୀଙ୍କ ସହ ଆପଣଙ୍କ ତାଳମେଳ ଭଲ ରହିବ। ପାରିବାରିକ କ୍ଲେଶ ଦୂର ହେବ।

ତୁଳା: ଆଜି ଆପଣଙ୍କୁ ବାପାଙ୍କ ସହଯୋଗ ମିଳିବ। ଲେଖକମାନଙ୍କ ପାଇଁ ଆଜିର ଦିନଟି ଭଲ। ସୋସିଆଲ ମିଡିଆରେ ଆପଣଙ୍କ ସାଙ୍ଗଙ୍କ ତାଲିକା ବଢ଼ିବ।

ବିଛା: ଆଜି ଆପଣଙ୍କ ଦିନ ଭଲ ରହିବ। କୌଣସି ଶୁଭ ସମାଚାର ମିଳିପାରେ। ପରିବାରରେ ଉତ୍ସବ ଭଳି ମାହୋଲ ରହିବ। ମନ ପ୍ରସନ୍ନ ରହିବ।

ଧନୁ: ଆପଣଙ୍କ ଦିନ ଖୁସିରେ ଭରିଯିବ। ଛାତ୍ରଙ୍କ ମନ ପାଠପଢ଼ାରେ ଲାଗିବ। କାରବାରରେ ବୃଦ୍ଧି ହେବ। ଜୀବନସାଥୀଙ୍କ ସହ କଥା ସେୟାର କରନ୍ତୁ।

ମକର: ଆଜି ମା’ଙ୍କ ସହିତ ସମୟ ବିତାଇବେ। ମା’ ଆପଣଙ୍କ ଉପରେ ପ୍ରସନ୍ନ ରହିବେ। ଲଭ୍‌ମେଟ୍ସ ଆଜି କେଉଁଆଡ଼େ ବୁଲିବାକୁ ଯାଇପାରନ୍ତି।

କୁମ୍ଭ: ଆର୍ଥିକ ସ୍ଥିତି ଦୃଢ଼ ହେବ। ଆପଣଙ୍କ ମାନ ସମ୍ମାନ ବଢ଼ିବ। ପାରିବାରିକ ସମ୍ପର୍କ ଦୃଢ଼ ହେବ। ଦାମ୍ପତ୍ୟ ଜୀବନ ପୂର୍ବାପେକ୍ଷା ଭଲ ରହିବ।

ମୀନ: ଛାତ୍ରମାନଙ୍କ ପାଇଁ ଆଜିର ଦିନଟି ଭଲ। ଆଜି କରିଥିବା ପରିଶ୍ରମ ଭବିଷ୍ୟତରେ ଲାଭ ହେବ। ସମ୍ପର୍କରେ ମଧୁରତା ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.