ପ୍ରକାଶ ପାଇଲା ନିଟ୍ ୟୁଜି-୨୦୨୩ ପରୀକ୍ଷା ଫଳ, ସମାନ ନମ୍ବର ରଖି ଦୁଇ ଜଣ ହୋଇଛନ୍ତି ଟପ୍ପର

ଏଥର ମୋଟ ୨୦ ଲକ୍ଷ ୩୮ ହଜାର ୫୯୬ ଜଣ ପରୀକ୍ଷା ଦେଇଥିବାବେଳେ ସେମାନଙ୍କ ମଧ୍ୟରୁ ୧୧ ଲକ୍ଷ ୪୫ ହଜାର ୯୭୬ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି । ଉତ୍ତୀର୍ଣ୍ଣ ପ୍ରାର୍ଥୀଙ୍କ ମଧ୍ୟରେ ୫୨୧ ଜଣ ବିଦେଶୀ ଓ ୫୩୩ ଜଣ ପ୍ରବାସୀ ଭାରତୀୟ ଅନ୍ତର୍ଭୁକ୍ତ ଅଛନ୍ତି ।

କେନ୍ୟୁଜ୍ (ବ୍ୟୁରୋ): ପ୍ରକାଶ ପାଇଲା ନିଟ୍ ୟୁଜି-୨୦୨୩ ପରୀକ୍ଷା ଫଳ।  ଜାତୀୟ ଟେଷ୍ଟିଂ ଏଜେନ୍ସି ପକ୍ଷରୁ କରାଯାଇଥିବା (ନିଟ୍ ) ୨୦୨୩ ପରୀକ୍ଷାଫଳ ପ୍ରକାଶ ପାଇଛି । ଏଥର ମୋଟ ୨୦ ଲକ୍ଷ ୩୮ ହଜାର ୫୯୬ ଜଣ ପରୀକ୍ଷା ଦେଇଥିବାବେଳେ ସେମାନଙ୍କ ମଧ୍ୟରୁ ୧୧ ଲକ୍ଷ ୪୫ ହଜାର ୯୭୬ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି । ଉତ୍ତୀର୍ଣ୍ଣ ପ୍ରାର୍ଥୀଙ୍କ ମଧ୍ୟରେ ୫୨୧ ଜଣ ବିଦେଶୀ ଓ ୫୩୩ ଜଣ ପ୍ରବାସୀ ଭାରତୀୟ ଅନ୍ତର୍ଭୁକ୍ତ ଅଛନ୍ତି । ଓଡ଼ିଶାରୁ ପ୍ରାୟ ୫୭୦୯୨ ଜଣ ଏହି ପରୀକ୍ଷା ପାଇଁ ପଂଜୀକରଣ କରିଥିବାବେ​ଳେ ୫୫୮୬୬ ଜଣ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୨୮୩୩୦ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି । ପରୀକ୍ଷାର୍ଥୀମାନେ ଏବେ ନିଟ୍ ୟୁଜିର ଅଫିସିଆଲ ୱେବସାଇଟ୍ neet.nta.nic.in ମାଧ୍ୟମରେ ନିଜର ସ୍କୋରକାର୍ଡ ଚେକ୍ ଏବଂ ଡାଉନଲୋଡ କରିପାରିବେ । ଚଳିତ ଥର ନିଟରେ ଦୁଇଜଣ ଛାତ୍ର ଟପ୍ କରିଛନ୍ତି । ତାମିଲନାଡୁର ପ୍ରଭଞ୍ଜନ ଜେ ଏବଂ ଆନ୍ଧ୍ରପ୍ରଦେଶର ବୋରା ବରୁଣ ଚକ୍ରବର୍ତ୍ତୀ ୭୨୦ରୁ ୭୨୦ ମାର୍କ ହାସଲ କରି ସର୍ବଭାରତୀୟ ସ୍ତରରେ ରାଙ୍କ-୧ ହାସଲ କରିଛନ୍ତି ।

ଚଳିତ ଥର ନିଟରେ ଦୁଇଜଣ ଛାତ୍ର ଟପ୍ କରିଛନ୍ତି । ତାମିଲନାଡୁର ପ୍ରଭଞ୍ଜନ ଜେ ଏବଂ ଆନ୍ଧ୍ରପ୍ରଦେଶର ବୋରା ବରୁଣ ଚକ୍ରବର୍ତ୍ତୀ ୭୨୦ରୁ ୭୨୦ ମାର୍କ ହାସଲ କରି ସର୍ବଭାରତୀୟ ସ୍ତରରେ ରାଙ୍କ-୧ ହାସଲ କରିଛନ୍ତି । ଉଭୟ ୯୯.୯୯ ପ୍ରତିଶତ ମାର୍କ ରଖିଛନ୍ତି । ଟପ୍ ୫୦ ଜଣଙ୍କ ମଧ୍ୟରେ ଓଡ଼ିଶାର ୨ ପରୀକ୍ଷାର୍ଥୀ ରହିଛନ୍ତି । ଅଷ୍ଟମ ସ୍ଥାନରେ ଓଡ଼ିଶାର ସ୍ବୟଂଶକ୍ତି ତ୍ରିପାଠୀ ଓ ୩୫ତମ ରାଙ୍କରେ ଓଡ଼ିଶାର ସୂର୍ଯ୍ୟପ୍ରତାପ ମିଶ୍ର ଅଛନ୍ତି । ସେହିପରି ଟପ୍‌ ୨୦ ମହିଳା ପରୀକ୍ଷାର୍ଥୀଙ୍କ ଭିତରେ ବି ଜଣେ ଓଡ଼ିଆ ରହିଛନ୍ତି । ଅଭିପସା ଚୌଧୁରୀ ଓଭରଅଲ ରାଙ୍କର ୬୪ତମ ସ୍ଥାନରେ ଥିଲେ ମଧ୍ୟ ମହିଳାଙ୍କ ମଧ୍ୟରେ ସେ ଟପ୍‌ ୨୦ରେ ରହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.