Below header

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌, ୨ ଶିଶୁଙ୍କ ସମେତ ୫ ମୃତ

ମଧ୍ୟରାତ୍ରିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । । ଟ୍ରକ୍‌କୁ ପିଟିଲା କାର୍‌ । ଏଥିରେ ୨ ଶିଶୁଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ହୋଇଛି । ବଲାଙ୍ଗୀରିର ୨୬ ନମ୍ବର ଜାତୀୟ ରାଜପଥରେ ବଲାଙ୍ଗିର-ସମ୍ବଲପୁର ରାସ୍ତାର ଛୁଇବନ୍ଧରେ ଗତକାଲି ରାତିରେ ଏହି ଦୁର୍ଘଟଣା ଘଟିଛି ।

ବଲାଙ୍ଗୀରି (କେନ୍ୟୁଜ): ମଧ୍ୟରାତ୍ରିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକ୍‌କୁ ପିଟିଲା କାର୍‌ । ଏଥିରେ ୨ ଶିଶୁଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ହୋଇଛି । ଆହତ ହୋଇଛନ୍ତି ୨ ଜଣ । ୨୬ ନମ୍ବର ଜାତୀୟ ରାଜପଥରେ ।

ମୃତକଙ୍କ ମଧ୍ୟରେ ଅଛନ୍ତି ୨ ଜଣ ପୁରୁଷ, ଜଣେ ମହିଳା ଓ ୨ ଜଣ ଶିଶୁ । ବଲାଙ୍ଗିର ସହର ଜଗନ୍ନାଥପଡ଼ାର ଆତ୍ମଜ ନାଏକଙ୍କ ପରିବାରର ୭ ଜଣ ଏକ କାର୍‌ରେ ଆଗଲପୁର ବ୍ଲକ ଡୁଡୁକା ଗାଁରୁ ଫେରୁଥିଲେ । ସମ୍ପର୍କୀୟ ବାହାଘରରେ ଯୋଗଦେଇ ବଲାଙ୍ଗିର ଫେରୁଥିଲେ । ଏତିକିବେଳେ ରାସ୍ତା କଡ଼ରେ ଠିଆ ହୋଇଥିବା ଟ୍ରକକୁ ଧକ୍କା ଦେଇଥିଲା କାର୍‌ । ସମସ୍ତଙ୍କୁ ସଂକଟାପନ୍ନ ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲ ନିଆଯାଇଥିଲା । ସେଠାରେ ୫ ଜଣଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.