ରଥଯାତ୍ରାରେ ବଡ଼ ଦୁର୍ଘଟଣା: ବାଇକକୁ ଧକ୍କା ଦେଲା ଯାତ୍ରୀବାହୀ ବସ, ବାପା ମୃତ, ପୁଅ ଗୁରୁତର

ବାରିପଦା-ଉଦଳା ରାସ୍ତାର ସାନକେରକୋ ନିକଟରେ ମଙ୍ଗଳବାର ସକାଳେ ଏକ ଯାତ୍ରୀବାହୀ ବସ ଦୁର୍ଘଟଣାରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକ ଜଣଙ୍କ ହେଲେ ପାଣ୍ଡୁ ଓରଫ ପଦ୍ମୋଲୋଚନ ଗୋଚ୍ଛାୟତ ଓ ଆହତ ହେଉଛନ୍ତି ତାଙ୍କ ପୁଅ ତପୁ ।

ଉଦଳା (କେନ୍ୟୁଜ): ରଥଯାତ୍ରାରେ ବଡ଼ ଦୁର୍ଘଟଣା। ବାରିପଦା-ଉଦଳା ରାସ୍ତାର ସାନକେରକୋ ନିକଟରେ ମଙ୍ଗଳବାର ସକାଳେ ଏକ ଯାତ୍ରୀବାହୀ ବସ ଦୁର୍ଘଟଣାରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକ ଜଣଙ୍କ ହେଲେ ପାଣ୍ଡୁ ଓରଫ ପଦ୍ମୋଲୋଚନ ଗୋଚ୍ଛାୟତ ଓ ଆହତ ହେଉଛନ୍ତି ତାଙ୍କ ପୁଅ ତପୁ । ଆହତ ପୁଅକୁ ବାରିପଦା ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ଘର ବେଲାମ ଅଞ୍ଚଳରେ ବୋଲି ଜଣାଯାଇଛି।

ସୂଚନା ଅନୁସାରେ, ବଡସାହି ଥାନା ଉଠାଣୀନୂଆଗାଁର ବାପ-ପୁଅ ବାଇକରେ ଯାଉଥିବା ବେଳେ ସାନକେରକ ଛକଠାରେ ଦୁଲାରୀ ନାମକ ଏକ ଯାତୟୀବାହୀ ବସ୍‌ ଆସି ସେମାନଙ୍କ ବାଇକ୍‌କୁ ଧକ୍କା ଦେଇଥିଲା। ବସ୍‌ ଧକ୍କାରେ ପଦ୍ମଲୋଚନଙ୍କର ମୃତ୍ୟୁ ଘଟିଥିବା ବେଳେ ପୁଅ ଗୁରୁତର ଆହତ ହୋଇଥିଲେ। ଦୁର୍ଘଟଣା ପରେ ବସ୍‌ ଡ୍ରାଇଭର ଗାଡ଼ି ନେଇ ଫେରାର ହୋଇଯାଇଥିଲା।

ସେପଟେ ବାରିପଦାର ଅସ୍ତିଆ ନିକଟରେ ଉତ୍ତେଜିତ ଯୁବକମାନେ ବସକୁ ଅଟକାଇ ଭଙ୍ଗାରୁଜା କରିଛନ୍ତି । ଏହାସହ ମୃତକ ପରିବାରକୁ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିଲେ। ପୋଲିସ ପହଞ୍ଚି ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା।

 

Leave A Reply

Your email address will not be published.