୮୭ରେ ବଲିଉଡର ଦାଦୀ ମା ସୁଷମା, ‘ହମଲୋଗ’ ଦେଇଥିଲା ପରିଚୟ

ଏମିତି ଅନେକ ଫିଲ୍ମ ରହିଛି ଯେଉଁଥିରେ ତାଙ୍କର ଚମତ୍କାର ଅଭିନୟ ଦେଖିବାକୁ ମିଳିଛି । ତାଙ୍କର ଦାଦୀ ଭୂମିକା ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା । ଆଜି ଜନ୍ମଦିନ ପାଳୁଛନ୍ତି ବଲିଉଡର ଦାଦୀ ମା ସୁଷମା ସେଠ ।

କେନ୍ୟୁଜ୍(ବ୍ୟୁରୋ): କେବେ ଦାଦୀ ମା, ତ କେବେ ମା ଭୂମିକାରେ ନଜର ଆସିଥିଲେ ଏହି ଅଭିନେତ୍ରୀ । ବୟସର ଅପରାହ୍ନରେ ଏଣ୍ଟ୍ରି ମାରିଥିଲେ ବଲିଉଡରେ । ତଥାପି ତାଙ୍କ ଅଭିନୟ ଦର୍ଶକ ବେଶ ଅଧିକ ପସନ୍ଦ କରିଥିଲେ । ଆଉ ସେ ବନି ଯାଇଥିଲେ ବଲିଉଡ ଷ୍ଟାର । ଏମିତି ଅନେକ ଫିଲ୍ମ ରହିଛି ଯେଉଁଥିରେ ତାଙ୍କର ଚମତ୍କାର ଅଭିନୟ ଦେଖିବାକୁ ମିଳିଛି । ଏହି ଅଭିନେତ୍ରୀ ହେଉଛନ୍ତି ହିନ୍ଦୀ ସିନେମାର ଜଣାଶୁଣା ଅଭିନେତ୍ରୀ ସୁଷମା ସେଠ । ଆଜି ୮୭ ବର୍ଷରେ ସୁଷମା ତାଙ୍କ ଜନ୍ମଦିନ ପାଳୁଛନ୍ତି । ୨୦ ଜୁନ ୧୯୩୬ ଦିଲ୍ଲୀରେ ଜନ୍ମ ନେଇଥିଲେ ସୁଷମା ।

୪୨ ବର୍ଷରେ ବଲିଉଡରେ ପାଦ ଥାପିଥିଲେ ଅଭିନେତ୍ରୀ ସୁଷମା । ଜୁନୁନ, ସିଲସିଲା, ପ୍ରେମରୋଗ, ତବାୟଫ ଭଳି ସୁପରହିଟ ଫିଲ୍ମରେ ଅଭିନୟର ଯାଦୁ ଦେଖାଇଥିଲେ ଏହି ଫେମସ ଅଭିନେତ୍ରୀ । ଏହାସହ ୨୦ ବର୍ଷ ଧରି ଥିଏଟରରେ ଅଭିନୟ କରିଥିଲେ ଏହି ବଲିଉଡ ଷ୍ଟାର । ସୁପରଷ୍ଟାର ସାହାରୁଖ ଖାନଙ୍କ ଫିଲ୍ମ ‘କଲ ହୋ ନା ହୋ’ରେ ଚମତ୍କାର ଅଭିନୟର ଯାଦୁ ଦେଖାଇଥିଲେ ସୁଷମା । ତାଙ୍କର ଦମଦାର ଅନ୍ଦାଜ ଓ ଅଭିନୟର ଶୈଳୀରେ ଦର୍ଶକଙ୍କ ମନରଞ୍ଜନ କରିଥିଲେ । ସେହିପରି ଦେଶର ପ୍ରଥମ ଟେଲିଭିଜନ ଧାରାବାହିକ  ‘ହମ ଲୋଗ’ ରେ ଚମତ୍କାର ଅଭିନୟ ଦେଖାଇଥିଲେ ସୁଷମା । ସୁଷମାଙ୍କ ନା ରେ ଅନେକ ଚିଠି ଦୂରଦର୍ଶନକୁ ଆସିଥିଲା । ଏଥିରୁ ସ୍ପଷ୍ଟ ଜଣା ପଡ଼ୁଛି ସୁଷମା କେତେ ପପୁଲାର ହୋଇ ସାରିଥିଲେ ।

‘ହମଲୋଗ’ ଧାରାବାହିକରେ ସୁଷମା ଇମରତୀ ଦେବୀ ଭୂମିକାରେ ନଜର ଆସିଥିଲେ । ଦାଦୀ ଭୂମିକା ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିବା କହିଥିଲେ ସୁଷମା । ଏପରିକି ଦୂରଦର୍ଶନକୁ ଆସିଥିବା ଚିଠିରେ ଲେଖାଥିଲା ଦାଦୀ ଭୂମିକାକୁ କେବେ ମାରିବେନି । ଏହାପରେ ଧାରାବାହିକ ନିର୍ମାତା ଦାଦୀ ଭୂମିକାକୁ ଆଗକୁ ନେବାକୁ ନିସ୍ପତି ନେଇଥିଲା ।

ସୁଷମା ସେଠ ଛୋଟ ପରଦାରେ ନିଜର ପରିଚୟ ତିଆରି କରି ଦେଇଥିଲେ । କିନ୍ତୁ ଫିଲ୍ମ ତଥା ସିନେମାରେ ପାଦ ଦେବାକୁ ତାଙ୍କୁ ବହୁତ ବର୍ଷ ଲାଗି ଯାଇଥିଲା । ୪୨ ବର୍ଷ ବୟସରେ ୧୯୭୮ରେ ନିର୍ମିତ ସିନେମା ଜୁନୁନରେ ସୁଷମାଙ୍କୁ ଦେଖିବାକୁ ମିଳିଥିଲା । ଏହାପରେ ସେ ଆଗକୁ ମାଡ଼ି ଚାଲିଥିଲେ । ସିଲସିଲା, ପ୍ରେମରୋଗ, ତବାୟଫ, ନାଗିନ, ନିଗାହେଁ, ଦିୱାନା, ଚାନ୍ଦନୀ, ଧଡ଼କନ, କଭି ଖୁସି କଭି ଗମ, କଲ ହୋ ନା ହୋ ଭଳି ସନିମାରେ ନଜର ଆସିଥିଲେ । ଋଷି କପୁରଙ୍କଠୁ ସାହାରୁଖ ଖାନ, ଅକ୍ଷୟ କୁମାର, ରିତିକ ରୋଶନ, ଅନିଲ କପୁର ଭଳି କଳାକାରଙ୍କ ଦାଦୀ ତଥା ମାଆ ଭୂମିକାରେ ନଜର ଆସିଛନ୍ତି । ବଲିଉଡର ଦାଦୀଙ୍କୁ ଆମ ତରଫରୁ ଜନ୍ମଦିନର ଶୁଭେଚ୍ଛା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.